କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ

ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍‌ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯାଜପୁର ଜିଲାରେ ପ୍ରହସନ ପାଲଟିଛି । ଜିଲାର କୌଣସି କଲେଜରେ ଏହି ମହତ ଯୋଜନାକୁ ଗାଇଡ୍‌ଲାଇନ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଛାତ୍ରୀଙ୍କ ଆମତ୍ରକ୍ଷା କୌଶଳ ପରାହତ ହେଉଛି। ଏହି ଅନୀୟମିତତାକୁ ଉଚ୍ଚଶିକ୍ଷା ବିଭାଗ ହୃଦୟଙ୍ଗମ କରି ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯-୨୦ ବର୍ଷ ଏହି କାର୍ଯ୍ୟକ୍ରମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ନୋଡାଲ କଲେଜ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କଲେଜ ଏହି ନିର୍ଦ୍ଦେଶର ଅନୁପାଳନ କରିବ ନାହିଁ ସେହି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ନାରୀ ଅତ୍ୟାଚାର ଓ ବଳାକତ୍ାରର ଶିକାର ହୋଇଚାଲିଛନ୍ତି। ଅନେକ ସମୟରେ କଲେଜ ଛାତ୍ରୀମାନେ ଯୌନ ନିର୍ଯାତନା ଭୋଗୁଛନ୍ତି। ନିର୍ଜନ ରାସ୍ତାରେ ଯୁବତୀଟିଏ ଆଜି ଏକାକି ଯିବାର ସାହସ ଜୁଟାଇ ପାରୁନି। ଯୌତୁକ ରୂପୀ ରାକ୍ଷସ ଅନେକ ନବବଧୂଙ୍କ ସ୍ବପ୍ନରେ ନିଆଁ ଲଗାଇ ଦେଉଛି । ଯାଜପୁର ଜିଲାରେ ବୋହୂଙ୍କ ଚୁଟି ଧରି ଗାଁଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଶ୍ୱଶୁର ମାଡ ମାରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କହିବା ବାହୁଲ୍ୟ ଯେ, ନାରୀ ନିର୍ଯାତନା ସାମାଜିକ ବନ୍ଧନକୁ ଶିଥିଳ କରିଦେଇଛି। ଏହି ପରିପ୍ରେକ୍ଷୀରେ ମାର୍ଶଲ ଆର୍ଟ ଶିକ୍ଷା ନାରୀଙ୍କୁ ଶକ୍ତିମୟୀ କରିଛି। ରାଜ୍ୟର ଅନେକ ଯୁବତୀ ମାର୍ଶଲ ଆର୍ଟ ଶିକ୍ଷା ଗ୍ରହଣ କରି ଦେଶ ଓ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହିକ୍ରମରେ ଉଭୟ ମହିଳା ଓ ପୁରୁଷଙ୍କୁ ସୁଦୃଢ କରିବାକୁ ବିଭିନ୍ନ ଆସୋସିଏଶନ କାର୍ଯ୍ୟ କରୁଛି। ମାର୍ଶଲ ଆର୍ଟ ବ୍ୟତୀତ ଛାତ୍ରୀମାନେ ବୌଦ୍ଧିକ, ଯୋଗାସନ, ଧ୍ୟାନ, ସଂଯମ, ସମାଜସେବା, ସ୍ବାସ୍ଥ୍ୟରକ୍ଷା, ସୌଜନ୍ୟ ଓ ଶୃଙ୍ଖଳାଗତ ଜ୍ଞାନ ଆହରଣ କରି ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ତେଣୁ ଏହି ଶିକ୍ଷା ପ୍ରତି ଅଧିକାଂଶ ଅଭିଭାବକ ଓ ଛାତ୍ରୀ ଆକୃଷ୍ଟ ହୋଇଛନ୍ତି। ଏହିକ୍ରମରେ ଛାତ୍ରୀଙ୍କୁ ଅଧିକ ଶକ୍ତିମୟୀ କରିବାକୁ ସରକାର ଯୋଜନା କରିଥିଲେ ହେଁ କଲେଜ ଓ ସ୍କୁଲ କର୍ତ୍ତୃପକ୍ଷ ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଆଜି ବି ଛାତ୍ରୀମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଭୋଗୁଥିବା ଅନେକ ଦୃଷ୍ଟାନ୍ତ ରହିଛି ା ତେଣୁ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ନୂଆ ନୀତି ଆପଣାଇଛନ୍ତି। ଏହିମର୍ମରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ଶ୍ୟାମଳୀ ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଏହି ନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ ଉପଜିଲାପାଳ, ବିଡିଓ ଓ ତହସିଲଦାର ଏହି ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦନ ହେଉଛି କି ନାହିଁ ତାହା ନୀରିକ୍ଷଣ କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର କୁହନ୍ତି, ପ୍ରତ୍ୟେକ ଛାତ୍ରୀ ଆମତ୍ସୁରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଝିଅମାନେ ଶାରୀରିକ ଭାବେ ଦୁର୍ବଳ ହୋଇଥିବାରୁ ନାରୀ ସବୁବେଳେ ନିର୍ଯାତିତ ହୋଇଥାଏ। ତେଣୁ ଝିଅବୋହୂଙ୍କ ସୁରକ୍ଷା ପାଇଁ ସରକାର ସ୍କୁଲ ଓ କଲେଜସ୍ତରରେ ଆମତ୍ରକ୍ଷା କୌଶଳକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ପ୍ରତ୍ୟେକ ସ୍କୁଲରେ ଏଥିପାଇଁ ଜଣେ ଜଣେ ବିଶେଷଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ...

ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା,୧୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ୬ୱାର୍ଡବାସୀ ତଥା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ...

ଝିଅ ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ଜିଲା ନାଲ୍‌କୋ ଥାନା ବାଙ୍କିହଟିଂ ଅଞ୍ଚଳରେ ସାଢେ ୪ ବର୍ଷ ତଳେ ଜଣେ ନାବାଳିକା ହତ୍ୟା ମାମଲାର ରାୟ...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ବିନା ପ୍ଲାନ୍‌ରେ ନିର୍ମାଣ ଚାଲିଛି ଘର

ନୟାଗଡ଼ ଅଫିସ,୧୬।୧୦: ନୟାଗଡ଼ ଜିଲାର ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ଓଡ଼ଗଁା ଆଦି ୫ ସହରରେ ବିଲ୍ଡିଂ ପ୍ଲାନ ନ ନେଇ ବେଆଇନ ଭାବେ...

ଚିଟଫଣ୍ଡ୍‌ ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଫେରାର ଥିବା ଏମ୍‌/ଏସ୍‌ ୱାୟାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ଏମ୍‌/ଏସ୍‌ ଓ୍ବାୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କର୍ପୋରେଶନ ଲିମିଟେଡ୍‌ର ୩ଜଣ ନିର୍ଦ୍ଦେଶକଙ୍କୁ ଓ୍ବାଣ୍ଟେଡ୍‌...

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଜଣେ ଅଟକ

ଗୋପାଳପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି। ଏହି ଚୋରାଚାଲାଣରେ ଦୁଇଜଣ ଚମ୍ପଟ ମାରିଥିବା ବେଳେ ଜଣକୁ...

ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର

ଜଗତ୍‌ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା।...

Advertisement
Archives

Model This Week