କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଏନେଇ ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକାରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥି ପାଇଁ ଗବେଷକ ଅନଲାଇନ୍‌ରେ ୩୦୯ ଜଣ ବ୍ୟକ୍ତିଙ୍କ ମତାମତ ନେଇ ଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଚାଇନା, କଲମ୍ବିଆ, ବ୍ରିଟେନ୍‌ ଆଦିର ବାସିନ୍ଦା ବୋଲି ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକା ପକ୍ଷରୁ କୁହାଯାଇଛି। ସର୍ଭେରେ ସାମିଲ୍‌ ହୋଇଥିବା ବ୍ୟକ୍ତିଙ୍କୁ ୮ଟି କଫି କପ୍‌ ମଧ୍ୟରୁ ସେମାନଙ୍କର ପସନ୍ଦ ବାଛିବା ପାଇଁ କୁହାଯାଇଥିଲା। ଅଣ ଓସାରିଆ କପ୍‌ ପସନ୍ଦ କରିଥିବା ବ୍ୟକ୍ତିଙ୍କ ସ୍ବଭାବ ପରିବର୍ତ୍ତିତ ଧାରା ସହିତ ବଦଳିଥାଏ। ସେହିପରି ସେ ଅଧିକ କଡ଼ା ସ୍ବାଦକୁ ପସନ୍ଦ କରିଥାନ୍ତି। ଅପରପକ୍ଷରେ ଚୌଡ଼ା କପ୍‌ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସ୍ବଭାବ ନରମ ହୋଇଥାଏ। ସେମାନେ ଅଧିକ ମିଠାଯୁକ୍ତ ଖାଦ୍ୟକୁ ପସନ୍ଦ କରିଥାନ୍ତି। ଏହି ଅନ୍‌ ଲାଇନ୍‌ ସର୍ଭେରେ ପେଶାଦାର ଆଇଜନୀବୀ, ଡାକ୍ତର, ରେଷ୍ଟୁରାଣ୍ଟ୍‌ ମାଲିକ, ବ୍ୟବସାୟୀ ଆଦି ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀର ୨୬ ଦେଶରେ ନାହିଁ କରୋନା

ଓ୍ବାଶିଂଟନ, ୧୦।୬ : ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିିଦିନ...

ଇରାକରେ ଘନେଇଲା ରାଜନୈତିକ ସଙ୍କଟ: ସଂଘର୍ଷରେ ୨୦ ମୃତ

ବାଗଦାଦ,୩୦।୮: ଶ୍ରୀଲଙ୍କା ପରେ ବର୍ତ୍ତମାନ ଇରାକରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶକ୍ତିଶାଳୀ ଶିଆ ଧର୍ମଗୁରୁ ମୁକତାଦା ଅଲ-ସଦର ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।...

କରୋନାର ଦ୍ୱିତୀୟ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷିଆ

ମସ୍କୋ,୧୫ ।୧୦: ଗୋଟିଏ ପଟେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢି ଚାଲିଥିବା ବେଳେ ଅନ୍ୟପଟେ ଏବେ ରୁଷିଆ କରୋନାର ଦ୍ୱିତୀୟ ଟିକା ବିକଶିତ...

ଭିନ୍ନ ଢଙ୍ଗରେ କରୋନା ସଂକ୍ରମିତ ଶିଶୁଙ୍କୁ ଉପହାର ଦେଲେ ସାନ୍ତା

ଲିମା,୨୦ ।୧୨: କରୋନା ମହାମାରୀ ମଧ୍ୟରେ ବି ସାରା ବିଶ୍ୱ ଖ୍ରୀଷ୍ଟମାସକୁ ନେଇ ପ୍ରସ୍ତୁତି ଜାରି ରଖିଛି । ପେରୁରେ ଭିନ୍ନ ଢଙ୍ଗରେ ସାନ୍ତା କ୍ଲଜ...

୩ହଜାର ଭାରତୀୟଙ୍କୁ ଅଟକ ରଖିଛି ୟୁକ୍ରେନ: ପୁଟିନ୍‌

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଅଟକ...

ଚାଇନାରେ ଭୂସ୍ଖଳନ: ୧୬ ମୃତ; ୩୦ ନିଖୋଜ

ବେଜିଂ,୨୫।୭: ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚାଇନାରେ ଭୂସ୍ଖଳନ ଘଟିଛି। ଗୁରୁବାର ଘଟିଥିବା ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ରୁ ଅଧିକ...

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଝିଅଙ୍କୁ ଅନୁମତି ଦେଲେ ଜାପାନ କ୍ରାଉନ୍ ପ୍ରିନ୍ସ

ଟୋକିଓ,୧ ।୧୨: ଶେଷରେ କିଛି ବର୍ଷର ନିରବତା ପରେ ଜାପାନର କ୍ରାଉନ୍ ପ୍ରିନ୍ସ ଫୁମିହିତୋ ତାଙ୍କ ଝିଅ ପ୍ରିନସେସ୍ ମାକୋଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ...

ପ୍ରବଳ ବର୍ଷାରେ ବେହାଲ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର, ୩ ମୃତ, ବିମାନ ବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ

ୱେଲିଂଟନ,୨୯ ।୧: ନ୍ୟୁଜିଲାଣ୍ଡର ସବୁଠାରୁ ବଡ ସହର ଅକଲାଣ୍ଡ ସହରରେ ଲଗାତାର ମୁଷଳ ଧାରରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ...

Advertisement
Archives

Model This Week