କଟକଣା ମାନିଲେନି, ୩ ବ୍ୟବସାୟୀ ଅଟକ

ଅନୁଗୋଳ ଅଫିସ୍‌, ୨୨।୩ – କରୋନା ସଂକ୍ରମଣକୁ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ, କଲେଜ, ଶପିଂମଲ୍‌, ଫିଲ୍ମ ହଲ୍‌, ଧର୍ମାନୁଷ୍ଠାନ ଆଦି ଜିଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବାକୁ କୁହାଯାଇଛି। କିନ୍ତୁ ଏହି କଟକଣା ସତ୍ତ୍ୱେ ସହରରେ କେତେକ ଦୋକାନ ଖୋଲାଯାଇଥିବା ବେଳେ ଏକ ମନ୍ଦିରରେ ଅନ୍ନପ୍ରସାଦ ଜଣେ ବ୍ୟବସାୟୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିଲା। ହେଲେ କଟକଣା ମାନିବାକୁ ପ୍ରତିଶ୍ରୁତି ଦେବା ପରେ ୨ଜଣଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଶନିବାର ଅନୁଗୋଳ ସହରରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ଉପଜିଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ, ତହସିଲଦାର ନେହେରୁ ମାଝି, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ସହର ପରିକ୍ରମା କରିଥିଲେ। ଏହି ସମୟରେ ପ୍ରଶାସନର ଆଡଭାଇଜରି ଅମାନ୍ୟ କରି ଗୋଟିଏ ମଲ୍‌, ଗୋଟିଏ ସୁନା ଦୋକାନ ଓ ଏକ ମନ୍ଦିରରେ ଅନ୍ନପ୍ରସାଦ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଅନୁଗୋଳ ପୋଲିସ ସମ୍ପୃକ୍ତ ୩ ବ୍ୟବସାୟୀଙ୍କୁ ଥାନାକୁ ଉଠାଇଆଣି ପଚରାଉଚରା କରିଥିଲା। ସେପଟେ ରବିବାର ଜନତା କର୍ଫ୍ୟୁ ପାଇଁ ରବିବାର ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଜିଲା ବସ୍‌ ମାଲିକ ସଂଘ ସଭାପତି ମାନସ ରଞ୍ଜନ ସାମଲ ସୂଚନା ଦେଇଛନ୍ତି। ସୋମବାର ବୈଠକ ପରେ ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ

ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ।...

ଏତଲା ରଖି ପୋଲିସ ଚୁପ୍‌

ଝୁମ୍ପୁରା,୯।୨(ଡି.ଏନ.ଏ.) କେନ୍ଦୁଝର ଜିଲା ଝୁମ୍ପୁରା ଓ ବାମେବାରୀ ଥାନା ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇ...

ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ...

ମଧ୍ୟସ୍ଥ ଗିରଫ, ୧୦୦ ଗ୍ରାମ ସୁନା ଜବତ

ରାୟଗଡ଼ା ଅଫିସ,୯ା୧: ବିବାହ ପ୍ରସ୍ତାବ ବେଳେ ପୁଅଘର ଦେଇଥିବା ସୁନା ବିସ୍କୁଟକୁ ଫେରାଉ ନ ଥିଲେ ମଧ୍ୟସ୍ଥ। ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି ମଧ୍ୟସ୍ଥଙ୍କୁ...

ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ

ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ...

ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର/ପୁରୀ ଅଫିସ ୧୪।୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସହ ଉତ୍ତରାୟଣ ଗତି ଆରମ୍ଭ ହୁଏ।...

‘ସରଳ ଜୀବନଯାପନ ମହିମା ଧର୍ମର ଆଦର୍ଶ’

ଅନୁଗୋଳ ଅଫିସ/ଢେଙ୍କାନାଳ ଅଫିସ, ୬।୨:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି ଏବଂ ଅନୁଗୋଳ ଅଙ୍ଗାରବନ୍ଧସ୍ଥିତ ମହିମା ପୀଠ ପରିଦର୍ଶନ କରି ସାଧୁସନ୍ଥଙ୍କ...

Advertisement
Archives

Model This Week