Posted inଖେଳ

କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସି କୋଚ୍‌ ଚୟନ କରିବ

ନୂଆଦିଲ୍ଲୀ,୨୭।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ଚୟନ କରିବ। କୋଚ୍‌ ଚୟନ ନେଇ ଅଗଷ୍ଟ ମାସ ମଧ୍ୟଭାଗରେ ସାକ୍ଷାତକାର ନିଆଯିବ। ଶୁକ୍ରବାର ଏକ ବୈଠକ ବସି ପ୍ରଶାସକ କମିଟି (ସିଓଏ) ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
କପିଳଙ୍କୁ ବାଦ୍‌ ଦେଲେ ପୂର୍ବତନ ମହିଳା ଅଧିନାୟିକା ସାନ୍ତା ରଙ୍ଗାସ୍ବାମୀ ଓ ପୂର୍ବତନ ପୁରୁଷ ଦଳର କୋଚ୍‌ ଅଂଶୁମାନ ଗାଏକ୍ୱାଡ ଏହି କମିଟିରେ ସାମିଲ ଥିଲେ ଓ ଗତ ଡିସେମ୍ବରରେ ମହିଳା ଦଳର କୋଚ୍‌ ଚୟନ କରିଥିଲେ। ଏବେ ୩ ଜଣ ମିଳିତ ଭାବେ ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବେ। ଏହି କମିଟି ଏକ ଆଡହକ କମିଟି ନୁହଁ। ତେବେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ କାରଣରୁ ଏପରି ନିଷ୍ପତ୍ତି ନେବାକୁ ହେଲା। ଅଗଷ୍ଟ ମଝିରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ ବୋଲି ସିଓଏ ମୁଖ୍ୟ ବିନୋଦ ରଏ ବୈଠକ ପରେ କହିଛନ୍ତି।
ଉଲ୍ଲେଖଥାଉ କି, କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଗଷ୍ଟ ୩ ତାରିଖରୁ ଆରମ୍ଭ ହୋଇ ଏହି ଗସ୍ତ ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ। କୋଚ୍‌ ପଦରେ ନିଯୁକ୍ତ ହେବାକୁ ହେଲେ ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ହେବ। ତେବେ ସିଓଏ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅପେକ୍ଷା କରିଛି। କାରଣ ମୂଳ ତଥା ପ୍ରକୃତ ଉପଦେଷ୍ଟା କମିଟିରେ ସାମିଲ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱରେ ସାମିଲ ଥିବାର ଅଭିଯୋଗ ହୋଇଛି। ଏହି ଦୁଇ ପୂର୍ବତନ କ୍ରିକେଟର କମେଣ୍ଟ୍ରି କରିବା ସହ କ୍ରିକେଟରେ ଅନ୍ୟ ପଦରେ ରହି କାର୍ଯ୍ୟ କରୁଛନ୍ତି। ଦୁଇଟି ମଧ୍ୟରୁ ଏମାନଙ୍କୁ ଗୋଟିଏ ପଦରେ ରହିବାକୁ ହେବ। କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସିକୁ ମୁଖ୍ୟ କୋଚ୍‌ ଚୟନ କରିବାର ଅଧିକାର ମିଳିଛି। ତେବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭବିଷ୍ୟତ ନେଇ ସିଓଏ କିଛି ସ୍ପଷ୍ଟ କରିନାହିଁ। କେବଳ କୋଚ ଚୟନ ପାଇଁ ଏହି କମିଟି ବା ପ୍ୟାନେଲ ଗଠନ କରାଯାଇଛି ବୋଲି ବିନୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ...

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି।...

ଇଞ୍ଜିନିୟରରୁ ପ୍ରସିଦ୍ଧ କ୍ରିକେଟର ହୋଇଥିଲେ ଏହିସବୁ ଭାରତୀୟ ଖେଳାଳି

ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୧୭କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି...

ମଡେଲଙ୍କୁ ଅଶ୍ଳିଳ ମେସେଜ୍‌ ପଠାଇ ହୋଟେଲ ରୁମ୍‌ରେ ଭେଟିବାକୁ କହୁଥିଲେ ଏହି କ୍ରିକେଟର, ଏବେ..

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଶେନ ୱାର୍ନ ବେଶ ବିବାଦୀୟ। ୫୨ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ଅନେକ ମହିଳାଙ୍କ ସହ ଯୋଡ଼ା ଯାଇଛି। ଏହାକୁ...

ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା...

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌...

ବଲ ଗର୍ଲଙ୍କୁ କିସ୍‌ କଲେ ନାଡାଲ

ମେଲବୋର୍ନ,୨୪।୧- ଚଳିତ ଅଷ୍ଟ୍ରେଲିଆନ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ବେଳେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଶଂସକଙ୍କ ମନ ଜିଣିଛନ୍ତି। ଆର୍ଜେଣ୍ଟିନା ଫେଡୋରିକୋ ଡେଲବୋନିଙ୍କ ବିପକ୍ଷ...

ସେରେନା ନିରାଶ

ନ୍ୟୁୟର୍କ, ୮।୯- ୟୁଏସ୍‌ ଓପନ୍‌ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍‌ରେ...

Advertisement
Archives

Model This Week