କନ୍ଧମାଳରେ ଲାଗୁ ହେଲା ୧୪୪ ଧାରା

ଫୁଲବାଣୀ ଅଫିସ, ୧୮ା୩ – ପ୍ରାଣଘାତୀ କରୋନା ଭୂତାଣୁ ଚାରିଆଡ଼େ ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‌ ଡା.ବୃନ୍ଦା ଡି. ଏକ ବୈଠକ ଡାକି ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ଏହି ଧାରା ଅନୁସାରେ ସମସ୍ତ ନିୟମ ପାଳନ କରିବାକୁ କୁହାଯାଇଛି।
ସାପ୍ତାହିକ ହାଟ, ନିଜ ଘର ବା ପରିବାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେନାହିଁ। ଏହି ସମୟରେ ଯାନିଯାତ୍ରା, ଦଣ୍ଡନାଚ, ଅପେରା, ବିବାହ, ବ୍ରତ ଆଦି କାର୍ଯ୍ୟ ହେବନାହିଁ। କଲ୍ୟାଣ ମଣ୍ଡପରେ ଜନସମାଗମ ହେବା ଭଳି କୌଣସି କାର୍ଯ୍ୟ କରାଯିବ ନାହିଁ। ସେହିପରି ରାଲି, ଆନ୍ଦୋଳନ ବନ୍ଦ ରହିବ। ସମସ୍ତ ହୋଟେଲ ଯେଉଁଠି ଲୋକେ ରହୁଛନ୍ତି, ସେଠାରେ ହ୍ୟାଣ୍ଡ ୱାଶ୍‌, ସାନିଟାଇଜର ଓ ପୃଥକୀକରଣ କକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପି, ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ, ଆଇଆଇସି ନିଜ ଅଞ୍ଚଳରେ ନଜର ରଖିବେ। ଯେଉଁମାନେ ୧୪୪ ଧାରାର ଆଦେଶକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଅଭିଯୋଗ ଦାଖଲ କରାଯିବ। କେହି କୌଣସି ଗୁଜବ ସୃଷ୍ଟି କରି ପାରିବେ ନାହିଁ। ଏହି ଆଦେଶକୁ କୋର୍ଟ ରବ୍ଦ ନ କରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାଜଶ୍ରୀ ପଟ୍ଟନାୟକ ଓ ଆଇଏଏସ୍‌ ପ୍ରୋବେଶନର ଡା. ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ...

ବଡ଼ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ୍‌.ଏ.): ବଡ଼ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ପାଇଁ...

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ଲଗାଣବର୍ଷା : ପନିପରିବା ସହ ଫସଲ ନଷ୍ଟ ଆଶଙ୍କା

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ଫଳରେ ଚାଷଜମି ସହ ପନିପରିବା ଚାଷ କ୍ଷତି...

ଦିନ ଦ୍ୱିପ୍ରହରରେ ଲୁଟ୍‌: ଝାମ୍ପି ନେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଫୁଲବାଣୀ ଅଫିସ, ୩।୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ସୋମବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଲୁଟେରା ପୋଲିସକୁ ଖୋଲା ଚାଲେଞ୍ଜ...

ଦାରିଙ୍ଗବାଡ଼ିରେ କମିଲା ଶୀତ: ୧୦ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଶୀତ କମିଛି। ତାପମାତ୍ରା ପରିବର୍ତ୍ତନ ହୋଇ ୧୦ଡିଗ୍ରୀରେ ପହଞ୍ଚିଛି। ଛୁଟିଦିନ ଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ପହଞ୍ଚିଥିବା...

ପେଟ୍ରୋଲ ପମ୍ପରେ ଚଢ଼ାଉ: ୪ ନୋଜଲରେ କମ୍‌ ତେଲ,ବିଭାଗୀୟ ଅଧିକାରୀଙ୍କୁ ଦାୟୀକଲେ ମାଲିକ

ଦାରିଙ୍ଗବାଡ଼ି,୧୧ା୭(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ସନୋଜ ଫିଲିଂ ଷ୍ଟେଶନରେ ଗୁରୁବାର ସନ୍ଧ୍ୟାରେ ଡାଇରେକ୍ଟର ଅଫ୍‌ ଲିଗାଲ ମେଟ୍ରୋଲୋଜି ବିଭାଗ ଚଢାଉ କରିଛି। ୬ମାସ ହେଲା ଏଠାରେ ମାପରେ...

ମାଓବାଦୀଙ୍କୁ ନଜର ରଖିବ ଡ୍ରୋନ୍‌

ଫୁଲବାଣୀ ଅଫିସ/ ସୁନାବେଡ଼ା (ସ୍ବ.ପ୍ର.) ୧୪।୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ଶନିବାର କୋରାପୁଟ ଓ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ...

Advertisement
Archives

Model This Week