କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି

ଜେରୁସଲମ୍‌, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ଏହାର ସଫଳ ଔଷଧ ବାହାରି ନ ଥିବାବେଳେ କରୋନା ଭୂତାଣୁର ପ୍ରକୋପକୁ ପ୍ରଭାବହୀନ କରିପାରୁଥିବା ଆଣ୍ଟିବଡି ବିକଶିତ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି। ଦେଶର ମୁଖ୍ୟ ବାୟୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟରତ ଦେଶର ବୈଜ୍ଞାନିକମାନଙ୍କୁ ଏନେଇ ବିଶେଷ ସଫଳତା ମିଳିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନଫ୍‌ତାଲି ବେନ୍ନେଟ୍ଟ ପ୍ରକାଶ କରିଛନ୍ତି। ସଫଳତାର ସହ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲେ ହେଁ ସ୍ବୀକୃତି ମିଳିବା ପରେ ଅଧିକରୁ ଅଧିକ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ (ଆଇଆଇଆର୍‌ବି) ଲାବ୍‌କୁ ଯାଇ ବେନ୍ନେଟ୍ଟ ଏସବୁ ଦେଖିଥିବା କହିଛନ୍ତି। ପିଏମ୍‌ଓ କାର୍ଯ୍ୟାଳୟ ଦ୍ୱାରା ଏସବୁ କାର୍ଯ୍ୟ ପରିଚାଳନା କରାଯାଉଛି। ଏହି ବିକଶିତ ଆଣ୍ଟିବଡି ରୋଗୀଙ୍କ ଶରୀରର କୋଷ ମାଧ୍ୟମରେ ଭୂତାଣୁକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇପାରିବ ବୋଲି ଦାବି କରାଯାଇଛି। ପେଟେଣ୍ଟ ମିଳିବା ପରେ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଅଧିକରୁ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରାଯାଇ ଅନ୍ତର୍ଜାତୀୟ ସ୍ତରରେ କମ୍ପାନୀଗୁଡ଼ିକୁ ଏହାର ଉତ୍ପାଦନ ଓ ବିକ୍ରି ଲାଗି କୁହାଯିବ ବୋଲି ଦର୍ଶାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ର ଏଭଳି ସଫଳତା ଲାଗି ଆମେ ଗର୍ବିତ ଓ କର୍ମଚାରୀଙ୍କ ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ବେନ୍ନେଟ୍ଟ ମତବ୍ୟକ୍ତ କରିଛନ୍ତି। ପ୍ରକାଶଥାଉ କି, ଗତ ମାର୍ଚ୍ଚରେ ଇସ୍ରାଏଲର ଏକ ଦୈନିକ ଖବରକାଗଜ ପକ୍ଷରୁ ଏଭଳି ବିକଶିତ ଆଣ୍ଟିବଡି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା।
ବିକଶିତ ଆଣ୍ଟିବଡିର ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ମଣିଷ ଶରୀରରେ ଏହାର ବ୍ୟବହାର କରାଯାଇଛି କି ନାହିଁ, ସେ ସମ୍ପର୍କରେ ବିବୃତିିରେ କିଛି ସ୍ପଷ୍ଟ କରାଯାଇନାହିଁ। ଇସ୍ରାଏଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚ ୧୯୫୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ପରିଚାଳନା ଦାୟିତ୍ୱ ବୁଝୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଏହାର ଯୋଗାଯୋଗ ରହିଆସିଛି। ଗତ ଫେବୃୟାରୀ ୧ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ କୋଭିଡ୍‌-୧୯ର ସଫଳ ଔଷଧ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ୫୦ରୁ ଊର୍ଦ୍ଧ୍ୱ ଅଭିଜ୍ଞ ବୈଜ୍ଞାନିକ ଓ କେତେଜଣ ଗବେଷକମାନେ ପ୍ରୟାସ ଜାରି ରଖିଛନ୍ତି। ଜାପାନ, ଇଟାଲୀ ଓ ଅନ୍ୟ କେତେକ ଦେଶରୁ ଭାଇରସ୍‌ ସାମ୍ପଲ ଅଣାଯାଇ ସେଗୁଡ଼ିକର କ୍ଲିନିକାଲ ଟେଷ୍ଟ କରାଯିବ ସହ ସାଇଡ୍‌ ଇଫେକ୍ଟର ପରୀକ୍ଷା କରାଯାଇଥିଲା। ପଶୁ ଓ ମଣିଷଙ୍କଠାରେ ଭୂତାଣୁର ପ୍ରଭାବ ଅନୁଧ୍ୟାନ କରାଯାଇଥିଲା। ଶେଷରେ ବିକଶିତ ଆଣ୍ଟିବଡି କରୋନା ଆକ୍ରାନ୍ତଙ୍କ ଶରୀରରେ ଥିବା ଭୂତାଣୁ ପ୍ରକୋପକୁ ପ୍ରଭାବହୀନ କରିବାରେ ସମର୍ଥ ହୋଇଥିବା ଇସ୍ରାଏଲ ଦର୍ଶାଇଛି। ପୂର୍ବରୁ ବହୁ କମ୍ପାନୀ କୋଭିଡ୍‌-୧୯ର ସଫଳ ଚିକିତ୍ସା ଲାଗି ଔଷଧ ବାହାର କରିଥିବା ଦାବି କରିଆସିଥିଲେ ହେଁ ସେଗୁଡ଼ିକର କୌଣସି ପ୍ରମାଣ ନ ଥିଲା। ପ୍ରକାଶଥାଉ କି, ଏପର୍ଯ୍ୟନ୍ତ ଚାଇନାରୁ ଆସିଥିବା କରୋନା ଭୂତାଣୁ ବିଶ୍ୱରେ ୨.୫ ଲକ୍ଷ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୩୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ଆତଙ୍କର ବାତାବରଣ ସୃଷ୍ଟିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୮ ଦେଶରେ ଓମିକ୍ରନ୍‌ ଆତଙ୍କ…

ଜେନେଭା/ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୩୮ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି।...

ମାନିଲେ ମମତା

କୋଲକାତା,୪ ।୧୦: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ...

ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍‌

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର...

ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ...

ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସହ ଲଢିବାକୁ ଏବେ ସମସ୍ତେ ପ୍ରସ୍ତୁତ। ଏହାର ଭୟାବହତା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ସାରା...

ଏଠାରେ କରୋନା ଭୟ ଶୂନ: ମାତ୍ର ୭୫ ଟଙ୍କାରେ ଘର କିଣି ରହିପାରିବେ

କରୋନା ଭାଇରସ ସମଗ୍ର ବିଶ୍ୱର ହଇଚଇ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିଲା ଏହି ମରାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ...

କରୋନାକୁ ହରାଇଲେ ୩୦ ମହିଳା ପୋଲିସ ଅଧିକାରୀ

ହାଇଦ୍ରାବାଦ,୩୦।୭: କରୋନା ମହାମାରୀ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି।...

Advertisement
Archives

Model This Week