କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାପଡ଼ାହାଣ୍ଡି ଥାନା ପୋଲିସ

ପାପଡାହାଣ୍ଡି, ୧୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତୀଗୁଡା ଗ୍ରାମରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ସହ ସାମାଜିକ ଦୂରତ୍ୱ ନ ମାନିବାକୁ ନେଇ ୮ ଜଣ ଗିରଫ ହୋଇଛନ୍ତି। ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କରୋନାରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ଆଶ୍ରୟ ଦେଇଥିବାକୁ ନେଇ ଗତ ୭ ତାରିଖ ରାତିରେ ଅଂଶୁମାନ ମହାନ୍ତି, ଈଶ୍ୱର ପାଇକ, ମାଧବ ମାଝି, ଦିନୁ ଭତରା, କାହ୍ନୁ ଗୌଡ଼, ନୀଳକଣ୍ଠ ଗୌଡ଼, ନବଘନ ଗୌଡ଼,ନୀଳକଣ୍ଠ ମାଝି ତାଙ୍କ ଘରେ ପଶିଥିଲେ। ଏପରିକି ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିଲେ। ଗ୍ରାମରେ ମିଥ୍ୟା ଖବର ଗୁଜବ କରିବା ସହ ଗୋଟିଏ ସ୍ଥାନରେ ଏକାଠି ହୋଇ ସାମାଜିକ ଦୂରତା ମାନି ନ ଥିଲେ। ଖବର ପାଇ ପାପଡାହାଣ୍ଡି ପୋଲିସ ଗ୍ରାମରେ ପହଞ୍ଚିି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଲକ୍‌ ଡାଉନ୍‌ ସମୟରେ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଓ ମିଥ୍ୟା ଖବର ଗୁଜବ କରିଥିବା ଆଇଆଇସି ଶୂବେନ୍ଦୁ ଶବର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ବରୀ

ବରଗଡ଼ ଅଫିସ, ୨୮।୯: ବରଗଡ଼ ତଳିପଡ଼ାସ୍ଥିତ ଶ୍ରାଶ୍ରୀ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ଶନିବାରଠାରୁ ଶାରଦୀୟ ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ମହାଳୟା ତିଥିରେ ମାଁ...

ଶିକାରୀ ଗୁଳିରେ ଶିକାରୀ ମୃତ

ଜମନକିରା,୧୨।୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ମେଣ୍ଢାବହାଲ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନ୍ତୁ ଶିକାର କରିବାକୁ ଯାଇ...

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ...

ପିଡିଏସ୍‌ କେନ୍ଦ୍ରରେ ଅସମ୍ଭାଳ ଭିଡ: ପାଳନ ହେଉନି କରୋନା ସତର୍କତା

ରାୟଗଡା ଅଫିସ, ୯।୫- ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ରହିଛି ରାୟଗଡ଼ା ସହର। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବନ୍ତଳା,୨୨।୬(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ନିମନ୍ତେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ମହାବଳ ମହାବୀରର ଗତ ନଭେମ୍ବର...

ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା

ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ...

୨ମାସ ବିତିଲା, ଘୋଷଣା ହୋଇନି ଅନୁଦାନ

ଖୋର୍ଦ୍ଧା ଅଫିସ,୫।୨: ରାଜ୍ୟର ଐତିହାସିକ ସ୍ଥଳ, ମନ୍ଦିର, ଶକ୍ତିପୀଠ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ...

Advertisement
Archives

Model This Week