Posted inଖେଳ

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌ କାରଣରୁ ଭାରତରେ ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା।
ଆଥ୍‌ଲେଟିକ୍ସ:
ଭୋପାଳରେ ଏପ୍ରିଲ ୬ରୁ ୮ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଫେଡେରେଶନ କପ୍‌ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି।
ବ୍ୟାଡ୍‌ମିଣ୍ଟନ:
ଏପ୍ରିଲ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ ଓପନ୍‌ ମଧ୍ୟ ବାତିଲ ହୋଇଛି।
ବାସ୍କେଟବଲ:
ମାର୍ଚ୍ଚ ୧୮ରୁ ୨୨ ତାରିଖ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଫିବା ୩x ୩ ଅଲିମ୍ପିକ କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଚେସ୍‌:
ମେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଜାତୀୟ ଟୁର୍ନାମେଣ୍ଟଗୁଡିକୁ ସ୍ଥଗିତ ରଖାଯାଇଛି।
କ୍ରିକେଟ:
* ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାର ଗୋଟିଏ ମାସ ପାଇଁ ରାଜ୍ୟର ସବୁ ପ୍ରକାର କ୍ରୀଡ଼ା ଆୟୋଜନକୁ ବାତିଲ କରିଛି।
* ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ବାତିଲ କରାଯାଇଛି। ଫଳରେ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ଓ ୧୮ ତାରିଖରେ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ସିରିଜ ବାତିଲ।
* ସବୁ ଘରୋଇ କ୍ରିକେଟ ଟୁର୍ନାମେଣ୍ଟକୁ ମଧ୍ୟ ବାତିଲ କରାଯାଇଛି।
* ରଣଜୀ ଟ୍ରଫି ଫାଇନାଲର ଅନ୍ତିମ ଦିବସର ଖେଳ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଛି।
* ମୁମ୍ବାଇ ଓ ପୁଣେରେ ମାର୍ଚ୍ଚ ୭ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ରୋଡ ସେଫ୍ଟି ବିଶ୍ୱ ସିରିଜକୁ ମଧ୍ୟ ବାତିଲ କରାଯାଇଛି।
ଫୁଟବଲ
* ମାର୍ଚ୍ଚ ୧୪ ତାରିଖରେ ଗୋଆରେ ଏଟିକେ ଏଫ୍‌ସି ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ ଫାଇନାଲ ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଖେଳାଯାଇଛି।
* ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ଫୁଟବଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି।
* ଭାରତ ଓ କାତାର ମଧ୍ୟରେ ମାର୍ଚ୍ଚ ୨୬ ତାରିଖରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ମଧ୍ୟ ସ୍ଥଗିତ ରହିଛି।
* କୋଲକାତାରେ ଜୁନ୍‌ ୯ ତାରିଖରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ମଧ୍ୟ ସ୍ଥଗିତ ରଖାଯାଇଛି।
* ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡ ମ୍ୟାଚ୍‌ଗୁଡିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌ଗୁଡିକ ଆଇଜଲରେ ଏପ୍ରିଲ ୧୪ରୁ ୨୭ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।
* ଆଇ-ଲିଗ୍‌ର ବାକି ୨୮ଟି ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଗଲ୍ଫ
* ନୂଆଦିଲ୍ଲୀରେ ମାର୍ଚ୍ଚ ୧୯ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆ ଓପନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
* ମାର୍ଚ୍ଚ ୧୬ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଫେସନାଲ ଗଲ୍ଫ ଟୁର ଅଫ୍‌ ଇଣ୍ଡିଆ (ପିଜିଟିଆଇ)ର ସବୁ ଟୁର୍ନାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
ମୋଟର ସ୍ପୋଟର୍‌ସ
* ସାଉଥ୍‌ ଇଣ୍ଡିଆ ରାଲି, ଏଫ୍‌ଆଇଏ ଏସିଆ -ପାସିଫିକ୍‌ ଚାମ୍ପିୟନଶିପ୍‌ର ଓପନିଂ ରାଉଣ୍ଡ ମାର୍ଚ୍ଚ ୨୦ରୁ ୨୨ ତାରିଖ ମଧ୍ୟରେ ଚେନ୍ନାଇରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବ।
ପାରା ସ୍ପୋଟର୍‌ସ:
ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ଜାତୀୟ ଓ ରାଜ୍ୟ ଚାମ୍ପିୟନଶିପ୍‌ ସ୍ଥଗିତ।
ଶୁଟିଂ
ନୂଆଦିଲ୍ଲୀରେ ମାର୍ଚ୍ଚ ୧୫ରୁ ୨୫ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ରାଇଫଲ, ପିସ୍ତଲ ଓ ଶଟ୍‌ଗନ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଟେନିସ୍‌:
ସବୁ ଘରୋଇ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?