ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ ୨୦୨୬ ମୁକୁଟ ବିଜୟିନୀ ହୋଇଛନ୍ତି। ପ୍ରତିଯୋଗିତାରେ ୧୧୦ ଦେଶର ପ୍ରତିଯୋଗୀ ଭାଗ ନେଇଥିବାବେଳେ ମୋଲା ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ସ୍ପେନ୍‌ର ଏଲିସାବେଥ୍‌ ରେନେସ୍‌ ଆଲାବେର୍ନ ପ୍ରଥମ ରନର-ଅପ୍‌ ହୋଇଥିବାବେଳେ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ୨୦୨୫ରେ ଥାଇଲାଣ୍ଡର ଓପାଲ ସୁଚାତା ମିସ୍‌ ଓ୍ୱାଲର୍‌ଡ ହୋଇଥିଲେ। ଭାରତରୁ ପ୍ରତିନିଧିତ୍ୱ କରୁଥିବା ନିକିତା ପୋରଓ୍ୱାଲ ଶୀର୍ଷ ୪୦ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ମିସ୍‌ ଓ୍ୱାଲର୍‌ଡର ଅଫିସିଆଲ ଓ୍ୱେବ୍‌ସାଇଟ୍‌ ଅନୁଯାୟୀ, ଜୋହିରି ମୋଲା ହେଉଛନ୍ତି ଜଣେ ଉତ୍ସର୍ଗୀକୃତ ପ୍ରଶିକ୍ଷକ, ସମାଜସେବୀ ଏବଂ ଯୋଗାଯୋଗକାରୀ। ସେ ୟନିଭର୍ସିଡାଡ ଇବେରୋମେରିକାନାରୁ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ଏବଂ ଆଡମିନିଷ୍ଟ୍ରେଶନରେ ଡିଗ୍ରୀ ହାସଲ କରିଛନ୍ତି। ଏଥିସହିତ ସେ ଭଏସେସ୍‌ ଅଫ୍‌ ଟୁମୋରୋ ନାମକ ସଂସ୍ଥାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ। ଏହା ଅସୁରକ୍ଷିତ ପିଲାମାନଙ୍କୁ ଇଂଲିଶ ଶିକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଜଣେ ଶିକ୍ଷାବିତ୍‌ ଭାବେ ମୋଲା ଇଂଲିଶ ଭାଷାରେ ସାହିତ୍ୟ ଓ ସାଧାରଣ ବିଜ୍ଞାନ ପଢ଼ାଇଥାନ୍ତି, ଯାହାକି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମାଲୋଚନାଧର୍ମୀ ଚିନ୍ତାଧାରା ଏବଂ ସର୍ୱାଙ୍ଗୀଣ ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏଥିସହିତ ମୋଲା ୟୁନିଭିଜନ ନ୍ୟୁୟର୍କର ଭେଣ୍ଟାନା ଏ କିସ୍କେୟା କାର୍ଯ୍ୟକ୍ରମର ଜଣେ ସାମ୍ୱାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri