Posted inଜାତୀୟ

କମଲନାଥଙ୍କ ଗୋଡ଼ ଟାଣିବାକୁ ଉଦ୍ୟମ

ଭୋପାଳ,୨୨ା୫(ପି.ଟି.): ସାଧାରଣ ନିର୍ବାଚନ ଶେଷହେବା ପରେ ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାର ଉପରେ ଅସ୍ଥିରତାର କଳାବାଦଲ ଘନେଇବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଗୋଡ଼ ଟାଣିବାକୁ ଭାଜପା ଉଦ୍ୟମ କରୁଛି। ଏଥିଲାଗି ଗୈରିକ ଦଳ କଂଗ୍ରେସ ବିଧାୟକମାନଙ୍କୁ ଅର୍ଥ ଲୋଭ ଦେଖାଇ ନିଜ ସପକ୍ଷକୁ ଟାଣିବା ପାଇଁ ଯୋଜନା ଚଳାଇଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ କମଲନାଥ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଦିନକ ପୂର୍ବରୁ ସରକାରଙ୍କ ସଂଖ୍ୟାଗରିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାସହ ସେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ଚିଠିଲେଖି ଅନୁରୋଧ କରିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଦେବା ପାଇଁ ପ୍ରଲୋଭନ ଦେଖାଇ ଭାଜପା ସେମାନଙ୍କୁ ନିଜ ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଥିବା କ୍ୟାବିନେଟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଟିମ୍‌ ଉପରକୁ ଆକ୍ରମଣ

ଅରୈୟା,୧୬।୫: ସାରା ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏପର୍ଯ୍ୟନ୍ତ ଏହାର ଭୟାବହତାକୁ ବୁଝିପାରୁନାହାନ୍ତି ଲୋକେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ...

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮...

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର...

ଛାତ୍ରଙ୍କ ଧମକ: ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦିଆ ନ ହେଲେ ଆତ୍ମହତ୍ୟା କରିବି

ହାଇଦ୍ରାବାଦ,୧।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା...

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର...

ଅନ୍ନଦାତାଙ୍କୁ ଟ୍ୟାକ୍ସି ମହାସଂଘର ସମର୍ଥନ: ଡିସେମ୍ବର ୩ରେ ‘ଦିଲ୍ଲୀ ଚଲୋ’ ଡ଼ାକରା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ସର୍ବଭାରତୀୟ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ କରାଯାଇଛି।...

ଭାଜପାର କୁହୁଳୁଛି ଅସନ୍ତୋଷ, ୬ ମାସରେ ୩ ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୨।୯: ଭାଜପା ଶାସିତ ରାଜ୍ୟରେ ନେତାଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ଫଳସ୍ବରୂପ ଗତ ୬ ମାସ ମଧ୍ୟରେ ଦେଶର ୩ ରାଜ୍ୟ...

ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍‌କେ ଆଗାମୀ ବିଧାନସଭା...

Advertisement


Archives

Model This Week