କବିତା ପ୍ରାର୍ଥନାର ଯାତ୍ରାଟିଏ

ବଲାଙ୍ଗୀର ଅଫିସ, ୧୧ା୧
କବିତା ପ୍ରାର୍ଥନାଟିଏ ସମଗ୍ର ବିଶ୍ୱ ପାଇଁ ା କବିତା ମାନବିକତାର ସ୍ବର। ବିଷାଦ ଭିତରେ କବିତା ଏକ ନିରବ ବିଶ୍ୱାସ ା କବିତା ଏକ ପ୍ରେମଗୀତି ା କବି ଗାଏ ମଣିଷ ପାଇଁ, ବିଶ୍ୱ ପାଇଁ ା କବିତା ଭିତରେ ମଣିଷ ଖୋଜେ କେତେ କ’ଣ। କବିତା ଭିତରେ ପୁଣି ହଜେଇ ଦିଏ ନିଜକୁ। କବିତା ପ୍ରାର୍ଥନାର ଯାତ୍ରାଟିଏ ଯାହା କେବେ ସରିବ ନାହିଁ ା କବି କେବଳ ପ୍ରେମ କରିଜାଣେ। ତା ଭିତରେ କେବଳ ପ୍ରେମମୟ ପ୍ରାର୍ଥନାର ସ୍ବରଟିଏ ଶୁଭୁଥାଏ ବୋଲି ଅତିଥି କବି ଓ କବିୟିତ୍ରୀମାନେ ଶୁକ୍ରବାର ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଆୟୋଜିତ ବଲାଙ୍ଗୀର ବହିହାଟ ଦ୍ୱିତୀୟ ସନ୍ଧ୍ୟାରେ କହିଛନ୍ତି ା କବି ଡ ପ୍ରହଲ୍ଲାଦ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କବିତାର କଳ୍ପଲୋକ ବିଷୟରେ ଅତିଥି କବି ଓ କବିୟିତ୍ରୀମାନେ ଆଲୋଚନା କରିଥିଲେ ା ମଣିଷର ସାମ୍ପ୍ରତିକ ସ୍ଥିତି ଭିତରେ କବିତାର ସ୍ଥାନ ନିରୂପଣ କରିଥିଲେ ା ସମସ୍ତ କବି ଓ କବୟିତ୍ରୀ ଏକା ସ୍ବରରେ କହିଥିଲେ ଯେ କବିତା ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଏକ ପ୍ରାର୍ଥନାର ଯାତ୍ରା ଯାହା କେବେ ଶେଷ ହେବନାହିଁ ା ଏହି ସଭାରେ ପ୍ରଥମେ ଜିଲା ଲେଖକ ପରିଷଦ ସଭାପତି ମଳୟ ମିଶ୍ର ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ସମ୍ପାଦକ କପିଳେଶ୍ୱର ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ା ଆଲୋଚକଭାବେ କବି ବିଜୟ କୁମାର ତ୍ରିପାଠୀ, ଡା ଶୁଭେନ୍ଦୁସୁଧା ଷଡଙ୍ଗୀ, କବିୟିତ୍ରୀ ମୁକୁଲ ମିଶ୍ର, ବିନତୀ ଶତପଥି, ରଞ୍ଜିତା ପଣ୍ଡା, ଉମାକାନ୍ତ ମହାପାତ୍ର, ବିଚିତ୍ର ମହାପାତ୍ର ଓ ସଙ୍ଗୀତା ପଶ୍‌ଡା ଷଡଙ୍ଗୀ ଯୋଗଦାନ କରିଥିଲେ ା କବି, କବୟିତ୍ରୀମାନେ ନିଜସ୍ବ କବିତା ପାଠ କରିଥିଲେ ା ଏସବୁ କବିତା ସମୀକ୍ଷା କରିଥିଲେ ସମୀକ୍ଷକ ବିଜୟ ପ୍ରଧାନ ା ସଭାଟି ସାହିତ୍ୟ ଓ କବିତାମୟ ହୋଇଉଠିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?