ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ପାରାଦୀପର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ପାରାଦୀପର ପ୍ରଦୂଷଣ ରୋକିବା ଦିଗରେ କେତେକ ପଦକ୍ଷେପ ନିଆଯାଉଛି। ପାରାଦୀପ ବନ୍ଦରର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟଟନ୍ତ ଏକ ଫ୍ଲାଏଓଭର ନିର୍ମାଣ କରାଯିବ। ଯାହା ଏବେ ଟେଣ୍ଡର ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିସହ ଅଗଷ୍ଟ ମାସରୁ ପାରାଦୀପ-ହରିଦାସପୁର ରେଳ ଚଳାଚଳ କଲେ ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ହ୍ରାସ ପାଇବ। ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ଯୋଗୁ ରାସ୍ତାରେ ଧୂଳି ଆସ୍ତରଣ ଅଧିକ ହେଉଛି। ସେ ସବୁ ଆଉ ହେବ ନାହିଁ। ଅନ୍ୟପକ୍ଷରେ ରେଳ ଚଳାଚଳ କରିବା ପରେ ପାରାଦୀପରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକଗୁଡିକର ଭବିଷ୍ୟତ କ’ଣ ହେବ ବୋଲି ଜିଲାପାଳଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ, ଏ ପ୍ରସଙ୍ଗରେ ଜିଲାପାଳ କହିଥିଲେ, ଏବେ ପାରାଦୀପରେ ଶିଳ୍ପ ବଢ଼ୁଛି। ସେଥିରେ ଅନ୍ୟ ବ୍ୟବସାୟ କରି ଟ୍ରକ୍‌ ମାଲିକ ରୋଜଗାରକ୍ଷମ ହୋଇପାରିବେ।

ସୂଚନାଯୋଗ୍ୟ, ପାରାଦୀପରେ ବର୍ଷେ ହେଲା ଟ୍ରକ ସଂଘକୁ ନେଇ ଅନେକ ବିବାଦ ଦେଖାଦେଇଛି। ସଂଘ ଜରିଆରେ ଟ୍ରକ୍‌ ମାଲିକମାନେ ପଣ୍ୟ ପରିବହନ ମୂଲ୍ୟ ସ୍ଥିର କରି ଅନେକ ପରିବହନକାରୀ ସଂସ୍ଥାକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହିଭଳି ଏକ ବୃହତ୍‌ ପରିବହନକାରୀ ସଂସ୍ଥା ୨୦୧୮ରେ ଟ୍ରକ୍‌ରେ ପଣ୍ୟ ପରିବହନ ବନ୍ଦ କରି ଟ୍ରେନ୍‌ରେ ପରିବହନ କରିଥିଲେ। ଯାହାକୁ ଜିଲାପାଳ ମହାପାତ୍ର କଥା ପ୍ରସଙ୍ଗରେ କହିଥିଲେ ଯେ, ଏପରି ମୂଲ୍ୟ ଦୁନିଆରେ କେଉଁଠି ହେଉ ନ ଥିବ। ଏମିତି ସ୍ଥିତିରେ ସଂଘଗୁଡିକ ଧାରଣା-ଧର୍ମଘଟ କରି ଅଡ଼ୁଆରେ ପକାଇଥାନ୍ତି। ଟ୍ରେନ୍‌ରେ ପଣ୍ୟ ପରିବହନ ହେଲେ ଟ୍ରକ ବ୍ୟବସାୟ ପାଇଁ ନକରାତ୍ମକ ସ୍ଥିତି ଆଣିପାରେ ବୋଲି ଚର୍ଚ୍ଚା ହେଲାଣି। ଅପରପକ୍ଷେ ୪ଟି ଟ୍ରକ ମାଲିକ ସଂଘ ସେମାନଙ୍କ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ମାସେ ହେଲା ନୋଟିସ୍‌ ଜାରି କରିଛନ୍ତି। କେତେକ ବେକାର ଯୁବକ ନୂଆ ଟ୍ରକ୍‌ କରିବା ପାଇଁ ସଂଘରେ ଲବି ଚଳାଇଛନ୍ତି। ଏହିଭଳି ସ୍ଥିତିରେ ପ୍ରଶାସନର ଟ୍ରକ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପ୍ରୟାସ ଆଗାମୀ ଦିନରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?