Posted inଜାତୀୟ

କରୋନାକୁ ନେଇ ସାର୍କ ରାଷ୍ଟ୍ରଙ୍କୁ ଭାରତର ବାର୍ତ୍ତା: ପ୍ରସ୍ତୁତ ରୁହ, ଭୟ କରନାହିଁ

ନୂଆଦିଲ୍ଲୀ,୧୬।୩(ପି.ଟି.): ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ମିଳିତ ଜରୁରୀ ପାଣ୍ଠି ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ) ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ନିୟୁତ ଡଲାର ଯୋଗାଇଦେବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ମିଳିତ ଉଦ୍ୟମ ବଳରେ କରୋନାର ମୁକାବିଲା କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ୍ରମେ ରବିବାର ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସରେ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏଥିରେ ଭାଗ ନେଇ ସାର୍କ ରାଷ୍ଟ୍ରଗୋଷ୍ଠୀକୁ ଭାରତର ବାର୍ତ୍ତା ଦେଇଛନ୍ତି। ମାରାତ୍ମକ କୋଭିଡ-୧୯ର ମୁକାବିଲା ଲାଗି ପ୍ରସ୍ତୁତ ହୁଅ, କିନ୍ତୁ ଭୟ କରନାହିଁ ବୋଲି ମୋଦି କହିଥିଲେ। ବିଶ୍ୱ ଜନସଂଖ୍ୟାର ଏକ-ପଞ୍ଚମାଂଶ ବସବାସ କରୁଥିବା ସାର୍କ ରାଷ୍ଟ୍ରଗୁଡ଼ିକୁ ସମ୍ଭାବ୍ୟ ଭବିଷ୍ୟତ ସ୍ଥିତି ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ସାର୍କ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ କମ୍‌ ରହିଛି। ଆମକୁ ଆହୁରି ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ କହିଥିଲେ। ଆମେ ସମସ୍ତେ ଏକାଠି ପ୍ରସ୍ତୁତ ହେବା, ପ୍ରତିକାର ବ୍ୟବସ୍ଥା କରିବା ଦ୍ୱାରା ନିଶ୍ଚୟ ସଫଳ ହୋଇପାରିବା ବୋଲି ସେ ପରାମର୍ଶ ଦେଇଥିଲେ।
କରୋନା ମୁକାବିଲା ଲାଗି ଭାରତ ଚିକିତ୍ସା ଭିତ୍ତିଭୂମିର ବିକାଶ ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛି। ବାହାର ଦେଶର ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ସନ୍ଦିଗ୍ଧଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି। ବିଭିନ୍ନ ସଂକ୍ରମିତ ଦେଶରେ ଥିବା ପ୍ରାୟ ୧୪୦୦ ଭାରତୀୟଙ୍କୁ ଫେରାଇ ଅଣାଗଲାଣି। ଏପରିକି ପଡୋଶୀ ଦେଶର ଲୋକଙ୍କୁ ମଧ୍ୟ ଫେରାଇ ଆଣିବାରେ ଭାରତ ସହାୟତା କରିଛି। ଭୂତାଣୁକୁ ହେୟଜ୍ଞାନ କରନ୍ତୁ ନାହିଁ କି ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଗନି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ (ସ୍ବାସ୍ଥ୍ୟ) ଜଫର ମିର୍ଜା ଭିଡିଓ କନ୍‌ଫରେନ୍ସରେ ଭାଗ ନେଇଥିଲେ। ସଦସ୍ୟ ରାଷ୍ଟ୍ରମାନେ ସମନ୍ବିତ ଉଦ୍ୟମ ଉପରେ ଜୋର ଦେଇଥିଲେ। ସାର୍କ ରାଷ୍ଟ୍ରମାନଙ୍କର ଏକ ମନ୍ତ୍ରୀଗୋଷ୍ଠୀ ଗଠନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। କରୋନା ଭୂତାଣୁ ସର୍ଭିଲାନ୍ସ ପୋର୍ଟାଲ ସ୍ଥାପନ କରି ଭାରତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସମ୍ଭାବ୍ୟ ସଂକ୍ରମଣ ଚିହ୍ନଟରେ ସହାୟତା କରିପାରିବ ବୋଲି ସେ କହିଥିଲେ। ମହାମାରୀ ନିୟନ୍ତ୍ରଣ ଲାଗି ମିଳିତ ଗବେଷଣା ପ୍ଲାଟଫର୍ମ ସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏଥିରେ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍‌ଆର୍‌) ନେତୃତ୍ୱ ନେଇପାରିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ...

‘ହିଜାବ ନ ପିନ୍ଧୁଥିବାରୁ ବଳାତ୍କାର ହେଉଛି’

ବେଙ୍ଗାଲୁରୁ,୧୩।୨: ଭାରତରେ ବଳାତ୍କାର ହାର ସର୍ବାଧିକ। କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ରାଜ୍ୟର ସ୍କୁଲ ଓ କଲେଜରେ ମୁଣ୍ଡ ଘୋଡ଼ାଇବା ପାଇଁ ବ୍ୟବହୃତ...

କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି...

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ...

ଜୟାଙ୍କୁ ଟାର୍ଗେଟ କଲେ ଅମର

ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍‌ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍‌...

ଜୁନ୍‌ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ପହିଲାରୁ ଏକ ମାସ ଅର୍ଥାତ ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଛି ଲକ୍‌ଡାଉନ୍‌ ଅବଧି। ଶନିବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା...

Advertisement
Archives

Model This Week