Posted inଜାତୀୟ

କମଲେଶ ହତ୍ୟାକାଣ୍ଡ: ଅପରାଧୀଙ୍କୁ ଧରାଇଦେଲେ ୨.୫ ଲକ୍ଷ ପୁରସ୍କାର

ଲକ୍ଷ୍ନୌ,୨୨ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧଙ୍କୁ ଧରାଇଦେଲେ ୨.୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଉତ୍ତରପ୍ରଦେଶ ପୋଲିସ ସୋମବାର ଘୋଷଣା କରିଛି। ସେମାନେ ୧୭ରେ ଲକ୍ଷ୍ନୌ ଆସି ନିଜକୁ ଶେଖ୍‌ ଅଶଫାକୁଲ ହୁସେନ୍‌ ଓ ମୁଇନୁଦ୍ଦିନ ପଠାନ୍‌ ପରିଚୟ ଦେଇ ଏକ ହୋଟେଲରେ ରହିଥିଲେ। ହତ୍ୟାକାଣ୍ଡ ଦିନ ଉଭୟ ହୋଟେଲରୁ ମିଠା ପ୍ୟାକେଟ ଧରି ବାହାରିଯାଇଥିଲେ। ଶୁକ୍ରବାର ହିନ୍ଦୁ ସମାଜ ପାର୍ଟି ସଭାପତି କମଲେଶଙ୍କୁ ନାକା ହିନ୍ଦୋଲାସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ପୋଲିସ ହୋଟେଲ୍‌ ପ୍ରକୋଷ୍ଠରୁ ରକ୍ତଭିଜା ଶାର୍ଟ ଜବତ କରିଛି। ଅପରାଧୀଙ୍କୁ ଧରିବା ଲାଗି ଏସ୍‌ଆଇଟି ଗଠନ ହୋଇଥିବାବେଳେ ଗୁଜରାଟର ୩ ଜଣଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଜେରା କରୁଛି। ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମଲେଶଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମସ୍ତ ସହାୟତା ଯୋଗାଇ ଦିଆଯିବା ସହ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ କରିଛି ବାତ୍ୟା ‘ଅମ୍ଫନ’ର ନାମକରଣ

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପପାତ(ଡିପ୍ରେଶନ)ର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଭୟଙ୍କର...

ଶହୀଦ ଯବାନଙ୍କ ବଳିଦାନକୁ ଭୁଲିବ ନାହିଁ ଦେଶ: ରାଜନାଥ ସିଂ

ନୂଆଦିଲ୍ଲୀ,୧୭।୬: ଗଲଓ୍ବାନ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଏଲ୍‌ଓସିରେ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୦।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଏକ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଅର୍ନିଆ ସେକ୍ଟରର ବୁଧଓ୍ବାରାଠାରୁ ବିଏସ୍‌ଏଫ୍‌ ଯବାନମାନେ ବିପୁଳ ପରିମାଣର...

ଦିନକରେ ୨ କୋଟି କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

୧୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧: ଆସନ୍ତା ସପ୍ତାହଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକା ଦାନ ବ୍ୟବସ୍ଥା। ଏହା ପୂର୍ବରୁ ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ସମସ୍ତ...

ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଆଗତ…

କୋଲକାତା,୧୬।୧୧: ପଞ୍ଜାବ ପରେ ପଶ୍ଚିମବଙ୍ଗ ମଧ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଏସଏଫର ପରିସର ବୃଦ୍ଧି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ...

କରୋନା ସହ ଲଢ଼େଇ: ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର; ବଢୁଥିବା ତାପମାତ୍ରା ବି ସୁହାଇବ

ନୂଆଦିଲ୍ଲୀ,୧।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ଭାରତରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ ଡାଉନ୍‌...

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ...

Advertisement
Archives

Model This Week