Advertisement
Posted inଖେଳ

କମେଣ୍ଟ୍ରି କରିପାରନ୍ତି ଧୋନୀ

ନୂଆଦିଲ୍ଲୀ,୬।୧୧- ୨୦୧୪ରେ ଅନ୍ତର୍ଜାତୀୟ ଟେଷ୍ଟରୁ ସନ୍ନ୍ୟାସ ନେଇସାରିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ନିକଟ ଭବିଷ୍ୟତରେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିପାରେ। ଚଳିତ ମାସରେ କୋଲକାତାର ଇଡେନ ଗାଡେନ୍ସଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାଷ୍ୟକାରିତା କରିପାରନ୍ତି। ପ୍ରସାରଣକାରୀ ଚ୍ୟାନେଲ ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପ୍ରସ୍ତାବ ଦେଇଛି। କିନ୍ତୁ ଏଥିରେ ବିସିସିଆଇର ମୋହର ବାଜିବା ବାକି ଅଛି। ପ୍ରସାରଣକାରୀ ଚ୍ୟାନେଲ ଧୋନୀଙ୍କୁ କମେଣ୍ଟ୍ରି ପାଇଁ ପ୍ରସ୍ତାବ ଦେଇଥିବା ସୂଚନାରେ ସତ୍ୟତା ରହିଛି। କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନାହିଁ। ଯଦି ବିସିସିଆଇ ଅନୁମତି ଦିଏ, ତେବେ ଦେଶର ସବୁଠୁ ସଫଳତମ ଅଧିନାୟକଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ବଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଗତ ଅକ୍ଟୋବର ୨୯ ତାରିଖରେ ବିସିସିଆଇର ଦିବାରାତ୍ର ଟେଷ୍ଟ ଖେଳିବାକୁ ରାଜି ହୋଇଥିଲା। ବର୍ତ୍ତମାନ ଭାରତ ଓ ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳୁଛି। ଭ୍ରମଣକାରୀ ଦଳ ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ ୧-୦ ବ୍ୟବଧାନରେ ଆଗୁଆ ରହିଛି। ଉଲ୍ଲେଖଥାଉ କି, ଆଇସିସି ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ପରାଜୟ ପରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେବେଠାରୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ନେଇ ଅନିଶ୍ଚିତତା ଲାଗି ରହିଛି। ଏ ସମ୍ପର୍କରେ ସେ ନିଜ ଆଡ଼ୁ କିଛି କହି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ...

ଆଶେସ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳର ମେଣ୍ଟର ଓ୍ବ

ସିଡ୍‌ନୀ,୪।୭(ଏଏଫ୍‌ପି)- ଇଂଲଣ୍ଡରେ ୧୮ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଆଶେସ ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି। ଏଥିଲାଗି ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଙ୍କୁ ଦଳର ମେଣ୍ଟର...

ସିଜନର ପ୍ରଥମ ଘରୋଇ ମ୍ୟାଚ୍‌ ହାରିଲା ଯୋଦ୍ଧା

ଗ୍ରେଟର୍‌ ନୋଏଡା, ୧୦।୧୦ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ତେଲଗୁ ଟାଇଟନ୍ସ ୪୧-୩୬ ପଏଣ୍ଟରେ ଘରୋଇ ୟୁପି ଯୋଦ୍ଧାକୁ...

ଦୀପକ ଚହରଙ୍କ ବୋଲିଂ ଦେଖି ଏମିତି କହିଲେ ତାଙ୍କ ଭଉଣୀ

ନୂଆଦିଲ୍ଲୀ,୧୩।୧୧: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍‌ ଛିନଛତ୍ର କରି ଦେଇଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ...

କ୍ୟାପଟେନ୍‌ ସମେତ ୬ ଜଣଙ୍କୁ କୋଭିଡ୍‌

ତ୍ରିନିଦାଦ,୧୯।୧: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ୟଶ ଧୁଲ, ତାଙ୍କ ଡେପୁଟି ଶେଖ ରାଶିଦ ଓ ସେମାନଙ୍କ ୪ ଜଣ ସାଥି ପଜିଟିଭ...

ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ବିଷୟରେ ଅନେକ...

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ...

ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ରୋହିତ

ଦୁବାଇ,୨୭ା୧- ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ରାଜୁତି ଜାରି ରହିଛି। ଦୁହେଁ ଶୀର୍ଷ ଦୁଇ...

Advertisement
Archives

Model This Week