Posted inଖେଳ

କଟକ ଜିଲା ଚେସ୍‌ ଉଦ୍‌ଯାପିତ: ଅଂଶୁମାନ, ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- କଟକସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ କଟକ ଜିଲା ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବିଭାଗରେ ଅଂଶୁମାନ ସାମଲ ଓ ଜୁନିୟରରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି। ସିନିୟରରେ ଅଂଶୁମାନ ଓ ଶ୍ରେୟାଂଶ ଶୁଭମ୍‌ ପଟ୍ଟନାୟକ ୬ ପଏଣ୍ଟ ଲେଖାଏ ରଖିଥିଲେ ହେଁ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇ ଟ୍ରଫି ସହ ୫୦୦୦ ଓ ୩୫୦୦ଟଙ୍କାର ପୁରସ୍କାର ରାଶି ଲାଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟଂଶ ଦାସ, ନୀଲ୍‌ସୁ ପଟ୍ଟନାୟକ, ରବୀନ୍ଦ୍ର କୁମାର ଓଝା, ବିଶାଲ ପଟ୍ଟନାୟକ, ଶଙ୍କର ପ୍ରସାଦ ରାଓ, ସଞ୍ଜୀବନ ନାୟକ, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଓ ପ୍ରୀୟଂଶ ଦାସ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ସେହିପରି ଜୁନିୟରରେ ସ୍ବସ୍ତିକ, ନିଖିଲ ସାହୁ, ଦେବୀ ପ୍ରସାଦ ନାୟକ ଓ ବିକାଶ କୁମାର ଲେଙ୍କା ୬ ପଏଣ୍ଟ ଲେଖାଏ ପାଇଥିଲେ ହେଁ ପ୍ରଥମରୁ ୪ର୍ଥ ସ୍ଥାନରେ ରହିଛନ୍ତି। ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ଟ୍ରଫି ସହ ୨୫୦୦ ଓ ୧୫୦୦ ଟଙ୍କା ପୁରସ୍କାରଭାବେ ପାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାଇ ସୌରଭ ଦାସ, ସ୍ଥିତିପ୍ରଜ୍ଞ ସାହୁ, ସାଇ ସ୍ବରୂପ ମିଶ୍ର, ପି. ସାଇରୂପା, ସୌରଭ କର, ରାଜଭୀର ବି. ପାଲ୍‌ ପ୍ରମୁଖ ଶୀର୍ଷ ୧୦ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ୬, ୭, ୮, ୯, ୧୦ ଓ ୧୧ ବର୍ଷରୁ କମ୍‌ ବର୍ଗରେ ଶ୍ରେଷ୍ଠ ୪ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କେ. କେ. ବିଶୋଇ ଶ୍ରେଷ୍ଠ ଭେଟେରାନ, ସୋଭନା ସୋନାଲି ଜେନା ଶ୍ରେଷ୍ଠ ମହିଳା ଓ ଭିନ୍ନକ୍ଷମ ଖେଳାଳି ନିପୁନ ଆଦିତ୍ୟ ମହାନ୍ତିଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ଇନ୍‌କମ୍‌ ଟ୍ୟାକ୍ସ(ସର୍କଲ-୧, କଟକ) ଡେପୁଟି କମିଶନର ଡ. ଉମାକାନ୍ତ ଧ୍ରୁପତି ମୁଖ୍ୟ ଅତିଥି, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସତ୍ୟରଞ୍ଜନ ପଟ୍ଟନାୟକ, ରଞ୍ଜନ ମହାନ୍ତି, ବିବେକ ତିବରଓ୍ବାଲ, ଆସିତ ମୁଖାର୍ଜୀ, ଶ୍ରୀମନ୍ତ କୁମାର ପଣ୍ଡା, ତାପସ ମହାନ୍ତି, ସନ୍ତୋଷ ପୃଷ୍ଟି, ଫନିନ୍ଦ୍ରନାଥ ମହାନତ୍‌ି, ସୂର୍ଯ୍ୟକାନ୍ତ ବିଷୋଇ, ଜ୍ୟୋତି ପ୍ରକାଶ ମହାପାତ୍ର, ଜୀବନ ବଲ୍ଲଭ ସାମଲ, ଏନ. ସରିଫ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏସ.କେ. ମନସୁର ଅଲୀ ଓ ରାଜେନ୍ଦ୍ର କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ କ୍ରିକେଟରଙ୍କୁ ଛୁଇଁଲା ୩୮

ନୂଆଦିଲ୍ଲୀ,୧୪।୧୦- ଚାମ୍ପିୟନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋମବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ କ୍ରିକେଟ ଜଗତକୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।...

କ୍ୱାରାଣ୍ଟାଇନ୍‌ରେ ରହିବେ, ପୂଜାରା, ହନୁମା, କୋଚିଂ ଷ୍ଟାଫ୍‌

ନୂଆଦିଲ୍ଲୀ, ୬ା୧୦ (ପି.ଟି.)- ଆଇପିଏଲ୍‌ ଶେଷ ପରେ ଅଷ୍ଟ୍ରେଲିଆ ପ୍ରସ୍ଥାନ ପୂର୍ବରୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ହନୁମାବିହାରୀ ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ...

ନାଡାଲ ସେମିଫାଇନାଲରେ

ନ୍ୟୁୟର୍କ, ୬|୯ (ଏଏଫ୍‌ପି)-ରାଫାଲ ନାଡାଲ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ୨୦ତମ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କ...

କୋହଲିଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ,୧।୯: ଟେଷ୍ଟ ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ପ୍ରଥମ ଥର ପାଇଁ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟପ -୫ ରେ...

ସାଉଥ୍‌ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ

କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍‌ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ...

ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ: କୁଲଦୀପଙ୍କ ଉପରେ ରାଗି ଯାଇ…

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌...

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ...

ଇତିହାସ ରଚିଲେ ରୁଟ୍‌: ୩୮ ବର୍ଷ ପରେ କଲେ ଏମିତି କାରନାମା

ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ...

Advertisement
Ten Cric Info


Archives

Model This Week