କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା । ଏପରି ପରିସ୍ଥିତିରେ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରି ପାରି ନ ଥିଲେ । ଶେଷରେ ସେ ସମ୍ବଲପୁର ଷ୍ଟେଶନରେ ଆଶ୍ରୟ ନେଇଥିଲେ। ପରେ ତାଙ୍କୁ ଏକ ଧର୍ମଶାଳାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ ଫୋର୍ସ (ଆଇଟିବିପିଏଫ୍‌)ର ନିରଞ୍ଜନ ବାରିକ ଉତ୍ତରାଖଣ୍ଡରେ କାର୍ଯ୍ୟରତ ଅଛନ୍ତି । ଏକ କୋର୍ଟ କାମରେ ସେ ଛୁଟିରେ ଆସି ସମ୍ବଲପୁରରେ ପହଞ୍ଚତ୍ ଥିଲେ । ଲକ୍‌ ଡାଉନ ଘୋଷଣା ହେବା ପରେ ସେ ରହୁଥିବା ଏକ ହୋଟେଲରୁ ତାଙ୍କୁ ଜୋରଜବଦସ୍ତ ବାହାର କରିଦିଆଗଲା । ଗୁରୁବାର ପର୍ଯ୍ୟନ୍ତ ସେ ସମ୍ବଲପୁର ଷ୍ଟେଶନରେ କାଟିଥିବା କହିଛନ୍ତି ।
ଗଞ୍ଜାମ ଜିଲା ବ୍ରହ୍ମପୁର ମୂଳବାସିନ୍ଦା ନିରଞ୍ଜନଙ୍କ କହିବା ଅନୁସାରେ ତାଙ୍କର ଫ୍ୟାମିଲ କୋର୍ଟରେ ଏକ ମାମଲା ଥିବାରୁ ସେ ସମ୍ବଲପୁରକୁ ଗତ ୨୦ ତାରିଖରେ ଆସିଥିଲେ । ଅଶୋକ ଟକିଜ ରୋଡରେ ଥିବା ଏକ ହୋଟେଲରେ ରହିଥିଲେ । ନିଜ ଓକିଲଙ୍କ ସହ ସେ ଏ ନେଇ ଆଲୋଚନା କରିବା ପରେ ଆସନ୍ତା ୨୪ରେ ଉକ୍ତ ମାମଲାର ଶୁଣାଣି ଥିବା ସେ କହିଥିଲେ । ହେଲେ ଲକ୍‌ଡାଉନ ଘୋଷଣା ହେବା ପରେ ତାଙ୍କ ସମସ୍ୟା ବଢ଼ି ଯାଇଥିଲା । ହୋଟେଲ ଛାଡିବାକୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ବାଧ୍ୟ କରିଥିଲେ । ଯେତେ କାକୁତିମିନତି ହେଲାପରେ ମଧ୍ୟ ସେମାନେ କିଛି ନ ଶୁଣି ତାଙ୍କୁ ହୋଟେଲରୁ ତଡି ଦେଇଥିଲେ । ସହରରେ ଅନ୍ୟ ହୋଟେଲ ଗୁଡିକ ବନ୍ଦ ରହିଥିଲା । ସବୁଠି ପୋଲିସର ଯାଞ୍ଚ ଓ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି ଥିଲା । ଏଥିରୁ ବର୍ତ୍ତିବା ପାଇଁ ସେ ରେଳ ଷ୍ଟେଶନରେ ରହି ୨୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ହେଲେ ଲକ୍‌ ଡାଉନ ହେବାରୁ ସେ ଆଉ ଘରକୁ ଫେରି ପାରି ନ ଥିଲେ । ଭୋକ ଉପାସରେ ତାଙ୍କ ଦିନ କଟିଥିଲା । ଏଭଳି ପରିସ୍ଥିତରେ ତାଙ୍କ ପର୍ସ ହଜିଯାଇଥିଲା । ପାଖରେ ଥିବା କିଛି ଟଙ୍କା, ଏଟିଏମ୍‌ କାର୍ଡ, ପାନ୍‌କାର୍ଡ, ପରିଚୟ ପତ୍ର ମଧ୍ୟ ଚୋରି ହୋଇଯାଇଥିଲା । ଯାହା ତାଙ୍କୁ ଆହୁରି ସମସ୍ୟାରେ ପକାଇଥିଲା । ମମତା ପଣ୍ଡା ନାମ୍ନୀ ଜଣେ ସମ୍ପର୍କୀୟଙ୍କୁ ସେ ଫୋନ କରି ସହଯୋଗ ମାଗିଥିଲେ । ଏ ସଂକ୍ରାନ୍ତରେ ମମତା ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ କେତେଜଣ ସ୍ବେଚ୍ଛାସେବୀ ସମ୍ବଲପୁର ରୋଡ ( ଫାଟକ) ଷ୍ଟେଶନରେ ପ୍ରଥମେ ରନ୍ଧା ଖାଦ୍ୟ ପହଞ୍ଚାଇ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ସହଯୋଗ କରାଯାଇଥିଲା । ତାଙ୍କୁ ଏବେ କ୍ଷେତରାଜପୁର ମାରଓ୍ବାଡି ଧର୍ମଶାଳାରେ ଆଶ୍ରୟ ଦିଆଯାଇଛି । ସେହିପରି ସମ୍ବଲପୁର ଶାନ୍ତିନଗର ଗୋପାଳମାଲ ଅଞ୍ଚଳର ଜଣେ ଯୁବକ ଗତ ୨୪ରେ ଦିଲ୍ଲୀରୁ ଫେରିଛନ୍ତି । ସେ ଘରକୁ ନ ଯାଇ ପାରି ଫାଟକ ଷ୍ଟେଶନ ଘୂରି ବୁଲୁଥିଲେ । ସାମାଜିକ କର୍ମୀମାନେ ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଗୁରୁବାର ଅପରାହ୍ନରେ ତାଙ୍କୁ ସଦର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ଷେତରାଜପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାନ୍ତି ଦିବସରେ ୩ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଧାମନଗର, ୧୦ା୮(ଡି.ଏନ.ଏ.)-କ୍ରାନ୍ତି ଦିବସ ଉପଲକ୍ଷେ ଭଦ୍ରକ ଜିଲା ଧାମନଗର ବ୍ଲକର ୩ଜଣ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗ୍ରାମୀ ରାମହରି ଗୋସ୍ବାମୀ, ବ୍ରଜକିଶୋର ରାଉତ...

ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପ୍ରସଙ୍ଗ : ଯାଞ୍ଚ ହେବ ଜୁନିୟର, ରେଗୁଲାର ଶିକ୍ଷକଙ୍କ ପ୍ରମାଣପତ୍ର

ଛତ୍ରପୁର,୩୦ା୬(ଡି.ଏନ.ଏ.)-ଜାଲ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଦେଇ କେତେଜଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ...

ସାବିତ୍ରୀ ପାଇଁ ଭୂଲିଗଲେ ସାମାଜିକ ଦୂରତା

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- କରୋନାର ଭୟାବହତା କମିନାହିଁ। ତେଣୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର...

ଟଙ୍କା ନେଇ ଯାଉଥିଲେ ଶ୍ବଶୁର ଘର, ବାଟରୁ ଲୁଟିନେଲେ ୯୮ ହଜାର

ରେଢାଖୋଲ,୧୯ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଥାନା ନାକଟିଦେଉଳ ରାସ୍ତା ମୁଟୁରୁମୁଣ୍ଡା ଘାଟିରେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୯୮ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର...

ବୁଗୁଡ଼ାରେ ଶଟ୍‌ଡାଉନ ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ, ଜୀବନ ଯାତ୍ରା ପ୍ରଭାବିତ

ବୁଗୁଡ଼ା.୧୪।୬(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବୁଗୁଡା ସହରରେ...

ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋବିନ୍ଦା, ପ୍ରଭୁ ଆସିଥିଲେ ସ୍ବପ୍ନରେ

ପୁରୀ ଅଫିସ,୨୧।୩: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ରବିବାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ପାଟଣାଗଡ଼,୧୨।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ କୁତମୁଣ୍ଡା ଗ୍ରାମ ନିକଟରେ ଶନିବାର ସକାଳେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ଜଣେ...

ମଦଭାଟି ଭାଙ୍ଗିଲା ପୋଲିସ, ହାଣ୍ଡି ହାଣ୍ଡି ପୋଚ ନଷ୍ଟ

କାଳିଆପାଣି,୨୯ା୧(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଦୈତାରୀ ସଂରକ୍ଷିତ ଜଙ୍ଗଲ ନାତୋର ଗାଁ ନିକଟରେ ଥିବା ମହୁଲି ମଦଭାଟିକୁ ଶନିବାର କାଳିଆପାଣି ପୋଲିସ ଭାଙ୍ଗିଥିବା...

Advertisement
Archives

Model This Week