କମେଡି କିଙ୍ଗ୍‌ କପିଲଙ୍କ ଝିଅର ଫଟୋ ଭାଇରାଲ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା କପିଲଙ୍କ ଆଉ ଏକ ଫଟୋ ଏବେ ଭାଇରାଲ ହୋଇଛି। ନିକଟରେ ସ୍ତ୍ରୀ ଗିନ୍ନି ଚତରଥ ପ୍ରଥମ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଝିଅକୁ ନେଇ କପିଲ ଓ ଗିନ୍ନି ବହୁତ ଖୁସିଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କର ଏକ ଫଟୋକୁ କପିଲ ଶେୟାର କରିଛନ୍ତି। ଫଟୋକୁ ଶେୟାର କରିବା ସହ କ୍ୟାପଶନ୍‌ରେ ଝିଅର ନାମ ଅନାୟରା ଶର୍ମା ଲେଖି ସମସ୍ତଙ୍କୁ ଜଣାଇଛନ୍ତି।

ଏହି ଫଟୋରେ କପିଲ ଝିଅଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଏଥିରେ ବାପା ଓ ଝିଅ ପରସ୍ପରକୁ ଚାହିଁଥିବା ବେଳେ ଦୁହେଁ ବେଶ୍‌ କ୍ୟୁଟ୍‌ ଦେଖାଯାଉଛନ୍ତି। ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେୟାର ହେବାର କିଛି ସମୟ ମଧ୍ୟରେ ଏହି ଫଟୋକୁ ୬ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି। ସୂଚନା ମୁତାବକ କପିଲ ଝିଅ ଓ ସ୍ତ୍ରୀ ସହ ସମୟ ଅତିବାହିତ କରିବା ପାଇଁ ୧୫ ଦିନର ଶୋ’ରୁ ଛୁଟି ନେଇଥିଲେ। ଏଥିପାଇଁ ସେ ପୂର୍ବରୁ ନିଜର ଏପିସୋଡ୍‌ ପୂରା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ

ବେଙ୍ଗାଲୁରୁ,୧୦।୨: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍‌ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର...

ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ।...

ଅଭିନବ ପ୍ରୟାସ

ଓଡ଼ିଆ ସିନେମାର ବର୍ତ୍ତମାନର ଅବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ସିନେମା ଦେଖିବାକୁ ଦର୍ଶକ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନ୍ୟ ପ୍ରାନ୍ତୀୟ ସିନେମାରୁ ଅଧିକାଂଶ...

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା।...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

Coronavirus Update


Archives

Model This Week

Why Dharitri