କରୋନା ଚିକିତ୍ସା ପାଇଁ ୭ ଆୟୁଷ ଡାକ୍ତର ଚୟନ

ଅନୁଗୋଳ ଅଫିସ, ୧୪।୫- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ସାକ୍ଷାତକାର ମାଧ୍ୟମରେ ୭ ଜଣ ଆୟୁଷ ଡାକ୍ତରଙ୍କୁ ଚୟନ କରାଯାଇଛି। ଏଥିରେ ୪ ଜଣ ହୋମିଓପାଥିକ ଓ ୩ ଜଣ ଆୟୁର୍ବେଦ ଡାକ୍ତର ରହିଛନ୍ତି। ଏହା ପୂର୍ବରୁ ଜିଲାରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୬୭ ଜଣ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ଜୁନ ମାସ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଥିଲା। ବୁଧବାର ଅନୁଷ୍ଠିତ ଏହି ସାକ୍ଷାତକାରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଟ୍ଟନାୟକ, ସମ୍ବଲପୁର ଜିଲା ହୋମିଓପାଥିକ ଅଧିକାରୀ ଡାକ୍ତର ତ୍ରିନାଥ ବାରା, ସହକାରୀ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲାଓଚନ୍ଦ୍ର ତନ୍ତି ଓ ଡେପୁଟି କଲେକ୍ଟର ସୁବ୍ରତ ବେହେରା ଜିଲାପାଳଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri