କରୋନା ଓ ପୋଷା ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ବର୍ତ୍ତମାନ ଆପଣଙ୍କର କରୋନା ଭୂତାଣୁ ସମ୍ପର୍କରେ ପଢ଼ି ପଢ଼ି ବା ଶୁଣି ଶୁଣି ବିରକ୍ତି ଆସିଯିବଣି। ଅର୍ଥନୀତି, ବୈଦେଶିକ ବ୍ୟାପାର, ଦୋକାନ ବଜାର ସବୁ ବନ୍ଦ। କାହାର ଛିଙ୍କ କିମ୍ବା କାଶରୁ ଆସୁଥିବା ବିପଦ ସାମ୍ନାରେ ଅଦିନିଆ ବର୍ଷା, ଗ୍ଲୋବାଲ ୱାର୍ମିଂ, କର୍କଟ ରୋଗର ବୃଦ୍ଧି ପ୍ରଭୃତି ପ୍ରତ୍ୟେକଟି ଜିନିଷ ଅପ୍ରାସଙ୍ଗିକ ହୋଇଯାଇଛି। କରୋନା ବିପଦ ସମୟରେ କିଛି ଭଲ ଘଟଣା ବି ଘଟୁଛି। ପାଗ ଭଲ ହୋଇଛିି। ବଡ଼ ବିବାହ ପାର୍ଟି ବନ୍ଦ ହୋଇଯାଇଛି। ପ୍ରଦୂଷଣକାରକ ବାଣ ଫୁଟୁ ନାହିଁ। ରାସ୍ତାରେ ଟ୍ରାଫିକ ବହୁତ କମ୍‌। ମୁଁ ଏବେ ପୁଣି ପକ୍ଷୀମାନଙ୍କ କାକଳି ଶୁଣିପାରୁଛି। ପରିବାରଗୁଡ଼ିକ ପରସ୍ପର ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ରାଜନୈତିକ ଚର୍ଚ୍ଚା କମିଯାଇଛି। ରାଜନେତାମାନେ ଏବେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି ଏବଂ ସେମାନଙ୍କର ଦଳବଦଳ ଏବେ ଆପଣଙ୍କ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ।
ସମସ୍ତେ ପୂର୍ବରୁ ଏକ ବିଫଳ ଅର୍ଥନୀତିକୁ ନେଇ ସଂଘର୍ଷ କରୁଛନ୍ତି, ଲୋକମାନେ କିଛି କିଣିବାକୁ ଆଉ ଦୋକାନକୁ ଆସୁ ନାହାନ୍ତି। ବିଳାସପୂର୍ଣ୍ଣ ସାମଗ୍ରୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତଳ ସ୍ତରରେ ରାସ୍ତାକଡ଼ ଖାଦ୍ୟ ବିକ୍ରେତା, କପଡା ଓ ଜୋତା ବିକ୍ରେତାମାନଙ୍କର ବେପାର ବନ୍ଦ। ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ମୋ ପାଇଁ ଏବଂ ପଶୁ ଜଗତ ପାଇଁ ଏହା ଏକ ଭୟଙ୍କର ସମୟ। ବହୁ ସରକାରୀ ଓ ବେସରକାରୀ ସଂସ୍ଥା, ଯାହାର ଭୂତାଣୁଙ୍କ ସହ କିଛି ସମ୍ପର୍କ ନାହିଁ, ସେମାନେ ମିଥ୍ୟା ଖବର ପ୍ରଚାରରେ ବିଶେଷଜ୍ଞ ବନିଯାଇଛନ୍ତି। ମୁମ୍ବାଇର ପଶ୍ଚିମ ରେଳପଥ ଗୃହପାଳିତ ପଶୁଙ୍କୁ ସ୍ପର୍ଶ ନ କରିବାକୁ ପରାମର୍ଶ ଦେଇଛି, ଠାଣେ ପୌର ନିଗମ ମଧ୍ୟ ସେହି କଥା ଲେଖି ପ୍ରଚାରପତ୍ର ବାଣ୍ଟିଛି। ଷ୍ଟାର୍‌ ଇନସୁରାନ୍ସ କମ୍ପାନୀ ଏଭଳି ଏକ ଚିଠି ପଠାଇଛି। ଏନ୍‌ଟିପିସି ବିଦ୍ୟୁତ୍‌ କମ୍ପାନୀ ପ୍ରଭୃତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଚେତାବନୀ ପାଇବା ପରେ ଏ ସମ୍ପର୍କିତ ମିଥ୍ୟା ସୂଚନାଗୁଡ଼ିକ ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ ସେତେବେଳକୁ ଡେରି ହୋଇଯାଇଥିଲା। ଯେଉଁମାନେ ନିଜର ପୋଷା ପ୍ରାଣୀଙ୍କୁ ବିଦା କରିବାକୁ କିଛି ବାହାନା ଖୋଜୁଥିଲେ ସେମାନେ ନିଜ ନିଜର ଶହ ଶହ କୁକୁରଙ୍କୁ ନେଇ ରାଜପଥରେ ପକାଇଦେଲେ ଯେଉଁଠାରେ ଅନେକେ ଗାଡ଼ି ଚକା ତଳେ ମଲେ। ଅନ୍ୟମାନେ ମୋ ପରି ଆଶ୍ରୟସ୍ଥଳୀଗୁଡ଼ିକରେ ନେଇ ନିଜର ପୋଷା କୁକୁରଙ୍କୁ ଛାଡ଼ିଦେଲେ। ଏହି ସମସ୍ତ ପ୍ରାଣୀ ବିନା ଦୋଷରେ ଯନ୍ତ୍ରଣା ଭୋଗିବେ ଓ ମରିବେ।
କରୋନା ଭୂତାଣୁ ମଣିଷଠାରୁ ପଶୁମାନଙ୍କୁ ବା ପଶୁଠାରୁ ମଣିଷମାନଙ୍କୁ ସଂକ୍ରମିତ ହୁଏ ନାହିଁ। କରୋନା ଭୂତାଣୁ ହେଉଛି ଋତୁକାଳୀନ ଫ୍ଲୁର ଏକ ଭୟଙ୍କର ରୂପ- ଯାହା ପ୍ରତ୍ୟେକ ଋତୁରେ ପରିବର୍ତ୍ତିତ ହୁଏ। ପୃଥିବୀରେ ପ୍ରତ୍ୟେକ ପ୍ରାଣୀ ବଞ୍ଚିବାକୁ ଚାହାନ୍ତି ଏବଂ ଭୂତାଣୁଙ୍କର ମଧ୍ୟ ଜୀବନ ଅଛି। ବଞ୍ଚିବା ଏବଂ ବହୁଗୁଣିତ ହେବା ପାଇଁ ସେମାନଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତିତ (ମ୍ୟୁଟେଶନ) ହେବାକୁ ପଡ଼ିଥାଏ, କାରଣ ମାନବ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ପୁନର୍ବାର ସମାନ ଭୂତାଣୁର କବଳିତ ହେବାକୁ ଦିଏ ନାହିଁ। ପ୍ରତ୍ୟେକ ଥର ଆପଣ ଯେତେବେଳେ ଫ୍ଲୁ ରୋଗରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ଏହା ଏକ ଭିନ୍ନ ଭୂତାଣୁ ହୋଇଥାଏ। କିନ୍ତୁ ଆପଣଙ୍କଠାରୁ କେବେ ବି କୁକୁର, ବିଲେଇ କିମ୍ବା ଗାଈ ଓ ଛେଳିକୁ କାଶ କି ଥଣ୍ଡା ରୋଗ ହୋଇ ନାହିଁ କିମ୍ବା ଆପଣ ସେମାନଙ୍କଠାରୁ ଏହି ରୋଗର ଶିକାର ହୋଇ ନାହାନ୍ତି। ଏହି ସମୟ ଅଲଗା ନୁହେଁ। ଯଦି ଆପଣ ବର୍ତ୍ତମାନ ନିଜର ପୋଷା ପଶୁମାନଙ୍କ ପ୍ରତି ଅତ୍ୟାଚାର କରନ୍ତି, ତେବେ ନିଜ କର୍ମର ଫଳ ପରେ ଭୋଗିବାକୁ ପଡ଼ିବ।
ଦ୍ୱିତୀୟ ଦୁଃଖଦ ଘଟଣା ହେଉଛି ଉଭୟ ଅର୍ଥ ଏବଂ ଖାଦ୍ୟ ଆକାରରେ ଦାନର ସମ୍ପୂର୍ଣ୍ଣ ଅଭାବ। ପ୍ରତିଦିନ ଶହ ଶହ ଲୋକ ମୋ ଆଶ୍ରୟସ୍ଥଳକୁ ଆସୁଥିଲେ ଏବଂ ଗାଈ, ମାଙ୍କଡ ଏବଂ କୁକୁରମାନଙ୍କ ପାଇଁ ଖାଦ୍ୟ ଦେଉଥିଲେ। ବର୍ତ୍ତମାନ କରୋନା ଭୟ ହେତୁ କେହି ଆସୁନାହାନ୍ତି। ଦାନ ମଧ୍ୟ ଆସିବା ବନ୍ଦ ହୋଇଯାଇଛି। ତେଣୁ ଆଶ୍ରୟସ୍ଥଳ କେମିତି ଚାଲିବ ସେଥି ନେଇ ମୋର ଚିନ୍ତା ବଢ଼ିଯାଇଛି। ପ୍ରାଣୀମାନଙ୍କର ଯତ୍ନ ନେଉଥିବା ପ୍ରତ୍ୟେକ ଏନ୍‌ଜିଓ ଏବେ ଭୟଭୀତ। କମ୍ପାନୀଗୁଡିକ ସେମାନଙ୍କର ସିଏସ୍‌ଆର୍‌ ପାଣ୍ଠିରୁ ଯାହା ଦାନ ଦେଉଥିଲେ (ଯଦିଚ ଏହା ଖୁବ୍‌ କମ୍‌) ତାହା ଆଉ ଦେଉନାହାନ୍ତି, କାରଣ ସେମାନଙ୍କର ଲାଭ ହ୍ରାସ ପାଇଛି କିମ୍ବା ଏହାକୁ କରୋନା ମୁକାବିଲା ତହବିଲକୁ ଦେବା ପାଇଁ ସରକାର କହିଛନ୍ତି। ତେଣୁ ଆମେ ଭାଙ୍ଗିପଡ଼ିଛୁ।
ଅନେକ ଲୋକ ମୋତେ ପଚାରିଛନ୍ତି ମାଂସ ଖାଇଲେ ସେମାନଙ୍କଠାରେ ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ କି? ସେମାନେ ଜାଣିବା ଆବଶ୍ୟକ: ପଶୁମାଂସ ମାନବ ଶରୀର ପାଇଁ ଖରାପ। ଭୂତାଣୁ ସମସ୍ତଙ୍କୁ ଆକ୍ରମଣ କରିବେ- ଆପଣ ସେହି ବେକାରିଆ ମାସ୍କ କିମ୍ବା ଗ୍ଲୋଭ୍‌ସ ଯାହା ବି ପିନ୍ଧନ୍ତୁ ସବୁ ଅପ୍ରାସଙ୍ଗିକ। କିନ୍ତୁ ଭୂତାଣୁ ଆପଣଙ୍କ ଶରୀରକୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଭାବିତ କରିପାରିବ କି ନାହିଁ, ତାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ। ମାଂସାହାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରେ। ଅଧିକାଂଶ ମାଂସ ଓ ଚିକେନରେ ପ୍ରବଳ ଜୀବାଣୁ, ଭୂତାଣୁ ଓ ଆଣ୍ଟିବାୟୋଟିକ ଥାଏ। ଯଦି ଆପଣ ଏହାକୁ ଖାଆନ୍ତି- ବିଶେଷକରି ଚିକେନ ଓ ଅଣ୍ଡା, ତେବେ ଆପଣ ସେହିସବୁ ଜୀବାଣୁ, ଭୂତାଣୁ, ଆଣ୍ଟିବାୟୋଟିକ ଓ ହରମୋନ ପାଇବେ ଯାହା ଏହି ପ୍ରାଣୀମାନଙ୍କୁ ଫାର୍ମରେ ପାଳନ ବେଳେ ଦିଆଯାଇଥିଲା। ଭାରତର ୭୦% ଆଣ୍ଟିବାୟୋଟିକ୍‌ ପଶୁମାନଙ୍କୁ ଖାଇବାକୁ ଦିଆଯାଏ ଏବଂ ଥରେ ଏହା ଆପଣଙ୍କ ଶରୀରରେ ପ୍ରବେଶ କଲାପରେ ଯଦି ଆପଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ଡାକ୍ତରମାନେ ଦେଉଥିବା ଆଣ୍ଟିବାୟୋଟିକ ଆପଣଙ୍କୁ ଭଲ କରିବାରେ କୌଣସି ପ୍ରଭାବ ଦେଖାଇବ ନାହିଁ। କାରଣ ଭୂତାଣୁମାନେ ଏହାର ପ୍ରତିରୋଧୀ ହୋଇଯାଇଥାନ୍ତି।
ମଇଁଷି ଓ ଗାଈମାନଙ୍କର ଲ୍ୟୁକେମିଆ ଓ ଯକ୍ଷ୍ମା, କୁକୁଡ଼ାମାନଙ୍କର ମଧୁମେହ ଓ ଅନ୍ୟାନ୍ୟ ଅନେକ ରୋଗ ଅଛି ଏବଂ ଘୁଷୁରିମାନଙ୍କଠାରେ ସମସ୍ତ ପ୍ରକାରର କୃମି ଅଛି। ଆପଣ ଏହି ରୋଗଗୁଡ଼ିକୁ କିଣିବାକୁ ଚାହୁଁଛନ୍ତି କି? ତା’ହେଲେ ମାଂସ ଖାଆନ୍ତୁ। ଦୁଇ ମାସ ମଧ୍ୟରେ ମୋର ‘ଆପଣଙ୍କ ପ୍ଲେଟ୍‌ରେ ବିଷ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି। ଏଥିରେ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌ ଏବଂ ରାସାୟନିକ ପଦାର୍ଥ ବିଷୟରେ ଲେଖା ହୋଇଛି ଯାହା ମାଂସ, ଅଣ୍ଡା ଓ କ୍ଷୀରରେ ଥାଏ। ପ୍ରକାଶ ପାଇବା ପୂର୍ବରୁ ଏପର୍ଯ୍ୟନ୍ତ ଏହାର ପ୍ରଭାବ ଏଇଆ ହୋଇଛି ଯେ, ମୋର ସମ୍ପାଦକ ଏବଂ ପ୍ରକାଶକମାନେ ଶାକାହାରୀ ହୋଇଯାଇଛନ୍ତି। ଯଦି କେବେ ବି ଆପଣ ଦୁର୍ଯୋଗକୁ ଭୂତାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି ଏବଂ ସଂକ୍ରମିତ ହେବା ପରେ ସେଥିରୁ ବଞ୍ଚିବାକୁ ଚାହାନ୍ତି, ତେବେ ମାଂସ ଖାଇବା ବନ୍ଦ କରନ୍ତୁ।
ଚାଇନା ଏବଂ ଦକ୍ଷିଣପୂର୍ବ ଏସିଆର ଅନେକ ଦେଶ ସାପ, ବାଦୁଡ଼ି, ଭାଲୁ, ବାଘ, ବଜ୍ରକାପ୍ତା ପ୍ରଭୃତି ବନ୍ୟଜନ୍ତୁଙ୍କୁ ମାରି ଖାଉଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଦେହରେ ମାତ୍ରାଧିକ ଭୂତାଣୁ ଥାନ୍ତି ଏବଂ ଏହା ମାନବ ଶରୀରକୁ ଆସିଲେ ପରିବର୍ତ୍ତିତ ହୁଅନ୍ତି। ବର୍ତ୍ତମାନ ଚାଇନାର ଅଧିବାସୀମାନଙ୍କୁ ତାଙ୍କ ସରକାରଙ୍କ ପକ୍ଷରୁ ଗ୍ରହର ପ୍ରତ୍ୟେକ ଜୀବଙ୍କୁ ନ ଖାଇବାକୁ କୁହାଯାଇଛି, କିନ୍ତୁ ଭାରତରେ? ମଣିପୁରରେ ତାମେଙ୍ଗ୍‌ଲଙ୍ଗ ନାମକ ଏକ ଜିଲ୍ଲାରେ ଏକ ଭୟଙ୍କର ବଜାର ଅଛି, ଯେଉଁଠାରେ କୁକୁର, ବଜ୍ରକାପ୍ତା, ସାପ, ବାଦୁଡ଼ି, ମାଙ୍କଡ ପ୍ରଭୃତି ସମସ୍ତ ପ୍ରାଣୀ ଓ ତାଙ୍କ ମାଂସ ପ୍ରତିଦିନ ବିକ୍ରି ହୁଏ। ଏହି ମାଂସ କିଣିବା ପାଇଁ ପ୍ରତିଦିନ ମ୍ୟାନ୍‌ମାରରୁ ଚୋରା ଚାଲାଣକାରୀମାନେ ଆସନ୍ତି। ଏହି ବଜାରଗୁଡିକ ତୁରନ୍ତ ବନ୍ଦ କରାଯିବା ଉଚିତ।
ଅନେକେ ବିଶ୍ୱାସ କରୁଛନ୍ତି ଯେ, ପାଗ ଗରମ ହେଲେ ଭୂତାଣୁ ଚାଲିଯିବେ। କିନ୍ତୁ କେରଳରେ ପାଗ ସବୁବେଳେ ଗରମ ରହିଥାଏ ଏବଂ ଅଧିକାଂଶ ଭୂତାଣୁ ସଂକ୍ରମଣ ସେଇଠାରେ ଦେଖିବାକୁ ମିଳିଛି। ଏହା ସମଗ୍ର ଆଫ୍ରିକାରେ ବ୍ୟାପିଛି। ଏହି ଭୂତାଣୁ କଦାପି ଲୋପ ପାଇବ ନାହିଁ। ହଁ, ଏହି ଭୂତାଣୁ କିଛି ମାସ ପରେ ଦୂର ହୋଇଯିବ, ବୋଧହୁଏ ଯେତେବେଳେ ଏହା ଆକ୍ରମଣ କରିବାକୁ ଆଉ ନୂଆ ଦୁର୍ବଳ ଶରୀର ପାଇବ ନାହିଁ ଏବଂ ଯେତେବେଳେ ଆପଣ ଏହାର ପ୍ରତିରୋଧକ ଶକ୍ତି ହାସଲ କରିବେ। କିନ୍ତୁ ଏହା କିଛି ମାସ ପରେ ପୁଣି ଅନ୍ୟ ରୂପରେ ଫେରି ଆସିବ ଏବଂ ସେତେବେଳେ ଆମେ ଏହାକୁ ଭିନ୍ନ ଭାବରେ ନାମିତ କରିବୁ, ଯେହେତୁ ଆମର ପୂର୍ବଗୁଡ଼ିକ ଅଛି- ଚିକେନ୍‌ଗୁନିଆ, ସ୍ବାଇନ୍‌ ଫ୍ଲୁ, ବାର୍ଡ ଫ୍ଲୁ, କରୋନା ଇତ୍ୟାଦି। ଆପଣ ଏହା ପାଇଁ ପ୍ରସ୍ତୁତ ହେବେ କି? ତା’ହେଲେ ନିରାମିଷ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?