କଟକଣା କୋହଳ ପରେ ଭିଡ଼ ଅସମ୍ଭାଳ: ଛାଇରେ ବସି ରହୁଛି ପୋଲିସ

ଝାରସୁଗୁଡା ଅଫିସ,୮।୫-କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟ ଦୁଇଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି ଜିଲାକୁ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଛି। ତେବେ ଇତି ମଧ୍ୟରେ କୋହଳ କଟକଣା ପାଇଁ ବହୁ ଦୋକାନ ବଜାର ଖୋଲିଛି। ସକାଳୁ ସନ୍ଧ୍ୟା ରାସ୍ତାରେ ଗାଡ଼ିମୋଟର ଗଡ଼ୁଛି। ଲୋକେ ବି ବାହାରେ ବୁଲୁଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ ଝାରସୁଗୁଡା ସହରର କିଷାନ ଛକ, ବସ୍‌ଷ୍ଟାଣ୍ଡ ଛକ, ରେଳ ଷ୍ଟେଶନ ଛକ ଓ ଥାନା ଛକରେ ମାଳ ମାଳ ପୋଲିସ କର୍ମଚାରୀ ଉପସ୍ଥିତ ରହୁଥିଲେ। ସହରରେ ବିନା କାରଣରେ ଯିବା ଆସିବା କରୁଥିବା ଗାଡ଼ିମୋଟର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ହେଲେ ଏବେ କଟକଣା କୋହଳ ହେବା ପରଠାରୁ ପୋଲିସ ଛକରେ ଛାଇରେ ବସି ରହୁଛି। ଗାଡ଼ିମୋଟର ଯାଞ୍ଚ କରାଯାଉ ନାହିଁ। ଏବେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କୌଣସି ଲୋକ ବାହାରକୁ ନ ବାହାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ଏଠାରେ ରାତି ୧୧ଟା ପର୍ଯ୍ୟନ୍ତ ଲୋକେ ବାହାରେ ବୁଲୁଛନ୍ତି। ତେବେ ଏ ସମ୍ପର୍କରେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ କହିଛନ୍ତି ଯେ, ସବୁ ଛକରେ ପୋଲିସ ଯାଞ୍ଚ କରୁଛି। ଗୁରୁବାର ୬୫ଟି ଗାଡି ଜବତ କରାଯାଇଛି। ଶୁକ୍ରବାର ମଧ୍ୟ ପୋଲିସ ଯାଞ୍ଚ ପ୍ରକ୍ରିୟା ଚାଲୁ ରଖିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରୋଷେୟା ମୃତ୍ୟୁର ତଦନ୍ତକୁ ଡରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ’

ଝାରସୁଗୁଡ଼ା ଅଫିସ୍‌,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପର୍ଦ୍ଦାଫାଶ କରିବା ପାଇଁ ଜିଲା ଭାଜପା ପ୍ରଥମରୁ ଦାବି କରିଆସୁଛି। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ...

ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ

ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି...

ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ...

ଗ୍ୟାରେଜରୁ ଚୋରି କରି ବନ୍ଧା ହେଲେ

ଝାରସୁଗୁଡ଼ା ଅଫିସ,୧୫।୭: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଧୀନ ଯୋବ ଛକର ଏକ ଗ୍ୟାରେଜରୁ ଚୋରି ଅଭିଯୋଗରେ ଗଙ୍ଗାନଗର ଅଞ୍ଚଳର ମହମ୍ମଦ ସକିଲ (୨୨)ଙ୍କୁ ପୋଲିସ...

ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ...

୨୧ ହଜାର ଟଙ୍କା ସହ ଧରାପଡ଼ିଲେ

ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ...

୧୯ ରାଉଣ୍ଡ: ୬୨ ହଜାର ଭୋଟରେ ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତିର ୧୯ରାଉଣ୍ଡ ଫଳାଫଳ ଆସିଯାଇଛି। ଭାଜପା ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ମାଡ଼ି ଚାଲିଛି। ୧୯...

୩୯ ପୋଲିସ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ...

Advertisement
Archives

Model This Week