Posted inଖେଳ

କଟକରେ ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିୟନଶିପ୍‌ ୧୭ରୁ: ଓଡ଼ିଶା ସରକାର-ଟିଟିଏଫ୍‌ଆଇ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର, ୨ା୭ (ସ୍ପୋଟର୍‌ସ ବ୍ୟୁରୋ)-କଟକର ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌। ଏଥିଲାଗି ସୋମବାର ଓଡ଼ିଶା ସରକାର ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଟିଟିଏଫ୍‌ଆଇ) ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ (ଓଏସ୍‌ଟିଟିଏ) ସହିତ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ କ୍ରୀଡ଼ା ଯୁବସେବା ସଚିବ ତଥା କମିଶନର ବିଶାଲ ଦେବ ଟିଟିଏଫ୍‌ଆଇର ସିନିୟର ଉପସଭାପତି ଏସ୍‌.ଏନ୍‌. ସୁଲ୍‌ତାନ ଓ ଓଏସଟିଟିଏ ସଭାପତି ଏଲ. ଏନ୍‌. ଗୁପ୍ତା ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ସମସ୍ତ ୩ ପକ୍ଷର ଅଫିସିଆଲମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାରଙ୍କ ସହିତ ପାର୍ଟନରଶିପ୍‌ରେ ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ର ଆୟୋଜନ କରୁଥିବାରୁ ମୁଁ ଭାରତୀୟ ଟେବୁଲ ଟେନିସ ମହାସଂଘ ଏବଂ ରାଜ୍ୟ ଟେବୁଲ ଟେନିସ ଆସୋସିଏଶନକୁ ଶୁଭେଚ୍ଛା ଜଣାଉଛି। ଟେବୁଲ ଟେନିସ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ଘଟିବାରେ ଲାଗିଛି। କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ ରାଜ୍ୟରେ ଏହି ଖେଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସହାୟକ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକ ଲାଗି ମୁଁ ଶୁଭକାମନା ଜଣାଉଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ କହିଥିଲେ, ଏହି ଚାମ୍ପିୟନଶିପ୍‌ରେ ବିଶ୍ୱର କେତେଜଣ ଶ୍ରେଷ୍ଠ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଟିଟି ଖେଳାଳିମାନେ ଏସିଆଡ୍‌ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। ଆସନ୍ତା ଚାମ୍ପିୟନଶିପ୍‌ରେ ସେମାନଙ୍କ ପ୍ରଦର୍ଶନକୁ ନେଇ ଆମର ଉତ୍କଣ୍ଠା ରହିବ। ଆଇଟିଟିଏଫ୍‌ର ନିର୍ଦ୍ଦେଶକ ତଥା ଟିଟିଏଫ୍‌ଆଇର ପରାମର୍ଶଦାତା ଧନରାଜ ଚୌଧାରୀ କହିଥିଲେ ଓଡ଼ିଶା ଇତିମଧ୍ୟରେ ଅନେକ ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହିତ ଆୟୋଜନ କରି ବିଶ୍ୱ କ୍ରୀଡ଼ାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୬ ଦିନିଆ ପ୍ରତିଯୋଗିତାର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଅଂଶଗ୍ରହଣକାରୀ ଏବଂ ଦର୍ଶକମାନେ ସକାରାତ୍ମକ ଅଭିଜ୍ଞତା ନେଇ ଫେରିବେ ବୋଲି ଆମର ଦୃଢ ବିଶ୍ୱାସ। ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ ସଭାପତି ଗୁପ୍ତା କହିଛନ୍ତି, ଦେଶର ର଼୍ୟାଙ୍କିଙ୍ଗ ତାଲିକାରେ ଓଡ଼ିଶା ଟେବୁଲ ଟେନିସ୍‌ ଦଳ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଏକ ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଥିବାରୁ ଏହା ଆମ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ ଅନ୍ତର୍ଗତ ୧୪ଟି ଦେଶର ଦଳ ଭାଗ ନେବେ। ଭାଗ ନେଉଥିବା ଦେଶଗୁଡ଼ିକ ହେଲେ ଭାରତ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲାଣ୍ଡ, ଓ୍ବେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଓ ପାକିସ୍ତାନ। ଏହି ଚାମ୍ପିୟନଶିପ୍‌ରେ ପୁରୁଷ ଟିମ୍‌ ଓ ମହିଳା ଟିମ୍‌ ଇଭେଣ୍ଟ, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ଇଭେଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri