Posted inଖେଳ

କଟକରେ ହୋଇପାରେ ଇଣ୍ଡିଆ ଓପନ ଟେବୁଲ ଟେନିସ

କଟକ ଅଫିସ,୨୨।୭- ଓଡ଼ିଶା ପୁଣି ଏକ ବିଶ୍ୱସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ଇଣ୍ଡିଆ ଓପନ ଟେବୁଲ ଟେନିସ ଏଠାରେ ହେବାର ଯୋଜନା ରହିଛି ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ(ଟିଟିଏଫ୍‌ଆଇ)ର ପରାମର୍ଶଦାତା ଧନରାଜ ଚୌଧୁରୀ ସୂଚନା ଦେଇଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କୁ ଟିଟିଏଫଆଇ ପକ୍ଷରୁ ଖୁବଶୀଘ୍ର ପ୍ରସ୍ତାବ ଦିଆଯିବ । କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମକୁ ଭେନ୍ୟୁ ଭାବେ ଏହି ପ୍ରସ୍ତାବରେ ଦର୍ଶାଯିବ ବୋଲି ଧନରାଜ କହିଛନ୍ତି । ଗତ ୧୭ରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟିଟି ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହେବ। ପ୍ରତିଯୋଗିତାରେ ମୋଟ ୧୪ଟି ରାଷ୍ଟ୍ର ଅଂଶ ଗ୍ରହଣ କରିଛନ୍ତି। ଟେବୁଲ ଟେନିସର ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରିବାରେ ଟିଟିଏଫଆଇ ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ(ଓଏସ୍‌ଟିଟିଏ) ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଟୁର୍ନାମେଣ୍ଟ ଆୟୋଜନ ନେଇ ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ ମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ଟିଟିଏଫଆଇ ଏଠାରେ ଆଗାମୀ ଇଣ୍ଡିଆନ ଓପନ ଟିଟି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଚିନ୍ତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ: ଏହି ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୮:ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଜି ଟି -୨୦ ବିଶ୍ୱକପ ୨୦୨୧ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୭ ରେ...

ଦଳକୁ ଫେରିଲେ ୪୧ ବର୍ଷୀୟ ଖେଳାଳି

ଆମଷ୍ଟରଡାମ,୧୨।୯: ୪୧ ବର୍ଷ ବୟସରେ ନେଦରଲାଣ୍ଡ୍ସର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଆନ ଟେନ ଡୋଚେଟ୍‌। ଏହି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)- ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ...

ଗୋଥାମଙ୍କୁ ୮ ଉଇକେଟ; ତାମିଲନାଡୁକୁ ହରାଇଲା କର୍ନାଟକ

ଡିଣ୍ଡିଗୁଲ,୧୩।୧୨(ପି.ଟି.)- ଅଫ୍‌ ସ୍ପିନର କେ. ଗୋଥାମଙ୍କ ୮ ଉଇକେଟ ସଫଳତା ଯୋଗୁ କର୍ନାଟକ ୨୬ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର...

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି...

ଲଗାତର ଦ୍ୱିତୀୟ ମ୍ୟାଚ୍‌ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ...

ଟସ୍‌ ଜିତିଲା ଭାରତ

କାନପୁର,୨୫।୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ଅଧିନାୟକ...

Advertisement
Archives

Model This Week