Posted inଖେଳ

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ପ୍ରମୁଖ ଟୁର୍ନାମେଣ୍ଟକୁ ଇତି ମଧ୍ୟରେ ବାତିଲ କରାଯାଇଛି। ଭାରତୀୟ ଘରୋଇ କ୍ରିକେଟର ପ୍ରମୁଖ ପେସାଦାର ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ। ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ କ୍ରୀଡ଼ାର ଭବିଷ୍ୟତକୁ ନେଇ ଆକଳନ କରିବା କଷ୍ଟକର। ତେବେ ଚଳିତ ବର୍ଷ ତଥା ଆଗାମୀ କ୍ରିକେଟ ସିଜିନରେ ରାଜ୍ୟ କ୍ରିକେଟର ସ୍ଥିତି କିପରି ରହିବ ତାହାକୁ ନେଇ ମତାମତ-

ଭିଜନ-୨୦୨୪ ଉପରେ ଆଞ୍ଚ ଆସିବ
ସବୁ କିଛି ଭଲଭାବେ ଚାଲିଥିଲା। ଆମେ କ୍ଲବ ସ୍ତରୀୟ ଟୁର୍ନାମେଣ୍ଟ ସଫଳପୂର୍ଣ୍ଣ ଭାବେ ଆୟୋଜନ କରିଛୁ। ଏଥିରୁ ଅନେକ ନୂତନ ପ୍ରତିଭା ସମ୍ମୁଖକୁ ଆସିଛନ୍ତି। ହେଲେ ପରବର୍ତ୍ତୀ କୌଣସି ପଦକ୍ଷେପ ପୂର୍ବରୁ ଆମ ହାତ ବାନ୍ଧି ହୋଇ ଗଲା।କରୋନା ଭାଇରସର ପ୍ରଭାବ ଯୋଗୁଁ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ କୌଣସି ସ୍ପଷ୍ଟ ଘୋଷଣା କରିନାହିଁ । ଭିଜନ-୨୦୨୪କୁ ଲକ୍ଷ୍ୟରେ ରଖି ଯେଉଁ ସମସ୍ତ କାର୍ଯ୍ୟକ୍ରମ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆରମ୍ଭ କରିଥିଲା, ସେଥିରେ ନିଶ୍ଚିତ ଭାବେ ଆଞ୍ଚ ଆସିବ। ତଥାପି ରାଜ୍ୟ କ୍ରିକେଟ ଦୁର୍ବଳ ହେବନି ବୋଲି ଆମର ବିଶ୍ୱାସ। – ସଞ୍ଜୟ ବେହେରା, ସମ୍ପାଦକ, ଓସିଏ

ସବୁକିଛି ଅନିଶ୍ଚିତତା ଭିତରେ ରହିଛି
ଘରୋଇ କ୍ରିକେଟ ଟୁର୍ନାମେଣ୍ଟକୁ ନେଇ ବିସିସିଆଇ ଖେଳସୂଚୀ ଘୋଷଣା କରିନାହିଁ। ଏଣୁ ଆଗାମୀ ଦିନରେ କେଉଁ ସବୁ ଟୁର୍ନାମେଣ୍ଟ ହେବା ତାହା ସ୍ପଷ୍ଟ ହେଉନି। କେବଳ ଓଡ଼ିଶା କ୍ରିକେଟ ନୁହେଁ ଭାରତର ସମସ୍ତ ରାଜ୍ୟରେ କ୍ରିକେଟ ଖେଳ ଉପରେ ଏବେ ପ୍ରଭାବ ପଡ଼ିଛି। ବୋଧ ହୁଏ ଆଗାମୀ ଦିନରେ ଟୁର୍ନାମେଣ୍ଟ ଆୟୋଜନ କରାଗଲେ ମ୍ୟାଚ ସଂଖ୍ୟା କମିବ। କ୍ଲବ ଟୁର୍ନାମେଣ୍ଟରୁ ଯେଉଁ ସମସ୍ତ ଖେଳାଳି ସମ୍ମୁଖକୁ ଆସିଛନ୍ତି, ଦଳ ଚୟନରେ ସେମାନଙ୍କ ଉପରେ ନଜର ରଖାଯିବ।ଜୁନିୟର ବର୍ଗର କ୍ରିକେଟକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ସମ୍ମୁଖକୁ ଆସୁନି। ସବୁ କିଛି ଏବେ ଅନିଶ୍ଚିତତା ଭିତରେ ରହିଛି । – ସୁବ୍ରତ କୁମାର ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓସିଏ

ସ୍ଥିତି ସୁଧୁରିବା ଯାଏ ଅପେକ୍ଷା
ଗୋଟିଏ ବର୍ଷର ଖେଳ ଖରାପ ହୋଇଗଲେ ବି କୌଣସି ଅସୁବିଧା ନାହିଁ । ଏବେ ସମଗ୍ର ମାନବସମାଜ ମାରାତ୍ମକ ଭାଇରସ ଯୋଗୁଁ ଚିନ୍ତାରେ । ଯଦି ସବୁକିଛି ଠିକ ହୋଇଯାଏ, ତାହେଲେ ପୁନର୍ବାର କ୍ରିକେଟ ଟୁର୍ନାମେଣ୍ଟ ଗୁଡ଼ିକ ଆରମ୍ଭ ହେବ । ସେତେବେଳେ ପ୍ରସ୍ତୁତି ପାଇଁ ଆମ ପାଖରେ କେତେ ସମୟ ରହିବ ଓ ଏହାକୁ ଆମେ କେତେମାତ୍ରାରେ ଉପଯୋଗ କରିବୁ ତାହା ଚ୍ୟାଲେଞ୍ଜିଂ ହେବ । – ରଶ୍ମୀରଞ୍ଜନ ପରିଡ଼ା, କୋଚ୍‌

କ୍ରିକେଟଠାରୁ ଜୀବନ ମୂଲ୍ୟବାନ
କ୍ରିକେଟର ବିକାଶ ଆଜି ନହେଲେ କାଲି ବି ହୋଇ ପାରିବ । ଏବେ ଦେଶର ପରିସ୍ଥିତି ଯାହା, ସେ ସମୟରେ କ୍ରିକେଟର ବିକାଶ କଥା ଭାବି ହେଉନାହିଁ । ରାଜ୍ୟ କ୍ରିକେଟ ଉପରେ ଏହା ନିଶ୍ଚିତ ଭାବେ ବଡ଼ ଧରଣର ପ୍ରଭାବ ପକାଇବ । ହେଲେ ଏବେ ମଣିଷର ଜୀବନ ମୂଲ୍ୟବାନ।- ସୌରଜିତ ମହାପାତ୍ର, ପୂର୍ବତନ କ୍ରିକେଟ ଖେଳାଳି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୃଦୟ ଜିତିଲେ ଇଶାନ କିଶନ

ତ୍ରିନିଦାଦ,୨୫।୭: ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚ୍‌ରେ ହୃଦୟ ଜିଣିଛନ୍ତି ଭାରତୀୟ...

କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ଇସଲମାବାଦ,୧୪।୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ବିଶ୍ୱର ଏକ ନମ୍ବର ଏକଦିବସୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୬ ବର୍ଷ...

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ...

୧୦ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଫଓ୍ବାଦ ଆଲମ

କରାଚୀ, ୭।୧୨- ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ରାଓ୍ବଲପିଣ୍ଡଠାରେ ପାକିସ୍ତାନ ଓ...

ଓ୍ବାଶିଂଟନ ସୁନ୍ଦରଙ୍କୁ ନେଇ ବଡ ଖୁଲାସା, ଟେଷ୍ଟ ମ୍ୟାଚ୍‌ ଭିତରେ ଦୋକାନ ଯାଇ…

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ବାଶିଂଟନ ସୁନ୍ଦର। ଉକ୍ତ ଟେଷ୍ଟ ମ୍ୟାଚ୍‌ ଜିତିବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ହେଲେ ଏବେ...

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ପୂରଣ କରିବେ ନିଜର ଏହି ‘ସ୍ବତନ୍ତ୍ର ଶତକ’

ନୂଆଦିଲ୍ଲୀ,୨୭।୧: ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୫ରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଚେନ୍ନାଇରେ ଏହାର ପ୍ରଥମ ମୁକାବିଲା ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିିରିଜ୍‌ରେ ଦମ୍‌ଦାର ବିଜୟ...

ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାହାର, ଆଣ୍ଠୁରେ ଆଘାତ ଯୋଗୁ ନେଲେ ନିଷ୍ପତ୍ତି, ଅମିତ ପଙ୍ଘାଲ ସାମିଲ ହେବା ଆଶା…

ନୂଆଦିଲ୍ଲୀ,୧୫।୮ : ଏସିଆନ ଗେମ୍ସ ପୂର୍ବରୁ ଭାରତ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ହରିୟାଣା ରେସଲର ବିନେଶ ଫୋଗାଟ ଏସୀୟ ଖେଳରୁ ବାହାରି ଯାଇଛନ୍ତି।...

Advertisement
Archives

Model This Week