ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ କରନ୍ତି। ପ୍ରକୃତରେ ଏହା ଏକ ଆଶ୍ଚର୍ଯ୍ୟଜନକ କଥା। ଗୋଟିଏ ପଟେ କିଛି ଲୋକ କଠିନ ପରିଶ୍ରମ ସତ୍ତ୍ୱେ ଆଶାନୁରୂପ ଲାଭ ପାଇପାରନ୍ତି ନାହିଁ, ସେହିପରି ଅନ୍ୟପଟେ ଏହି ଲୋକମାନେ ପ୍ରତ୍ୟେକ ସୁଯୋଗକୁ ସୁନାରେ ପରିଣତ କରିଦିଅନ୍ତି। ଏହାର ଉତ୍ତର ଜ୍ୟୋତିଷ ଶାସ୍ତ୍ରରେ ମିଳିଥାଏ ଯେ ଏହା କୌଣସି ସଂଯୋଗ ନୁହେଁ। କିଛି ର୍ନିଦ୍ଦିଷ୍ଟ ରାଶି ଥାଏ, ଯାହାର ମସ୍ତିଷ୍କ ଧନର ଦେବତା କୁବେରଙ୍କ ଭଳି କାମ କରେ। କେଉଁଠି ଟଙ୍କା ଖଟାଇବାକୁ ହେବ, କିପରି ସଞ୍ଚୟ କରିବାକୁ ହେବ ଏବଂ ଟଙ୍କାକୁ ଦୁଇଗୁଣ କିପରି କରିବାକୁ ହେବ, ଏଭଳି କାମ କରିବାରେ ସେମାନେ ମାହିର ଥାଆନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଖରେ ଏଭଳି ଦକ୍ଷତା ଥାଏ:

ବୃଷ ରାଶି (Taurus)
ରାଶିଚକ୍ରରେ ଦ୍ୱିତୀୟ ସ୍ଥାନରେ ଆସୁଥିବା ବୃଷ ରାଶି ପୃଥିବୀ ତତ୍ତ୍ୱ ସହିତ ଜଡ଼ିତ। ଶୁକ୍ରଙ୍କ ଅଧୀନରେ ଥିବା ଏହି ରାଶିର ଲୋକମାନେ ଯଥେଷ୍ଟ ବ୍ୟବହାରିକ ଏବଂ ର୍ଧଯ୍ୟବାନ ହୋଇଥାନ୍ତି। ଏହା ସହିତ, ସେମାନେ ସମ୍ପୂର୍ଣ୍ଣ ଯୋଜନା (ଫୁଲପ୍ରୁଫ ପ୍ଲାନିଂ) ସହିତ ଆଗକୁ ବଢ଼ନ୍ତି ଏବଂ ପ୍ରତ୍ୟେକ ବିପଦକୁ ଭଲ ଭାବରେ ବୁଝି ନିଷ୍ପତ୍ତି ନିଅନ୍ତି। ସେମାନେ ଆର୍ଥିକ ସୁରକ୍ଷାର ମହତ୍ତ୍ୱ ବୁଝନ୍ତି, ତେଣୁ ରୋଜଗାର କରିବା ସହିତ ସଞ୍ଚୟ କରିବାର କଳା ମଧ୍ୟ ଭଲ ଭାବରେ ଜାଣନ୍ତି।

ମକର ରାଶି (Capricorn)
ଏହି ରାଶିର ଲୋକମାନେ ଶୃଙ୍ଖଳିତ, କଠିନ ପରିଶ୍ରମୀ ଏବଂ ନିରନ୍ତର କାମ କରୁଥିବା ବ୍ୟକ୍ତି ହୋଇଥାନ୍ତି। ରାଶିଚକ୍ରର ଏହି ଦଶମ ରାଶିରେ ଏପରି ଗୁଣ ସେମାନଙ୍କର ଗ୍ରହାଧିପତି ଶନିଙ୍କ ପ୍ରଭାବରୁ ଆସିଥାଏ। ସେମାନେ କେବଳ କାମପ୍ରେମୀ (ୱର୍କାହୋଲିକ) ନୁହଁନ୍ତି, ବରଂ ଦୂରଦୃଷ୍ଟିସମ୍ପନ୍ନ ମଧ୍ୟ ହୋଇଥାନ୍ତି। ଏହି କାରଣରୁ ଚାକିରି ହେଉ କିମ୍ୱା ବ୍ୟବସାୟ, ସେମାନେ ସବୁଠି ଧନର ପାହାଡ଼ ଠିଆ କରିଦିଅନ୍ତି। ଏହି ଲୋକମାନେ ତଳୁ ଉଠି ଆଗକୁ ବଢ଼ନ୍ତି ଏବଂ ଏକ ବିଶାଳ ସାମ୍ରାଜ୍ୟ ଗଢ଼ି ତୋଳନ୍ତି ବୋଲି କୁହାଯାଏ। ସେମାନଙ୍କର ପ୍ରକୃତରେ କୁବେରଙ୍କ ଭଳି ବୁଦ୍ଧି ଥାଏ।

କନ୍ୟା ରାଶି (Virgo)*
କନ୍ୟା ରାଶିଚକ୍ରର ଷଷ୍ଠ ରାଶି, ଯାହାର ଅଧିପତି ହେଉଛନ୍ତି ବୁଧ। ଏହି ଗ୍ରହର ପ୍ରଭାବ ହେତୁ ଏହି ଲୋକମାନେ ତାର୍କିକ (ଲଜିକାଲ) ଏବଂ ହିସାବ-କିତାବରେ ବହୁତ ଆଗରେ ଥାଆନ୍ତି, ଯାହା ସେମାନଙ୍କୁ କ୍ୟାରିଅର୍‌ ଓ ବ୍ୟବସାୟରେ ଆର୍ଥିକ କାରବାରର ପ୍ରତ୍ୟେକ ସୂକ୍ଷ୍ମ ବିଷୟ ବୁଝିବାରେ ସାହାଯ୍ୟ କରେ। ସେମାନଙ୍କର ବିଶ୍ଳେଷଣ କ୍ଷମତା ଅତ୍ୟନ୍ତ ଦୃଢ଼, ଯାହା ଦ୍ୱାରା ସେମାନେ ବଜାରର ଉତ୍ଥାନ-ପତନକୁ ତୁରନ୍ତ ଆକଳନ କରିନିଅନ୍ତି। ସେମାନେ ନିବେଶ ମାଧ୍ୟମରେ ପ୍ରଚୁର ଧନ ଅର୍ଜନ କରନ୍ତି, କିନ୍ତୁ କୌଣସି ନିଷ୍ପତ୍ତି ବିନା ଭାବିଚିନ୍ତି ନିଅନ୍ତି ନାହିଁ। ଏହା ସହିତ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କର ଧନ ସଞ୍ଚୟ ନିରନ୍ତର ବୃଦ୍ଧି ପାଏ।

ବିଛା ରାଶି (Scorpio)
ଏହି ରାଶିର ଲୋକମାନଙ୍କୁ ପ୍ରକୃତରେ ଭଗବାନ କୁବେରଙ୍କ ଆଶୀର୍ୱାଦ ମିଳିଛି ବୋଲି ମନେହୁଏ। ବୈଦିକ ଜ୍ୟୋତିଷ ଅନୁସାରେ ରାଶିଚକ୍ରର ଏହି ଅଷ୍ଟମ ରାଶିର ସୱାମୀ ହେଉଛନ୍ତି ମଙ୍ଗଳ, ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହା ପ୍ଲୁଟୋ ଗ୍ରହ ସହିତ ଜଡ଼ିତ। ଏହି ଗ୍ରହଗୁଡ଼ିକ ସେମାନଙ୍କୁ ପ୍ରଚୁର ଶକ୍ତି ଓ ଅଦମ୍ୟ ଇଚ୍ଛାଶକ୍ତି ପ୍ରଦାନ କରନ୍ତି। ରଣନୀତି ପ୍ରସ୍ତୁତ କରିବାରେ ଏହି ଲୋକମାନେ ଧୁରନ୍ଧର ହୋଇଥାନ୍ତି। ଏହି କାରଣରୁ ଯେଉଁଠି ସାଧାରଣ ଲୋକ କ୍ଷତି ସହନ୍ତି, ସେଠାରେ ସେମାନେ ଉତ୍ତମ ରଣନୀତି ବଳରେ ଲାଭ ହାସଲ କରିନିଅନ୍ତି। ଏହା ସହିତ, ସେମାନେ ରିସ୍କ (ବିପଦ) ନେବାକୁ ଆଦୌ ଭୟ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri