କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩ ତାରିଖରେ ଦିଲୀ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୨୪ ତାରିଖରେ ସେ କଟକ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୧ ତାରିଖରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୨ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଥିଲା। ୩ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ ଘଟଣା: ଅପରେଶନରେ ବହୁ ଯବାନ ସାମିଲ

ଦାରିଙ୍ଗବାଡ଼ି,୩୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର ଥିବା ଡକାୟତି ଦଳକୁ ଧରିବା ପାଇଁ...

ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍‌.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର...

ସ୍ନାନଯାତ୍ରା ଦର୍ଶନ ପାଇଁ ଜଗଦ୍‌ଗୁରୁଙ୍କୁ ନିମନ୍ତ୍ରଣ

ପୁରୀ ଅଫିସ,୧ା୬:ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ପୀଠକୁ ଭକ୍ତମାନେ ଯାଇପାରିବେ ନାହିଁ। କୌଣସି ଧାର୍ମିକ ସମାବେଶ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନୂଆ...

ରାଜଧାନୀରୁ ପୁଣି ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌: ଅଛନ୍ତି ୧୬ ବେସରକାରୀ ହସ୍ପିଟାଲ୍‌ କର୍ମଚାରୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି। ସେଥିରୁ...

‘ଯାଯାବର’ଙ୍କ ପାଇଁ ସ୍ଥିତି ଜଟିଳ

ଢେଙ୍କାନାଳ ଅଫିସ, ୧୦।୨: ଓଡ଼ିଶାର ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ। ଏଠାରେ ହାତୀ-ମଣିଷ ସଂଘର୍ଷ ମଧ୍ୟ କିଛି କମ୍‌ ନୁହେଁ। ଗଜ...

ସମସ୍ୟା ବଢ଼ାଉଛି ଫେକ୍‌ କଲ୍‌: ୧୦୮ ଆମ୍ବୁଲାନ୍ସ ଡାକି ସମ୍ପର୍କୀୟଙ୍କ ଘରକୁ ଗଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ପାଇଁ ଦିନକୁ ଦିନ ଫେକ୍‌ କଲ୍‌ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଅସୁବିଧାର ବାହାନା କରି ଲୋକେ ଏହି ଜରୁରିକାଳୀନ...

ସୁବର୍ଣ୍ଣପୁର ଜିଲା: ୬୬୯ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ସୋନପୁର,୧୩।୫(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରୁ ପ୍ରତ୍ୟହ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ଭୁବନେଶ୍ୱର ପଠାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ସନ୍ଦିଗ୍ଧଙ୍କଠାରୁ ସ୍ବାବ୍‌...

ଜିଲାପାଳଙ୍କ ସ୍ବଚ୍ଛତା ତଦାରଖ; ଡଷ୍ଟବିନ୍‌ ନ ଥିବାରୁ ଦୋକାନୀଙ୍କୁ ଜରିମାନା: ଶାୈଚାଳୟରେ ପାଣି ଜମିଥିବା ସ୍ଥାନ ନିଜେ ସଫା କଲେ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାତି ପ୍ରାୟ ୧୦ରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗସ୍ତକରି ସହରର ସ୍ବଚ୍ଛତା ତଦାରଖ କରିଥିଲେ। ମୁଖ୍ୟ...

Advertisement
Archives

Model This Week