କଣ୍ଟିଲୋରେ ଝୁଲଣ ଯାତ୍ରା ଆରମ୍ଭ : ସଂକୀର୍ତ୍ତନ କରି ଠାକୁରଙ୍କୁ ଝୁଲାଇଲେ ଭକ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.) : ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ଜୀଉ ପୀଠ, ରାଧାମୋହନ ଜୀଉ ମଠ, ଠାକୁର ଅଭିରାମ ପରମହଂସ ଦେବଙ୍କ ଶାନ୍ତି ଆନନ୍ଦାଶ୍ରମ, ସିଧାମୂଳାସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର, ଖଣ୍ଡପଡ଼ା ଶ୍ରୀ ଜଗନ୍ନାଥ ଜୀଉ ଓ ଖଳିସାହି ଗୋପାଳ ଜୀଉ ମନ୍ଦିରରେ ରବିବାରଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଅବସରରେ ନୀଳମାଧବ ଜୀଉ ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିରରେ ଭୋର ୫ଟାରେ ସ୍ନାନ ଅବକାଶ, ୭ଟାରେ ବଲ୍ଲଭ, ସାଢ଼େ ୧୧ଟାରେ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ସମ୍ପନ୍ନ ପରେ ଠାକୁରଙ୍କ ପହଡ଼ ଅନୁଷ୍ଠିତ ହୋଇଥିଲା। ରାତି ସାଢେ ୮ଟାରେ ଏକାଦଶୀ ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ପରେ ୯ଟାରେ ଧୂପ ହୋଇଥିଲା। ସାଢ଼େ ୯ଟାରେ ମଦନମୋହନଙ୍କ ସହ ଲକ୍ଷ୍ମୀ, ସରସ୍ବତୀଙ୍କୁ ମୁକ୍ତି ମଣ୍ଡପକୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।ପରେ ଶ୍ରୀଜୀଉମାନେ ଝୁଲଣ ବେଦୀରେ ବିଜେ ହୋଇଥିଲେ।ସନ୍ଧ୍ୟାରେ ମଦନମୋହନଙ୍କୁ ଝୁଲଣ କୁଞ୍ଜରେ(ଦୋଳିରେ)ବିଜେପୂର୍ବକ ନାମ ସଂକୀର୍ତ୍ତନ କରି ଭକ୍ତମାନେ ଶ୍ରୀ ଜୀଉଙ୍କୁ ଝୁଲାଇ ଥିଲେ। ସ୍ଥାନୀୟ ରାଧାମୋହନ ଜୀଉଙ୍କ ମଠରେ କଣ୍ଟିଲୋ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଝୁଲଣ ସଙ୍ଗୀତ ଗାନ କରାଯାଇଥିଲା। ଝୁଲଣ କାର୍ଯ୍ୟକ୍ରମ ବୁଧବାର ପର୍ଯ୍ୟନ୍ତ ୪ ଦିନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri