କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର:ନୂଆ ଆମ୍ବୁଲାନ୍ସ ଖତ ଖାଉଛି, ଭଡ଼ା ଗାଡ଼ିରେ କାମ ଚଳାଯାଉଛି

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଜରୁରିକାଳୀନ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ପରିଚାଳନଗତ ତ୍ରୁଟି ହେଉ କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଆମ୍ବୁଲାନ୍ସ ଥାଇ ବି ରୋଗୀଙ୍କ କାମରେ ଲାଗିପାରୁ ନାହିଁ। ନୟାଗଡ଼ ଜିଲା କଣ୍ଟିଲୋ ସରକାରୀ ଡାକ୍ତରଖାନାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ୬ବର୍ଷ ପୂର୍ବରୁ କିଣାଯାଇଥିବା ନୂଆ ଆମ୍ବୁଲାନ୍ସ ପଡିରହି ଖତ ଖାଉଥିବାବେଳେ ଭଡାଗାଡ଼ିରେ କାମ ଚଳାଯାଉଛି।
କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ, କଣ୍ଟିଲୋ ଓ ଏହାର ଆଖପାଖ ବାଣପୁର, ଧାନଚେଙ୍ଗଡା, ସିଧାମୂଳା, ବେଣାଗାଡିଆ, ପଥରଚକଡା, ବାଉଁଶବାଟି ଆଦି ୭ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ଏହାଛଡା କଣ୍ଟିଲୋ ନୀଳମାଧବ ପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିଥାନ୍ତି। ଅନେକ ସମୟରେ ଜରୁରୀ ସେବା ପାଇଁ ପର୍ଯ୍ୟଟକମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସେବା ପାଇଁ ଆସିଥାନ୍ତି। ଜରୁରିକାଳୀନ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ହୋଇଥାଏ। କିନ୍ତୁ ହଠାତ୍‌ କୌଣସି ଯାନବାହନ ମିଳୁ ନ ଥିବାରୁ ରୋଗୀ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୨୦୧୩ ଅଗଷ୍ଟ ମାସରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଆମ୍ବୁଲାନ୍ସ (ମାରୁତି ଗାଡ଼ି) କ୍ରୟ କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ହେଲେ ନୀତିନିୟମ ଆଳକରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଳକ ଯୋଗାଇବା ସମ୍ଭବ ନ ଥିଲା। ଫଳରେ ଏହି ଗାଡିକୁ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଦ୍ୱାରା ପରିଚାଳନା କରାଯିବାକୁ ପରାମର୍ଶ ଦିଆଯାଇଥିଲା। ସେ ସମୟରେ କୌଣସି ଚାଳକ ସୀମିତ ଅର୍ଥରେ କିମ୍ବା ଠିକା ଭାବରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଗାଡ଼ିଟି ଅବ୍ୟବହୃତ ହୋଇ ପଡିରହିଛି। ଏବେ ୧୦୨ ଆମ୍ବୁଲାନ୍ସ ପାଇଁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ବୋଲେରୋ ଗାଡି ଭଡ଼ା ସୂତ୍ରରେ ଦିଆଯାଇଛି ା ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା, ବିଭିନ୍ନ ମେଡିକାଲରେ ଆମ୍ବୁଲାନ୍ସ ଅଚଳ ଅବସ୍ଥାରେ ରହିଛି। ସେସବୁ ଗାଡିର ଡ୍ରାଇଭର ଘରେ ବସି ଦରମା ନେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶକ୍ରମେ ଏହି ଚାଳକମାନଙ୍କୁ ନିୟୋଜିତ କରାଗଲେ ପଡିରହିଥିବା ଗାଡି ଚଳାଚଳ କରିବା ସହ ଜରୁରିକାଳୀନ ସେବା ପାଇଁ ରୋଗୀମାନେ ଉପକୃତ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସରକାର ରୋଗୀମାନଙ୍କ ପାଇଁ ୧୦୨ ଓ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ରୋଗୀମାନେ ମାଗଣାରେ ସେବା ପାଇପାରୁଛନ୍ତି। ତେଣୁ ବିଧାୟକ ଅନୁଦାନରେ କିଣାଯାଇଥିବା ଗାଡି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ପଡୁନି। ଅନ୍ୟପକ୍ଷରେ ସ୍ବାସ୍ଥ୍ରକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ସଭାପତି ରାମେଶ୍ୱର ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ...

୨୨ବର୍ଷର ଲୁଚକାଳି ଶେଷ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍‌,୨୩।୨(ବ୍ୟୁରୋ):  ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ...

ଢେଙ୍କାନାଳରେ ପୁଣି କୁମାରୀ ମା’

ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳ ଜିଲା ପୁଣି ବୋହିଛି କୁମାରୀ ମା’ର କଳଙ୍କ। ଭୁବନ ପରେ କାମାକ୍ଷାନଗର ଥାନା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି। ଜଣେ...

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ...

ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି...

ଆମ୍ବଗଛ ଉପରେ ଭାଲୁ

ନୂଆପଡ଼ା ଅଫିସ,୨୪।୫:ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ରେଙ୍ଗଟାପଡ଼ା ଗାଁର ଏକ ଆମ୍ବଗଛ ଉପରେ ଭାଲୁ ଚଢ଼ି ରହିଥିବା ଦେଖିବାକୁ ମିଳିଛି। ପାଣି କିମ୍ବା...

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ...

ଅବକାରୀ ଚଢ଼ାଉ, ୬ ଗିରଫ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ଭୁବନ ଥାନା ଟିପିଲେଇ...

Advertisement


Archives

Model This Week