Posted inଖେଳ

କଟକରେ ଓଡ଼ିଶା ଏଫ୍‌ସିର ଚୟନ ଶିବିର

କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ କମ୍‌ ବୟସ ବର୍ଗର ୩୦୦ ବାଳକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୧୦୦ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟକୁ ବଛାଯିବେ। ପୂର୍ବରୁ ଭୁବନେଶ୍ୱରରେ ଓଡ଼ିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଉଭୟ ଶିବିରକୁ ଆଧାର କରି ଜୁନିୟର ଓଡ଼ିଶା ଏଫ୍‌ସି ଦଳ ଖୁବଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଏହି ଦଳ ଆସନ୍ତା ସଂସ୍କରଣର ବିଭିନ୍ନ ଟୁର୍ନାମେଣ୍ଟରେ ଭାଗ ନେବ। ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌ ଥାଙ୍ଗବୋଇ ସିଙ୍ଗଟୋ ଶିବିରରେ ଉପସ୍ଥିତ ରହି କହିଥିଲେ ଯେ, ତୃଣମୂଳସ୍ତରରୁ ଖେଳାଳି ବାଛିବା ଆମ କ୍ଲବର ଲକ୍ଷ୍ୟ। ଜୁନିୟର ବର୍ଗରୁ ପ୍ରତିଭାବାନ ଖେଳାଳି ବାଛିବା ଆରମ୍ଭ କରିଛୁ। ରାଜ୍ୟ ସରକାରଙ୍କ ସହଯୋଗ ଜାରି ରହିଛି। କଟକରେ ଏହା ପ୍ରଥମ ପର୍ଯ୍ୟାୟ ଚୟନ ଶିବିର। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ ବୋଲି ସିଙ୍ଗଟୋ କହିଛନ୍ତି। ଓଡ଼ିଶା ଏଫ୍‌ସିର ମୁଖ୍ୟ ଫୁଟବଲ ଉନ୍ନୟନ ଅଧିକାରୀ ଆକାଶ ନାରୁଲା କହିଥିଲେ ଯେ, ଜୁନିୟର ଓ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଓଡ଼ିଶା ଏଫ୍‌ସିର ମୂଳ ଲକ୍ଷ୍ୟ। ଏହି ଖେଳାଳିମାନେ ଉଚ୍ଚମାନର ପ୍ରଶିକ୍ଷଣ ହାସଲ କରି ଆଗାମୀ ଦିନରେ ଜାତୀୟ ତଥା ବିଭିନ୍ନ ନାମିଦାମୀ କ୍ଲବରେ କିପରି ଦେଖିବାକୁ ମିଳିବେ ସେଥିନିମନ୍ତେ ପ୍ରଚେଷ୍ଟା କରାଯିବ। ଏହି ଅବସରରେ ଗ୍ରାସରୁଟ କୋଚ୍‌ ସୌରଭ ଭିରଡ଼ି, ସେଖ୍‌ ସହନୱାଜ ଆଲାମ, ଐଶ୍ୱର୍ୟନ ପିଲାଇ, ସହକାରୀ ଗ୍ରାସରୁଟ ମ୍ୟାନେଜର ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଉଦ୍‌ଘାଟିତ

ଅହମଦାବାଦ,୨୫।୨(ପି.ଟି.): ମୋଟେରା ଷ୍ଟାଡିୟମ୍‌ର ନୂଆ ନାମକରଣ ହୋଇଛି। ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ରୂପେ ପରିଚିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱର ଏହି...

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ...

ମୁମ୍ବାଇ ଇଣ୍ଡିଆନ୍ସରେ ୨ ଭାରତୀୟ ଅଧିନାୟକ

ମୁମ୍ବାଇ,୧୪।୨: ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ନିଲାମରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ କିଣିଛି। ସେ ହରମନପ୍ରୀତଙ୍କୁ...

ଶରଥ କମଲ ଖେଳରନତ୍, ଦୀପଗ୍ରେସ୍‌ଙ୍କୁ ଅର୍ଜୁନ

ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ...

କର୍କଟ ରୋଗରୁ ମୁକ୍ତି ପାଇଲେ ଭିଆଲି

ଲଣ୍ଡନ, ୧୫ା୪ (ଏଏଫ୍‌ପି)-ଇଟାଲୀ ଓ ଜୁଭେଣ୍ଟସ୍‌ ଟିମ୍‌ର ପୂର୍ବତନ ଫରଓ୍ବାର୍ଡ ଜିଆନଲୁକା ଭିଆଲି ଦ୍ୱିତୀୟ ଥର କର୍କଟ ରୋଗରୁ ମୁକ୍ତି ପାଇଛନ୍ତି। ୫୫ ବର୍ଷୀୟ ଭିଆଲି...

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

ଆଇପିଏଲ୍‌ରେ ମାଲାମାଲ୍‌ ହେଲେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ

କୋଲକତା,୧୪।୧: ଆଇପିଏଲ୍‌ ୨୦୨୨ ନିଲାମରେ ଜଣେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ ମାଲାମାଲ ହୋଇଛନ୍ତି। ତାଙ୍କ ନାଁ ହେଉଛି ତିଲକ ବର୍ମା। ୧୯ ବର୍ଷୀୟ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ...

ଦ୍ୱିତୀୟ ଦିନିକିଆ ଖେଳିବା ନେଇ ସନ୍ଦେହ, ସୁଯୋଗ ମିଳିଲେ ବାହାରିବେ…

ଲଣ୍ଡନ,୧୪।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଗୁରୁବାର ଲଡର୍‌ସ ମଇଦାନରେ ଖେଳାଯିବ। ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆହତ...

Advertisement
Archives

Model This Week