କମୁନି ହାତୀପଲ ଉତ୍ପାତ

ପରଜଙ୍ଗ, ୨୬।୮(ଡି.ଏନ.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର ରାତିରେ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମରେ ପଶି ହିଂସ୍ର ଦନ୍ତା ଦୌରାତ୍ମ୍ୟ କରିଥିଲା। ହାତୀ ଗର୍ଜନରେ ଅଞ୍ଚଳ ଥରହର ହୋଇଯାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରାତି କଟାଇଥିଲେ।
ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦନ୍ତା ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ବିଳମ୍ବିତ ରାତିରେ ଗ୍ରାମରେ ପଶି ପୁରୁଷୋତ୍ତମ ବାରିକଙ୍କ ଘର ଭାଙ୍ଗି ଦେଇଥିଲା। ପରିବାର ସଦସ୍ୟ ଶୋଇଥିବାବେଳେ ଦନ୍ତା ଚାଳ ଘର ଭାଙ୍ଗି ଦେଇଥିଲା। ଫଳରେ ସମସ୍ତେ ଚାପି ହୋଇ ରହିଯାଇଥିଲେ। ହାତୀ ବିଭିନ୍ନ ଆସବାବପତ୍ର ନଷ୍ଟ କରିଦେଇଛି। ହାତୀ ପଳାଇଯିବା ପରେ ପଡ଼ୋଶୀ ଉଠି ପୁରୁଷୋତ୍ତମ ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ରତ୍ନାକର ଭୂତିଆ, ବସନ୍ତ ନାଏକଙ୍କ ଘର ମଧ୍ୟ ଦନ୍ତା ଭାଙ୍ଗିଦେଇଛି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତ କୁହନ୍ତି, ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ହାତୀ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ରବିବାର ଭୋର୍‌ରୁ ହାତୀପଲ ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ପାର ହୋଇ ବାରବାଙ୍ଗ ଜଙ୍ଗଲକୁ ଚାଲିଯାଇଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଘଉଡ଼ାଇବାକୁ କାମାକ୍ଷାନଗର, ଦଦରାଘାଟି ସେକ୍ସନରୁ ହାତୀ ସ୍କ୍ବାଡ୍‌ଙ୍କୁ ଡକାଯାଇଛି। ହାତୀ ଗତିବିଧି ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri