କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା । ଏପରି ପରିସ୍ଥିତିରେ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରି ପାରି ନ ଥିଲେ । ଶେଷରେ ସେ ସମ୍ବଲପୁର ଷ୍ଟେଶନରେ ଆଶ୍ରୟ ନେଇଥିଲେ। ପରେ ତାଙ୍କୁ ଏକ ଧର୍ମଶାଳାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ ଫୋର୍ସ (ଆଇଟିବିପିଏଫ୍‌)ର ନିରଞ୍ଜନ ବାରିକ ଉତ୍ତରାଖଣ୍ଡରେ କାର୍ଯ୍ୟରତ ଅଛନ୍ତି । ଏକ କୋର୍ଟ କାମରେ ସେ ଛୁଟିରେ ଆସି ସମ୍ବଲପୁରରେ ପହଞ୍ଚତ୍ ଥିଲେ । ଲକ୍‌ ଡାଉନ ଘୋଷଣା ହେବା ପରେ ସେ ରହୁଥିବା ଏକ ହୋଟେଲରୁ ତାଙ୍କୁ ଜୋରଜବଦସ୍ତ ବାହାର କରିଦିଆଗଲା । ଗୁରୁବାର ପର୍ଯ୍ୟନ୍ତ ସେ ସମ୍ବଲପୁର ଷ୍ଟେଶନରେ କାଟିଥିବା କହିଛନ୍ତି ।
ଗଞ୍ଜାମ ଜିଲା ବ୍ରହ୍ମପୁର ମୂଳବାସିନ୍ଦା ନିରଞ୍ଜନଙ୍କ କହିବା ଅନୁସାରେ ତାଙ୍କର ଫ୍ୟାମିଲ କୋର୍ଟରେ ଏକ ମାମଲା ଥିବାରୁ ସେ ସମ୍ବଲପୁରକୁ ଗତ ୨୦ ତାରିଖରେ ଆସିଥିଲେ । ଅଶୋକ ଟକିଜ ରୋଡରେ ଥିବା ଏକ ହୋଟେଲରେ ରହିଥିଲେ । ନିଜ ଓକିଲଙ୍କ ସହ ସେ ଏ ନେଇ ଆଲୋଚନା କରିବା ପରେ ଆସନ୍ତା ୨୪ରେ ଉକ୍ତ ମାମଲାର ଶୁଣାଣି ଥିବା ସେ କହିଥିଲେ । ହେଲେ ଲକ୍‌ଡାଉନ ଘୋଷଣା ହେବା ପରେ ତାଙ୍କ ସମସ୍ୟା ବଢ଼ି ଯାଇଥିଲା । ହୋଟେଲ ଛାଡିବାକୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ବାଧ୍ୟ କରିଥିଲେ । ଯେତେ କାକୁତିମିନତି ହେଲାପରେ ମଧ୍ୟ ସେମାନେ କିଛି ନ ଶୁଣି ତାଙ୍କୁ ହୋଟେଲରୁ ତଡି ଦେଇଥିଲେ । ସହରରେ ଅନ୍ୟ ହୋଟେଲ ଗୁଡିକ ବନ୍ଦ ରହିଥିଲା । ସବୁଠି ପୋଲିସର ଯାଞ୍ଚ ଓ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି ଥିଲା । ଏଥିରୁ ବର୍ତ୍ତିବା ପାଇଁ ସେ ରେଳ ଷ୍ଟେଶନରେ ରହି ୨୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ହେଲେ ଲକ୍‌ ଡାଉନ ହେବାରୁ ସେ ଆଉ ଘରକୁ ଫେରି ପାରି ନ ଥିଲେ । ଭୋକ ଉପାସରେ ତାଙ୍କ ଦିନ କଟିଥିଲା । ଏଭଳି ପରିସ୍ଥିତରେ ତାଙ୍କ ପର୍ସ ହଜିଯାଇଥିଲା । ପାଖରେ ଥିବା କିଛି ଟଙ୍କା, ଏଟିଏମ୍‌ କାର୍ଡ, ପାନ୍‌କାର୍ଡ, ପରିଚୟ ପତ୍ର ମଧ୍ୟ ଚୋରି ହୋଇଯାଇଥିଲା । ଯାହା ତାଙ୍କୁ ଆହୁରି ସମସ୍ୟାରେ ପକାଇଥିଲା । ମମତା ପଣ୍ଡା ନାମ୍ନୀ ଜଣେ ସମ୍ପର୍କୀୟଙ୍କୁ ସେ ଫୋନ କରି ସହଯୋଗ ମାଗିଥିଲେ । ଏ ସଂକ୍ରାନ୍ତରେ ମମତା ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ କେତେଜଣ ସ୍ବେଚ୍ଛାସେବୀ ସମ୍ବଲପୁର ରୋଡ ( ଫାଟକ) ଷ୍ଟେଶନରେ ପ୍ରଥମେ ରନ୍ଧା ଖାଦ୍ୟ ପହଞ୍ଚାଇ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ସହଯୋଗ କରାଯାଇଥିଲା । ତାଙ୍କୁ ଏବେ କ୍ଷେତରାଜପୁର ମାରଓ୍ବାଡି ଧର୍ମଶାଳାରେ ଆଶ୍ରୟ ଦିଆଯାଇଛି । ସେହିପରି ସମ୍ବଲପୁର ଶାନ୍ତିନଗର ଗୋପାଳମାଲ ଅଞ୍ଚଳର ଜଣେ ଯୁବକ ଗତ ୨୪ରେ ଦିଲ୍ଲୀରୁ ଫେରିଛନ୍ତି । ସେ ଘରକୁ ନ ଯାଇ ପାରି ଫାଟକ ଷ୍ଟେଶନ ଘୂରି ବୁଲୁଥିଲେ । ସାମାଜିକ କର୍ମୀମାନେ ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଗୁରୁବାର ଅପରାହ୍ନରେ ତାଙ୍କୁ ସଦର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ଷେତରାଜପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri