କରୋନାଭାଇରସ ରୋକିବାକୁ ଟେଲିଭିଜନ, ସିନେମାରୁ ହଟାଯାଉଛି କିସିଂ ସିନ୍‌

ତାଇପେ,୧୦।୨: ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ଚାଇନା ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଶୁଣିବାକୁ ମିଳିଛି ଏବେ ଚାଇନା ସରକାର ଟେଲିଭିଜନ ଧାରାବାହିକ ଓ ସିନେମାରୁ କିସିଂ ସିନ୍‌ ହଟାଇ ଦେଉଛନ୍ତି। କିସିଂ ଦ୍ୱାରା କରୋନାଭାଇରସ ବ୍ୟାପୁଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ନିକଟରେ କରୋନାଭାଇରସ ବାୟୁଦ୍ୱାରା ବ୍ୟାପୁଥିବା ବିଶେଷଜ୍ଞମାନେ କହିଛନ୍ତି। କେବଳ ସେତିକି ନୁହେଁ ସିଧାସଳଖ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କରୋନାଭାଇରସ ସଂକ୍ରମିତ ହେଉଛି ବୋଲି ମଧ୍ୟ କୁହାଯାଇଛି। ୟୁନାଇଟେଡ ଡେଲି ରିପୋର୍ଟ ଅନୁଯାୟୀ, ଏହାକୁ ନଜରରେ ରଖି ଚାଇନାର ତାଇଓ୍ବାନରେ ଶୁଟିଂ କରାଯାଉଥିବା ଟେଲିଭିଜନ ଓ ସିନେମା ସିନ୍‌ରୁ କିସିଂ ସିନ୍‌କୁ ହଟାଇ ଦେବାକୁ ସ୍ଥିର କରାଯାଇଥିବା କୁହାଯାଉଛି। ଏହାସହ କଳାକାରମାନେ କଥାବାର୍ତ୍ତା ସମୟରେ ନିଜ ନିଜ ଭିତରେ ଦୂରତା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଭଳି ପଦକ୍ଷେକୁ କଳାକାର ମହଲରେ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, କରୋନାଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୯୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର

ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ...

ମହାରାଣୀଙ୍କ ନାତୁଣୀ ଗୋପନରେ ବାହାହେଲେ

ଲଣ୍ଡନ,୧୮ା୭: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତୁଣୀ ପ୍ରିନ୍ସେସ୍‌ ବିଟ୍ରାଇସ୍‌ ଗୋପନରେ ବାହା ହୋଇଛନ୍ତି। ସେ ତାଙ୍କ ପ୍ରେମିକ ତଥା କୋଟିପତି ପ୍ରପର୍ଟି ଟାଇକୁନ୍‌ ଏଡୋଆର୍ଡୋ...

ନ୍ୟୁୟର୍କରେ କରୋନାର ମୃତ୍ୟୁତାଣ୍ଡବ: ୧୧ ଭାରତୀୟ ମୃତ; ୧୬ ପଜିଟିଭ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ...

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *