କଟକ ଡବଲ ମର୍ଡରକୁ ବିତିଲା ୪୮ ଘଣ୍ଟା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ, ୧୫।୧୨: କଟକ ବେଲେଶ୍ୱର ନ୍ୟୁ କଲୋନୀ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ହତ୍ୟାକାଣ୍ଡ ଘଟିଥିବା ଘରକୁ ପୋଲିସ ସିଲ୍‌ କରିଥିବା ବେଳେ ସେଠାରେ ୨୪ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା ହୋଇଛି। ଏହି ଘଟଣାରେ ଶନିବାର ପୋଲିସ ମୃତ ଦମ୍ପତିଙ୍କ ଘରେ କାମ କରୁଥିବା ଚାକରାଣୀଙ୍କୁ ଜେରା କରିଥିଲା। ଦୀର୍ଘ ସମୟର ଜେରା ପରେ ହତ୍ୟାକାଣ୍ଡ ସହିତ ଚାକରାଣୀଙ୍କ କୌଣସି ସମ୍ପର୍କ ନ ଥିବା ପୋଲିସ ସୂଚନା ଦେଇଛି। ଏଥିସହିତ ଦମ୍ପତିଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଛି। ସେଥିମଧ୍ୟରୁ ୨ଟି ଟିମ୍‌ ବ୍ରହ୍ମପୁର ଓ ଜଗତ୍‌ସିଂହପୁର ଯାଇଥିବା ବେଳେ ଅନ୍ୟ ୨ଟିମ କଟକରେ ତଦନ୍ତ କରୁଛନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚାରିବା ସହ ବୃଦ୍ଧ ଦମ୍ପତିଙ୍କ ପରିଚିତ ଲୋକଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧୬ଜଣଙ୍କୁ ଜେରା କରିଛି। ଡିସିପି ଅଖିଳେଶ୍ୱର ସିଂଙ୍କ କହିବା ଅନୁଯାୟୀ, ପୋଲିସ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ହତ୍ୟାକାରୀ ଧରାପଡ଼ିବେ। ଅନ୍ୟପକ୍ଷରେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡରେ ୩ଜଣ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୁଖ୍ୟତଃ ଫରେନ୍‌ସିକ ପରୀକ୍ଷାରୁ ପୋଲିସ ହାତରେ ବଡ଼ ସୁରାକ ଲାଗିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସୂଚନାଥାଉ କି, ଗୁରୁବାର ରାତିରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ନ୍ୟୁ କଲୋନୀରେ ରହୁଥିବା ଶ୍ରୀନାଥ ସାମଲ(୭୦) ଓ ବିଦୁଲତା ସାମଲ(୬୫)ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିଲେ। ରାତି ପ୍ରାୟ ୯ଟାରେ ଦମ୍ପତିଙ୍କ ଝିଅ ସେମାନଙ୍କୁ ଫୋନ କରିଥିଲେ। ବାରମ୍ବାର ରିଂ କରିବା ପରେ କେହି ଫୋନ ନ ଉଠାଇବାରୁ ସେ ଜଣେ ପଡୋଶୀଙ୍କ ସହ ଯୋଗାଯୋଗ କରିଥିଲେ। ପଡୋଶୀ ଜଣକ ତାଙ୍କ ଘରକୁ ଯାଇ ଦେଖିବା ବେଳକୁ ଘରର କବାଟ ଖୋଲା ରହିଥିଲା। ପଡୋଶୀ ଜଣକ କଲିଂ ବେଲ ବଜାଇଥିଲେ ମଧ୍ୟ କେହି ବାହାରକୁ ଆସି ନ ଥିଲେ। ତେବେ ପଡୋଶୀ ଜଣକ ଘର ଭିତରକୁ ଯାଇ ଦେଖିବାରୁ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା। ଏ ନେଇ ପଡ଼ୋଶୀ ଜଣକ ପ୍ରଥମେ ତାଙ୍କ ଝିଅଙ୍କୁ ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଖବରପାଇ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସର ପ୍ରଥମ ସନ୍ଦେହ ମୃତ ଦମ୍ପତିଙ୍କ ପରିଚିତ ଲୋକଙ୍କ ଉପରେ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘର ସମ୍ମିଳନୀ

ବାରିପଦା ଅଫିସ,୨୯।୭- ଉତ୍ତର ଓଡ଼ିିଶା ଯୁବ ଓ ଛାତ୍ର ସଂଘର କର୍ମକର୍ତ୍ତାଙ୍କ ଏକ ସମ୍ମିଳନୀ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି...

ନିଶା ନିବାରଣ ଅଭିଯାନପାଇଁ ଅଣ୍ଟା ଭିଡ଼ିଲେ ମହିଳା

ବଡବିଲ, ୨୧।୮ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦଲକିବସ୍ତିର ଶତାଧିକ ମହିଳା ନିଶା ନିବାରଣ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି। ମା’ ଠାକୁରାଣୀ ମହିଳା...

ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ

ଜମନକିରା,୨୧।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଶନିବାର ବ୍ଲକ୍‌ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା...

ମାଳଦୀପରେ ଚାକିରି କରାଇ ଦେବା ନା’ରେ ଠକେଇ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫ା୧୦-ସୁଦୂର ମାଲଦୀପରେ ଚାକରି କରାଇଦେବା ନା’ରେ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

ଚତୁର୍ଦ୍ଦଶ ତୋଷାଳି ମେଳା:ଥିମ୍‌ ପାଭିଲିୟନ୍‌ରେ ‘କଳିଙ୍ଗ ତନ୍ତୁକୃତି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲ୍‌ବେରୀ, ଏରି ସୂତା ଓ ଟସର ଡେମ୍ଫର ସୂତା। କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା...

ପୁରୀ ରେଳ ଷ୍ଟେଶନରୁ ଆମେରିକା

କଣାସ,୫ା୧୧(ସ୍ବ.ପ୍ର.): ସେଦିନର କୁଅଁା କୁଅଁା ଶବ୍ଦ ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଦେଇଛି। ଅଲୋଡା ଶିଖା ଏବେ ଆମେରିକୀୟ ଦମ୍ପତିଙ୍କ ଅଲିଅଳି କନ୍ୟା। ପୁରୀ ରେଳ...

ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା...

Advertisement
Archives

Model This Week