କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ-୨ରେ ଚଞ୍ଚକତା: ୨୦କୋଟିର ବେଆଇନ ଉତ୍ତୋଳନ

ଯୋଡ଼ା, ୨୧।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ଡରାଠାରେ ଥିବା ଏକ ଗ୍ରାନାଇଟ୍‌ ପଥର ଖଣିରୁ ବେଆଇନ ଭାବେ ପଥର ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ୮ମାସ ଧରି ପ୍ରାୟ ଦେଢ ଲକ୍ଷ କ୍ୟୁବିକ୍‌ ମିଟର ଗ୍ରାନାଇଟ ପଥର ବେଆଇନ ଉତ୍ତୋଳନ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ଶନିବାର ଚମକପୁର ରାଜସ୍ବ ନିରୀକ୍ଷକ ଭଦ୍ର ନାଏକ, ଅମିନ, ବଡବିଲ୍‌ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ରାଜ୍ୟ ସରକାର ଓଡ଼ିଶା କନଷ୍ଟ୍ରକଶନ୍‌ କର୍ପୋରଶନ ଲିଃ(ଓସିସିଏଲ) ନାମକ କମ୍ପାନୀକୁ ୨୦୧୧ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ କାନପୁର ଡ୍ୟାମ୍‌ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ(୧), ପ୍ଲଟ୍‌ ନଂ ୧୨୭/୨୮ ଓ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ (୨) , ପ୍ଲଟ୍‌ ନଂ ୧୩୪/୩୫କୁ ଲିଜ୍‌ ଦିଆଯାଇଥିଲା। ଏହି ଦୁଇଟି ଖଣିକୁ ଉକ୍ତ କମ୍ପାନୀକୁ ସେତେବେଳେ ବର୍ଷିକିଆ ଲିଜ୍‌ ଦିଆଯାଉଥିଲା। ୨୦୧୫ ପର୍ଯ୍ୟନ୍ତ ଏହି ବର୍ଷିକିଆ କାର୍ଯ୍ୟ ଚାଲିବା ପରେ ମାଇନିଂ ପ୍ଲାନ ଓ ଅନ୍ୟାନ୍ୟ ବୈଧାନିକ ଅନୁମୋଦନ ପରେ ଓସିସିଏଲକୁ ଉକ୍ତ ଦୁଇଟି ଗ୍ରାନାଇଟ୍‌ ପଥର ଖଣି ୨୦୨୦ ପର୍ଯ୍ୟନ୍ତ ଦିଆଯାଇଛି। ଓସିସିଏଲର କାର୍ଯ୍ୟରେ ମନ୍ଥର ଗତି ଯୋଗୁ ଉକ୍ତ ପଥର ଖଣି ଦ୍ୱୟରେ ଗ୍ରାନାଇଟ୍‌ ଖୋଳା କାର୍ଯ୍ୟ କରିପାରି ନ ଥିଲା। ଉକ୍ତ ଗ୍ରାନାଇଟ୍‌ ପଥର ଖଣିଦ୍ୱୟର ରାଜସ୍ବ ବାବଦକୁ ମାତ୍ର ୪ ଲକ୍ଷ ୩୦ ହଜାର ଟଙ୍କା ବଡବିଲ୍‌ ତହସିଲ୍‌ରେ ପୈଠ କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ୨୦୧୮ ଅଗଷ୍ଟ ମାସରେ ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ବିଲ ତହସିଲଦାର ଓସିିସିଏଲର ମ୍ୟାନେଜରଙ୍କୁ ଡକାଇ ଏକ ଆଲୋଚନା କରିଥିଲେ। ଏଥିରେ ଓସିସିଏଲ୍‌କୁ ଲିଜ୍‌ ଦିଆଯାଇଥିବା ଦୁଇଟି ପଥର ଖଣି ମଧ୍ୟରୁ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି(୨) ବଡ଼ ଖଣି ହୋଇଥିବାରୁ ଏହାକୁ ଛାଡି ଦେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତେବେ ଏସମ୍ପର୍କରେ ଓସିସିଏଲକୁ କୌଣସି ଲିଖିତ ଚିଠି ଦିଆ ନ ଯାଇ ଅସ୍ଥାୟୀ ଭାବେ ପ୍ରଶାସନ ପକ୍ଷରୁ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମେସର୍ସ ମଣ୍ଟେକାର୍ଲୋଙ୍କୁ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ(୨)କୁ ୩ମାସିଆ ଅସ୍ଥାୟୀ ପରମିଟ୍‌ ଆକାରରେ ଦିଆଯାଇଛି। ତେବେ ଠିକାସଂସ୍ଥା ପକ୍ଷରୁ ପଥର ଖଣି ନଂ (୨)ରୁ ଗ୍ରାନାଇଟ୍‌ ପଥର ଖୋଳିବା ପରିବର୍ତ୍ତେ କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ (୧)ରୁ ଦୀର୍ଘ ୮ମାସ ହେଲା ବେଆଇନ ଭାବେ ପଥରଖୋଳା ଚାଲିଛି। ଉକ୍ତ ଖଣିରୁ ବେଆଇନ ଭାବେ ପଥର ଖୋଳାଯାଇଥିବା ନେଇ ଓସିସିଏଲ୍‌ ପକ୍ଷରୁ ସିନିୟର ମ୍ୟାନେଜର ନିରଞ୍ଜନ ମିଶ୍ର ଗତ ୧୦ତାରିଖରେ ବଡବିଲ ତହସିଲ ଓ ଚମ୍ପୁଆ ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ବେଆଇନଭାବେ ପ୍ରାୟ ଦେଢଲକ୍ଷ କ୍ୟୁବିକ ମିଟରରୁ ଦୁଇ ଲକ୍ଷ କ୍ୟୁବିକ୍‌ ମିଟର ଗ୍ରାନାଇଟ୍‌ ପଥର ଉକ୍ତ ଖଣିରୁ ଖୋଳାଯାଇଥିବା ଓସିସିଏଲ୍‌ର ସବ୍‌କଣ୍ଟ୍ରାକ୍ଟର ସଦର୍ଣ୍ଣ ଇଞ୍ଜିନିୟରିଂ ଓ୍ବାର୍କସ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ଶିବ ପ୍ରସାଦ ନାୟକ କହିଛନ୍ତି। ଏନେଇ ଠିକାସଂସ୍ଥା ମେସର୍ସ ମଣ୍ଟେକାର୍ଲୋର କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri