କତା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି

ସାକ୍ଷୀଗୋପାଳ/ପିପିଲି, ୩।୬(ଡି.ଏନ.ଏ):  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶର୍‌ବ ସାତଶଂଖ ନିକଟ ଶିରିଆପୁର ନାସନାଲ କୟର ଏକ କତା କାରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ତିନି ମହଲା କୋଠା ବିଶିଷ୍ଟ ମାଲିକଙ୍କ ବାସଗୃହ ସହିତ କାରଖାନା, ଗୋଦାମ ଏବଂ ଏକ ଡିଭାଇନ ସଂଗଠନର ଷ୍ଟଡି ସେଣ୍ଟରର ଆସବାପତ୍ର, ଉତ୍ପାଦନ ସାମଗ୍ରୀ, କଞ୍ଚାମାଲ, ଯନ୍ତ୍ରପାତି ଆଦି ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି କାରଖାନାର ମାଲିକ ଧୀରେନ୍ଦ୍ର ମୋହନ ପାତ୍ର କହିଛନ୍ତି। ସାକ୍ଷୀଗୋପାଳ ଓ ପିପିଲିରୁ ଆଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇବାରେ ଲାଗିଛନ୍ତି। ତୁରନ୍ତ ପୁରୀ ଜିଲାପାଳ ଏହି ଘଟଣାକୁ ଗୁରୁତର ଭାବେ ନେଇ ନିଆଁ ଲିଭାଇବା ପାଇଁ ଅଧିକ ଦମକଳ ନିୟୋଜିତ କଲେ ବଡ଼ ଦୃର୍ଘଟଣାରୁ ରକ୍ଷା ମିଳିପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ବିଦ୍ୟୁତ୍‌ ସର୍ଟଶର୍କିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ: ଛାତଘର ପାଲଟିଛି ଗୋଦାମ, ଅସୁରକ୍ଷିତ ଟିଣଛାତ ତଳେ ପାଠପଢା

ଖଣ୍ଡପଡ଼ା,୧୦ା୭(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମାଗଣା ପୋଷାକ, ସାଇକେଲ, ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା କରିଛନ୍ତି।...

କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର...

ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୬ ଆକ୍ରାନ୍ତ , ଚାଲିଛି ଚିକିତ୍ସା

କଟକ ଅଫିସ,୪। ୪: କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲରେ ପରିଣତ କରିଛନ୍ତି। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବଦଳରେ...

ଚୌଧୁରୀଟିକରପଡାକୁ ଶଟ୍‌ଡାଉନ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨୮ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ...

ଜେଲ ଗଲେ ମୁଜାଗଡ଼ ସରପଞ୍ଚ

ଭଞ୍ଜନଗର,୯।୩(ଡି.ଏନ.ଏ) ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ଓ ଗହମ ହେରଫେର ନେଇ ଶନିବାର ରାତିରେ ବିଡ଼ିଓ ଅନିଲ କୁମାର ସେଠୀ ଥାନାରେ ଅଭିଯୋଗ କରିଥିଲେ।...

ବଣସିଂହରେ ଗଡ଼ିଲା ପ୍ରଥମ ରଥ

ଢେଙ୍କାନାଳ ଅଫିସ, ୫।୭-ଢେଙ୍କାନାଳ ସଦର ବ୍ଲକ ବଣସିଂହରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ରଥରେ ମହାପ୍ରଭୁ ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ...

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ...

ରେଳବାଇ ଜାଗାରୁ ଗଛକଟା: ଜେଲ୍‌ ଗଲେ ଅଭିଯୁକ୍ତ କାଠ ବେପାରୀ

ରୂପ୍‌ସା, ୪।୯(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ରେଳଷ୍ଟେଶନ ପାଖ ରେଳବାଇ ଜାଗାରେ ଥିବା ଏକ ଜଙ୍ଗଲରୁ ଅବାଧ ଗଛକଟା ନେଇ...

Advertisement


Archives

Model This Week

Why Dharitri