ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର କୁଇଣ୍ଟାଲ ଧାନ ଉପତ୍ାଦନ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଅମଳ ସମୟରେ ପ୍ରତିଦିନ ବର୍ଷା ଏଥିରେ ବାଧା ସୃଷ୍ଟି କରୁଛି। ପ୍ରତିକୂଳ ପରିସ୍ଥିତିରେ ଉପତ୍ାଦନ କରୁଥିବା ଧାନକୁ ବିକ୍ରି କରି ଚାଷୀ ତା’ର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ବାଲିଆପାଳ ବ୍ଲକରେ ଗୋଟିଏ ହେଲେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଏହି ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସୁଯୋଗ ନେଇ ରାଜ୍ୟ ବାହାରୁ ବେପାରୀମାନେ ଡେରା ପକାଇ ସ୍ଥାନୀୟ ଦଲାଲଙ୍କ ମାଧ୍ୟମରେ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାରରୁ ୧୧ଶହ ଟଙ୍କା ମଧ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ କିଣି ନେଇଯାଉଛନ୍ତି। ସରକାରୀ କଟକଣା ନ ଥିବାରୁ ବିନା ପରମିଟ୍ରେ ଏଭଳି କାରବାର ଚାଲିଛି।
ଚାଷୀମାନେ ଧାରକରଜ, ସୋସାଇଟି ଋଣ ପରିଶୋଧ ଓ ନିଜର ଖର୍ଚ୍ଚ ମେଣ୍ଟାଇବା ପାଇଁ କମ୍ ଦାମରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବାଲିଆପାଳ ବ୍ଲକର ଦେଉଳା, ବଳରାମପୁର , ବାଲିକୋଟ, ଦେଭୋଗ, ଶ୍ରୀରାମପୁର, ବଣିଆଡିହା ଓ ବୋଳଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ୧୪ଚକିଆ ବିଭିନ୍ନ ରାଜ୍ୟ ନମ୍ବର ଥିବା ଟ୍ରକ୍ ସବୁ ଧାନ କିଣୁଥିବା ଦେଖିବାକୁ ମିଳୁଛି। ଏସବୁ ଧାନ ଏଠାରୁ ସିଧାସଳଖ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡଖଣ୍ଡ ଆଦି ରାଜ୍ୟକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଧାନ ବିକ୍ରି କରୁଥିବା ଚାଷୀମାନଙ୍କୁ ପଚରାଯିବାରୁ ସେମାନେ କହିଛନ୍ତି ଯେ, ଏକ କୁଇଣ୍ଟାଲ ଧାନ ଅମଳ କରିବା ପାଇଁ ପାଖାପାଖି ୧୫୦୦ରୁ ୧୭୦୦ଟଙ୍କା ଖର୍ଚ୍ଚ ହେଉଛି। ଚଳିତବର୍ଷ ଘୂର୍ଣ୍ଣିଝଡ଼ ଓ ବାରମ୍ବାର କାଳବୈଶାଖୀ ଯୋଗୁ ଚାଷରେ କ୍ଷତି ହେବା ସହିତ ଅମଳ ମଧ୍ୟ ଆଶାତୀତ ଭାବରେ ହ୍ରାସ ପାଇଛି ା କିନ୍ତୁ ସରକାର ଘୋଷଣା କରିଥିବା ଧାନର ସହାୟକ ମୂଲ୍ୟ ୧୭୫୦ଟଙ୍କା ପାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ କମ୍ ଦାମ୍ରେ ଧାନ ବିକ୍ରି କରି କ୍ଷତି ସହୁଛୁ। ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ କିପରି ଉପଯୁକ୍ତ ମୂଲ୍ୟ ମିଳିପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏହାବ୍ୟତୀତ ଯେଉଁ ବାହାର ରାଜ୍ୟର ବେପାରୀମାନେ ଧାନ କିଣୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବା ପାଇଁ ବାଧ୍ୟ କରାଯିବା ଓ ସରକାରଙ୍କ ପକ୍ଷରୁ ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ଦୀପକ କୁମାର ମାଝି କହିଛନ୍ତି ଯେ, ମଣ୍ଡି ଖୋଲିବା ନେଇ ଆମ ପାଖକୁ କିଛି ନିର୍ଦ୍ଦେଶ ଆସିନାହିଁ। ଚିଠି ଆସିବା ପରେ ଯାହା ପଦକ୍ଷେପ ନିଆଯିବ।
ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର
ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…
ଟ୍ରେନ ଉପରେ ପଡ଼ିଲା କ୍ରେନ୍
ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍ ଲୋଡିଂ ବେଳେ କ୍ରେନ୍ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…
ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ
ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…
ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ
ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…
ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…
ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…
ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ
ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…
କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…
ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ
ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…
Archives

