କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସର ତଦନ୍ତ, ସନ୍ଦେହ ଘେରରେ ଘର ବାହାରେ ଥିବା ଜୋତା

କଟକ ଅଫିସ,୧୩।୧୨: କଟକ ନୂଆବଜାର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ କରିଛି। ଘରେ ପଡ଼ିଥିବା ରକ୍ତଛିଟାରୁ ରକ୍ତନମୂନା ସଂଗ୍ରହ କରାଯିବା ସହ ଦମ୍ପତି ବ୍ୟବହାର କରୁଥିବା ଫୋନକୁ ପୋଲିସ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ କେହି ପରିଚିତ ଲୋକ ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ନୂଆବଜାର ବେଲେଶ୍ୱର ଶିବ ମନ୍ଦିରଠାରୁ ୨ଶହ ମିଟର ଦୂରରେ ରହିଛି ମୃତ ଦମ୍ପତି ଶ୍ରୀନାଥ(୭୦) ଓ ବିଦୁଲତା ସାମଲ(୬୫)ଙ୍କ ଘର। ଶ୍ରୀନାଥ ଜଣେ ଏଫ୍‌ସିଆଇର ଅବସରପ୍ରାପ୍ତ କର୍ମଚାରୀ। ସେମାନଙ୍କର ୪ଜଣ ଝିଅ ଓ ଗୋଟିଏ ପୁଅ। ବିବାହ ପରେ ଝିଅମାନେ ବାହାରେ ରହୁଥିବା ବେଳେ ପୁଅ ଚେନ୍ନାଇରେ ରୁହନ୍ତି। ଏଣୁ ଉକ୍ତ ଘରେ ଦମ୍ପତି ଏକା ରହୁଥିବା ବେଳେ ଘରର ଆଉ ଏକ ଘର ଭଡ଼ାରେ ଲାଗିଥିଲା। ହେଲେ କିଛିଦିନ ପୂର୍ବରୁ ଭଡ଼ାଟିଆ ଛାଡ଼ିଦେଇଥିଲେ। ଏପରିସ୍ଥଳେ କିଏ ଏବଂ କାହିଁକି ଦମ୍ପତିଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଘର ବାହାରେ ଦୁଇ ହଳ(ଗୋଟିଏ ମହିଳା ଓ ଗୋଟିଏ ପୁରୁଷ) ଜୋତା ପଡ଼ିଥିବା ଦେଖାଯାଇଛି। ଏହା ଦମ୍ପତିଙ୍କର ହୋଇ ନ ଥିବାରୁ ହତ୍ୟାକାରୀଙ୍କ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଦୁଇଜଣ ଝିଅ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ପ୍ରାଥମିକକ ଭାବେ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଥିଲା। ହେଲେ ଝିଅମାନେ ବିଦୁଲତା ପାଖରେ ବେଶି ସୁନା ରଖୁ ନ ଥିବା କହିଛନ୍ତି। ଉଭୟଙ୍କ ଅଧିକ ଟଙ୍କା ମଧ୍ୟ ନ ଥିଲା। ଏପରିକି ବୃଦ୍ଧାଙ୍କ ବେକରେ ଚେନ୍‌ ଥିବାରୁ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇ ନ ଥାଇପାରେ କୁହାଯାଉଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ମଧୁପାଟଣା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବନ୍ଦ କୋଠରୀରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରିଥିଲା। ରାତି ଅଧିକ ହୋଇଥିବାରୁ ମୃତଦେହ ପଡ଼ିଥିବା କୋଠରୀକୁ ଲକ୍‌ କରାଯାଇଥିଲା। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ଉକ୍ତ ଘରକୁ ଖୋଲାଯାଇ ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବ୍ୟବସାୟୀ ଫେରାଇଲେ ମନିପର୍ସ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ତ୍ରିଶୁଳିଆ ବଜାର ଛକରୁ ମଙ୍ଗଳବାର ବିଳମ୍ବିତ ରାତିରେ ପାଇଥିବା ଏକ ମନିପର୍ସକୁ ଫେରାଇଲେ ଜଣେ ପରିବା ବ୍ୟବସୟୀ। ରାତି ସାଢେତିନିଟା ସମୟରେ ମଧୁପୁର ପଞ୍ଚାୟତର...

ଆସନ୍ତା ସପ୍ତାହରୁ ଆଇଏଲ୍‌ଏସ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ରେ କରୋନା ଟେଷ୍ଟ କରାଯିବ। ଏନେଇ ଅନୁମତି ମିଳିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ସୂଚନା...

୨୯ରେ ଲଘୁଚାପ:୩୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ଆସନ୍ତା ୨୯ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳରୁ ଅତି...

ବାଢ଼ୁନ୍‌ ବେପାର ଦେଉଛେ ଦାନା: ଭତା, ଆବାସ ଯୋଜନାରୁ ବଁଚିତ୍‌ ପରିବାର

ଅତାବିରା, ୧୮।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ସରକାରୀ...

୨୧ରୁ ତୋଷାଳି ମେଳା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତା ୨୧ ତାରିଖରୁ ଫେବୃୟାରୀ ୪...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

ମେ ୧୮ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ମେ ୧୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା, ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା। ଏଥିଲାଗି ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ...

Advertisement


Archives

Model This Week