ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ କରନ୍ତି। ପ୍ରକୃତରେ ଏହା ଏକ ଆଶ୍ଚର୍ଯ୍ୟଜନକ କଥା। ଗୋଟିଏ ପଟେ କିଛି ଲୋକ କଠିନ ପରିଶ୍ରମ ସତ୍ତ୍ୱେ ଆଶାନୁରୂପ ଲାଭ ପାଇପାରନ୍ତି ନାହିଁ, ସେହିପରି ଅନ୍ୟପଟେ ଏହି ଲୋକମାନେ ପ୍ରତ୍ୟେକ ସୁଯୋଗକୁ ସୁନାରେ ପରିଣତ କରିଦିଅନ୍ତି। ଏହାର ଉତ୍ତର ଜ୍ୟୋତିଷ ଶାସ୍ତ୍ରରେ ମିଳିଥାଏ ଯେ ଏହା କୌଣସି ସଂଯୋଗ ନୁହେଁ। କିଛି ର୍ନିଦ୍ଦିଷ୍ଟ ରାଶି ଥାଏ, ଯାହାର ମସ୍ତିଷ୍କ ଧନର ଦେବତା କୁବେରଙ୍କ ଭଳି କାମ କରେ। କେଉଁଠି ଟଙ୍କା ଖଟାଇବାକୁ ହେବ, କିପରି ସଞ୍ଚୟ କରିବାକୁ ହେବ ଏବଂ ଟଙ୍କାକୁ ଦୁଇଗୁଣ କିପରି କରିବାକୁ ହେବ, ଏଭଳି କାମ କରିବାରେ ସେମାନେ ମାହିର ଥାଆନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଖରେ ଏଭଳି ଦକ୍ଷତା ଥାଏ:

ବୃଷ ରାଶି (Taurus)
ରାଶିଚକ୍ରରେ ଦ୍ୱିତୀୟ ସ୍ଥାନରେ ଆସୁଥିବା ବୃଷ ରାଶି ପୃଥିବୀ ତତ୍ତ୍ୱ ସହିତ ଜଡ଼ିତ। ଶୁକ୍ରଙ୍କ ଅଧୀନରେ ଥିବା ଏହି ରାଶିର ଲୋକମାନେ ଯଥେଷ୍ଟ ବ୍ୟବହାରିକ ଏବଂ ର୍ଧଯ୍ୟବାନ ହୋଇଥାନ୍ତି। ଏହା ସହିତ, ସେମାନେ ସମ୍ପୂର୍ଣ୍ଣ ଯୋଜନା (ଫୁଲପ୍ରୁଫ ପ୍ଲାନିଂ) ସହିତ ଆଗକୁ ବଢ଼ନ୍ତି ଏବଂ ପ୍ରତ୍ୟେକ ବିପଦକୁ ଭଲ ଭାବରେ ବୁଝି ନିଷ୍ପତ୍ତି ନିଅନ୍ତି। ସେମାନେ ଆର୍ଥିକ ସୁରକ୍ଷାର ମହତ୍ତ୍ୱ ବୁଝନ୍ତି, ତେଣୁ ରୋଜଗାର କରିବା ସହିତ ସଞ୍ଚୟ କରିବାର କଳା ମଧ୍ୟ ଭଲ ଭାବରେ ଜାଣନ୍ତି।

ମକର ରାଶି (Capricorn)
ଏହି ରାଶିର ଲୋକମାନେ ଶୃଙ୍ଖଳିତ, କଠିନ ପରିଶ୍ରମୀ ଏବଂ ନିରନ୍ତର କାମ କରୁଥିବା ବ୍ୟକ୍ତି ହୋଇଥାନ୍ତି। ରାଶିଚକ୍ରର ଏହି ଦଶମ ରାଶିରେ ଏପରି ଗୁଣ ସେମାନଙ୍କର ଗ୍ରହାଧିପତି ଶନିଙ୍କ ପ୍ରଭାବରୁ ଆସିଥାଏ। ସେମାନେ କେବଳ କାମପ୍ରେମୀ (ୱର୍କାହୋଲିକ) ନୁହଁନ୍ତି, ବରଂ ଦୂରଦୃଷ୍ଟିସମ୍ପନ୍ନ ମଧ୍ୟ ହୋଇଥାନ୍ତି। ଏହି କାରଣରୁ ଚାକିରି ହେଉ କିମ୍ୱା ବ୍ୟବସାୟ, ସେମାନେ ସବୁଠି ଧନର ପାହାଡ଼ ଠିଆ କରିଦିଅନ୍ତି। ଏହି ଲୋକମାନେ ତଳୁ ଉଠି ଆଗକୁ ବଢ଼ନ୍ତି ଏବଂ ଏକ ବିଶାଳ ସାମ୍ରାଜ୍ୟ ଗଢ଼ି ତୋଳନ୍ତି ବୋଲି କୁହାଯାଏ। ସେମାନଙ୍କର ପ୍ରକୃତରେ କୁବେରଙ୍କ ଭଳି ବୁଦ୍ଧି ଥାଏ।

କନ୍ୟା ରାଶି (Virgo)*
କନ୍ୟା ରାଶିଚକ୍ରର ଷଷ୍ଠ ରାଶି, ଯାହାର ଅଧିପତି ହେଉଛନ୍ତି ବୁଧ। ଏହି ଗ୍ରହର ପ୍ରଭାବ ହେତୁ ଏହି ଲୋକମାନେ ତାର୍କିକ (ଲଜିକାଲ) ଏବଂ ହିସାବ-କିତାବରେ ବହୁତ ଆଗରେ ଥାଆନ୍ତି, ଯାହା ସେମାନଙ୍କୁ କ୍ୟାରିଅର୍‌ ଓ ବ୍ୟବସାୟରେ ଆର୍ଥିକ କାରବାରର ପ୍ରତ୍ୟେକ ସୂକ୍ଷ୍ମ ବିଷୟ ବୁଝିବାରେ ସାହାଯ୍ୟ କରେ। ସେମାନଙ୍କର ବିଶ୍ଳେଷଣ କ୍ଷମତା ଅତ୍ୟନ୍ତ ଦୃଢ଼, ଯାହା ଦ୍ୱାରା ସେମାନେ ବଜାରର ଉତ୍ଥାନ-ପତନକୁ ତୁରନ୍ତ ଆକଳନ କରିନିଅନ୍ତି। ସେମାନେ ନିବେଶ ମାଧ୍ୟମରେ ପ୍ରଚୁର ଧନ ଅର୍ଜନ କରନ୍ତି, କିନ୍ତୁ କୌଣସି ନିଷ୍ପତ୍ତି ବିନା ଭାବିଚିନ୍ତି ନିଅନ୍ତି ନାହିଁ। ଏହା ସହିତ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କର ଧନ ସଞ୍ଚୟ ନିରନ୍ତର ବୃଦ୍ଧି ପାଏ।

ବିଛା ରାଶି (Scorpio)
ଏହି ରାଶିର ଲୋକମାନଙ୍କୁ ପ୍ରକୃତରେ ଭଗବାନ କୁବେରଙ୍କ ଆଶୀର୍ୱାଦ ମିଳିଛି ବୋଲି ମନେହୁଏ। ବୈଦିକ ଜ୍ୟୋତିଷ ଅନୁସାରେ ରାଶିଚକ୍ରର ଏହି ଅଷ୍ଟମ ରାଶିର ସୱାମୀ ହେଉଛନ୍ତି ମଙ୍ଗଳ, ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହା ପ୍ଲୁଟୋ ଗ୍ରହ ସହିତ ଜଡ଼ିତ। ଏହି ଗ୍ରହଗୁଡ଼ିକ ସେମାନଙ୍କୁ ପ୍ରଚୁର ଶକ୍ତି ଓ ଅଦମ୍ୟ ଇଚ୍ଛାଶକ୍ତି ପ୍ରଦାନ କରନ୍ତି। ରଣନୀତି ପ୍ରସ୍ତୁତ କରିବାରେ ଏହି ଲୋକମାନେ ଧୁରନ୍ଧର ହୋଇଥାନ୍ତି। ଏହି କାରଣରୁ ଯେଉଁଠି ସାଧାରଣ ଲୋକ କ୍ଷତି ସହନ୍ତି, ସେଠାରେ ସେମାନେ ଉତ୍ତମ ରଣନୀତି ବଳରେ ଲାଭ ହାସଲ କରିନିଅନ୍ତି। ଏହା ସହିତ, ସେମାନେ ରିସ୍କ (ବିପଦ) ନେବାକୁ ଆଦୌ ଭୟ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?