Posted inଜାତୀୟ

କଚୋଡି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବର୍ଷକୁ ଆୟ ୬୦ ଲକ୍ଷ

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶର ଅଲିଗଡ଼ ସହରର ସୀମା ଟକିଜ୍‌ ନିକଟରେ ଥିବା ଏକ ଜଳଖିଆ ଦୋକାନୀଙ୍କ ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା। ଗତ ୧୦ ବର୍ଷରୁ ଦୋକାନୀ ମୁକେଶ କଚୋଡି ଓ ସିଙ୍ଗଡା ବିକ୍ରି କରିଆସୁଛନ୍ତି। ଏଥିରେ ତାଙ୍କର ବର୍ଷକୁ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆୟ ହେଉଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଜୁନ ୨୧ରେ ଷ୍ଟେଟ ଇଣ୍ଟଲିଜେନ୍ସ ବ୍ୟୁରୋ (ଏସ୍‌ଆଇବି) ଓ ସେଲ୍ସ ଟ୍ୟାକ୍ସ ଡିପାର୍ଟମେଣ୍ଟ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ତାକୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହି ଚଢ଼ାଉ ସମୟରେ ମୁକେଶ ଏସ୍‌ଆଇବି ଅଧିକାରୀଙ୍କୁ ନିଜ ଗ୍ରାହକ ଓ ଦୋକାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବା ସହ ନିଜ ଆୟ ନେଇ ସ୍ବୀକାର ମଧ୍ୟ କରିଥିଲେ। ତେବେ ଜଣେ ବ୍ୟକ୍ତିିଙ୍କ ଆୟ ବର୍ଷକୁ ୪୦ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଜିଏସ୍‌ଟିରେ ପଞ୍ଜୀକୃତ କରିବା ବାଧ୍ୟତାମଳକ। ହେଲେ ମୁକେଶଙ୍କ ଆୟ ବର୍ଷକୁ ୬୦ଲକ୍ଷ ହୋଇଥିବା ବେଳେ ବହୁ ଶୀଘ୍ର ତାଙ୍କର ଆୟ ୧କୋଟି ପହଞ୍ଚିବାର ସମ୍ଭାବନା ରହିଛି। କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଜିଏସ୍‌ଟି ପଞ୍ଜୀକୃତ କରିନାହାନ୍ତି। ଫଳରେ ଏସ୍‌ଆଇବି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଏକ ସପ୍ତାହ ଧରି ଜାରି ରହିବ। ଅପରପକ୍ଷରେ ଦୋକାନୀ ମୁକେଶଙ୍କୁ ନୋଟିସ ଜାରି କରାଯିବା ସହ ମାମଲା ତଦନ୍ତ ଜାରି ରହିଛି ବୋଲି ଏସ୍‌ଆଇବିର ଡେପୁଟି କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ରାଜନାଥ ସିଂହ

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କୁ ନେଇ ସେ ନିଜର ବୟାନ...

ସତରେ କ’ଣ ବାହା ହେବେନି ସିଦ୍ଧୁଙ୍କ ଝିଅ

ଚଣ୍ଡିଗଡ,୧୧।୩: ଚଳିତ ପଞ୍ଜାବ ବିଧାନସଭା ନିର୍ବଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା...

କମଲନାଥଙ୍କୁ ଆଶ୍ୱସ୍ତି: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ରାୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ ।୧୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଷ୍ଟାର ପ୍ରଚାରକ ମାନ୍ୟତା ରଦ୍ଦ ପାଇଁ ନିର୍ବାଚନ...

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଓକିଲଙ୍କ ସହ ଫଟୋ ଉଠାଇଲେ

ମୁମ୍ବାଇ, ୨୮।୧୦ : କ୍ରୁଜ ଯାହଜରେ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ଜାମିନ ମିଳିବା ନେଇ ସ୍ପଷ୍ଟ ହୋଇଛି। ପୁଅକୁ ଜାମିନ...

ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୯ା୫: ଦିଲ୍ଲୀ ଊପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜାଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡ଼ିଥିବା ବିଷୟ ରାଷ୍ଟ୍ରପତି...

୧୫ ହଜାର ଫୁଟ ଉପରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ…

ଲଦାଖ, ୨୬।୧ : ସାରା ଦେଶରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ...

ପ୍ରଶାସନିକ ଅଧିକାରୀଙ୍କୁ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ

ଝାନ୍ସି,୮।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ...

ଆଡଭାନୀଙ୍କୁ ଭେଟିଲେ ଶାହା: ୩୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୨।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ରାମ...

Advertisement
Archives

Model This Week