କଣାସ : ୧୨ ଗାଁ ଜଳମଗ୍ନ

କଣାସ,୧୨।୯(ସ୍ବ.ପ୍ର./ ଡି.ଏନ୍‌.ଏ.): ଉପରମୁଣ୍ଡରେ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଯାଇଛି। ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ପ୍ରାୟ ରାସ୍ତା ସବୁ ବୁଡିଯାଇଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯିବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମଙ୍ଗଳବାର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତହସିଲଦାର ଉମାକାନ୍ତ ରାଉତ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପରେ ବନ୍ୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜିଲପାଳଙ୍କୁ ଜଣାଇଥିତ୍ବା ତହସିଲଦାର କହିଛନ୍ତି। ବିଧାୟକ ସାମନ୍ତରାୟ ଗଡବଳଭଦ୍ରପୁର, ବଡାସ, ବାଲିପାଟଣା, ଦୋକନ୍ଦା, ତରପଡା, ଦୋକନ୍ଦା ଆଦି ଗ୍ରାମ ବୁଲିବା ସହ ରେଡକ୍ରସ୍‌ ତରଫରୁ ପ୍ରାୟ ୭ ଶହ ପରିବାରକୁ ରିଲିଫ୍‌ ବଣ୍ଟନ କରିଛନ୍ତି। ଏହାସହ ଏହି ସମସ୍ୟାର ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ବଡାସ ପଞ୍ଚାୟତରେ ଡଙ୍ଗା ଓ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟାଯାଇଥିଲା। ଗ୍ରାମଗୁଡିକ ଜଳମଗ୍ନ ହୋଇଯାଇଥିବାରୁ ଦୋକନ୍ଦା ପ୍ରାଥମିକ ବିଦ୍ୟାଳୟ, ବୈଦ୍ୟନାଥପାଟଣା, ତରପଡା, ନାନକେରା, କଣାସ, ବଡାସ ବିଦ୍ୟାଳୟଗୁଡିକରେ ପାଠପଢା ବନ୍ଦ ରହିଛି । ବର୍ତ୍ତମାନ ଦୟାନଦୀ ବିପଦ ସଙ୍କେତ ୩.୯୯ ମିଟର ଟପି ୫.୩୫ରେ ପହଞ୍ଚତ୍ଛି । କେତେକ ସ୍ଥାନରେ ଗଳିଆ ଥିବାରୁ ସେଗୁଡିକ ବାଲିବସ୍ତା ପକାଇ ବନ୍ଧାଯାଇଥିବାରୁ ଏବେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି ସହକାରୀ ଯନ୍ତ୍ରୀ ମକରା ବେହେରା କହିଛନ୍ତି । ବିଧାୟକଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ବସନ୍ତ କୁମାର ଜେନା, ଭିକାରୀ ବଳିୟାରସିଂହ, ଈଶ୍ୱର ହରିଚନ୍ଦନ, ସନ୍ତୋଷ ସାମନ୍ତରାୟ, ଚନ୍ଦ୍ରମଣୀ ରାଉତରାୟ, ସମିତି ସଭ୍ୟ ସାଗର ବେହେରା, ମେଘନାଦ ଛୋଟରାୟ, ହରିଭୋଳ ପ୍ରମୁଖ ବ୍ଯଯାଅଞ୍ଚଳ ବୁଲିଥିଲେ ।
ସେହିପରି ଭାଜପା ନେତା ଓମ୍‌ ପ୍ରକାଶ ମିଶ୍ର, ସରପଞ୍ଚ ସଂଗ୍ରାମ ପାଇକରାୟ ପ୍ରମୁଖ ଗଡବଳଭଦ୍ରପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଗାଁ ବୁଲି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା: ଗଞ୍ଜାମରେ ନିରାଡ଼ମ୍ବର ହେବ ଦୋଳଯାତ୍ରା

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଏଥର ନିରାଡ଼ମ୍ବରରେ ପାଳନ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ବାଜା ରୋଷଣୀ ନାଚଗୀତ ବିନା କେବଳ ରୀତିନୀତିରେ...

୬ ହଜାର ଟଙ୍କା ନେଇ ଧରାପଡ଼ିଲେ ପିଇଓ

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା...

କାମରେ ଲାଗୁନି ନୂଆ ନିମାପଡ଼ା ବସ୍‌ଷ୍ଟାଣ୍ଡ

ନିମାପଡ଼ା, ୨୧।୭ (ଡି.ଏନ୍‌.ଏ.): ନିମାପଡ଼ାରେ ନବନିର୍ମିତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡ କାହା...

ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତି ସଞ୍ଜୟ ସାହୁଙ୍କ ମୃତଦେହ ଶନିବାର ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି। ପ୍ରକାଶ...

ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ ଲୁଟ୍‌

ଖୁଣ୍ଟା/କୁଆମରା, ୨୮।୪(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗର କର୍ମଚାରୀ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ସୁନାଚେନ୍‌ ଲୁଟ୍‌ କରିଛନ୍ତି। ବୁଧବାର ମୟୂରଭଞ୍ଜ ଜିଲା ଖୁଣ୍ଟା...

୧,୪୧୭ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର, ୫।୪(ଡି.ଏନ.ଏ. )- ବିଦେଶ ଓ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲକୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ବିଦେଶ ଫେରନ୍ତା...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି...

୫୦ ବର୍ଷିଆ ପୁରୁଣା ଗାଡ଼ି ପାଇଁ ହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୩ା୧(ବ୍ୟୁରୋ):ବହୁ ପୁରୁଣା ଯାନ(ଭିଣ୍ଟେଜ୍‌) ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର। ୨୦୨୩ ଜାନୁୟାରୀ ପହିଲାରୁ ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍‌ ଯାନଗୁଡ଼ିକ ପାଇଁ ସ୍ବତନ୍ତ୍ର ନମ୍ବର...

Advertisement
Archives

Model This Week