କମ୍‌ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ପ୍ରତ୍ୟୁଷା ବାନାର୍ଜୀ:


ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ ୨୦୧୬ ଏପ୍ରିଲ ୧ରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରତ୍ୟୁଷାଙ୍କ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ୍‌ ରାହୁଲ ରାଜସିଂହଙ୍କୁ ଦୋଷୀ କରିଥିଲେ ତାଙ୍କ ପରିବାର ଲୋକେ। ପ୍ରତ୍ୟୁଷାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା।

ଜିୟା ଖାନ୍‌:


ନିଃଶବ୍ଦ, ହାଉସ୍‌ଫୁଲ୍‌, ଗଜନୀ ଆଦି ଫିଲ୍ମରେ ଅଭିନୟ କରିଥିବା ଜିୟା ଖାନ୍‌ ୨୦୧୩ ଜୁନ୍‌ ୩ରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ସେତେବେଳକୁ ୨୫ ବର୍ଷ ହୋଇଥିଲା। ଏଥିରେ ମଧ୍ୟ ତାଙ୍କ ବୟଫ୍ରେଣ୍ଡ୍‌ ସୁରଜ୍‌ଙ୍କୁ ଦାୟୀ କରାଯାଇଥିଲା।

କୁଣାଳ ସିଂହ:


ଅଭିନେତା କୁଣାଳ ସିଂହ ଫିଲ୍ମରେ ନିଜର କାମକୁ ନେଇ ବେଶ୍‌ ଜଣାଶୁଣା। ସେ ୧୯୯୯ ମସିହାରେ ”Kadhalar Dhinam’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ସୋନାଲି ବେନ୍ଦ୍ରେ। ୨୦୦୮ ଫେବୃୟାରୀ ୭ରେ କୁଣାଳ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କାହିଁକି କରିଥିଲେ ସେ ବିଷୟରେ ଯଦିଓ ସ୍ପଷ୍ଟ ହୋଇ ନ ଥିଲା ଲଗାତର ଫିଲ୍ମରେ ଅସଫଳ ହେଉଥିବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ବୋଲି କୁହାଯାଇଥିଲା। ତାଙ୍କୁ ସେତେବେଳକୁ ୩୦ ବର୍ଷ ହୋଇଥିଲା।

କୁଶଲ ପଞ୍ଜାବୀ:


ଟେଲି ଅଭିନେତା କୁଶଲ ପଞ୍ଜାବୀ ଗୁରୁବାର ରାତିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ୩୭ ବର୍ଷରେ କୁଶଲଙ୍କ ଏପରି ପଦକ୍ଷେପକୁ ଇଣ୍ଡଷ୍ଟ୍ରିର ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେରେ ଦୋ ଦୋ ବାପ୍‌

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଗୋପୀ କିଷନ୍‌’ରେ ସୁନୀଲ ସେଟ୍ଟିଙ୍କ ରୋଲ୍‌କୁ। ଏଥିରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମ୍‌ନାକୁ ଆସିଥିଲେ। ଏଥିରେ ତାଙ୍କର...

ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ...

ଶାହାରୁଖଙ୍କ ଷ୍ଟାଇଲ ସିକ୍ରେଟ୍‌ ଖୋଲିଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ ଖାଁଙ୍କ ଷ୍ଟାଇଲିସ୍‌ ଲୁକ୍‌ ସମସ୍ତଙ୍କୁ ଦିଓ୍ବାନା କରେ। ନିକଟରେ ତାଙ୍କର ଏହି ଷ୍ଟାଇଲର ରାଜ ଖୋଲିଛନ୍ତି ତାଙ୍କ ପତ୍ନୀ...

ଶୁଟିଂ ସେଟ୍‌ରେ ଆହତ ହେଲେ ସାହିଦ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଫିଲ୍ମ ‘କବିର ସିଂହ’ ଧମାଲ୍‌ କରିବା ପରେ ବଲିଉଡ୍‌ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜର୍ସି’ର...

ଆସିମ୍‌ଙ୍କ ସମର୍ଥନରେ WWE ଷ୍ଟାର ଜନ୍‌: ଧନ୍ୟବାଦ ଜଣାଇଲେ ପ୍ରଶଂସକ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ...

ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି...

ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି

ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି...

ଅମିତାଭ, ରେଖାଙ୍କ ପରେ ଜୋୟାଙ୍କ ଘର ହେଲା ସିଲ୍‌ !

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ସଂକ୍ରମିତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *