Posted inଜାତୀୟ

କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତଭେଦ ହେବା ପରେ ବି ତାଙ୍କୁ ନିର୍ବାଚନ ପ୍ରଚାରରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ଦେଇଛି। ସେହିପରି ଏହି ଷ୍ଟାର ପ୍ରଚାରକଙ୍କ ତାଲିକାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ରହିଛନ୍ତି। ଏତଦ୍‌ବତୀତ ଭାଜପାର ହାତ ଛାଡି କଂଗ୍ରେସରେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନା, ଉଦିତ ରାଜ ଏବଂ କୀର୍ତ୍ତି ଆଜାଦଙ୍କ ନାଁ ମଧ୍ୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ସେହିଭଳି ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଶର୍ମିଷ୍ଠା ମୁଖାର୍ଜୀ, ରାଗିନୀ ନାୟକ, କପିଲ ସିବଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରୀଶ ରାୱତଙ୍କ ଭଳି ନେତା ନିର୍ବାଚନୀ ପ୍ରଚାର କରି ଦିଲ୍ଲୀବାସୀଙ୍କୁ କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri