Posted inଜାତୀୟ

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ଶାହ ମାନିକା ଓ ଲୋହାରଡ଼ାଗା ସଭାରେ କହିଛନ୍ତି, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେଉ ବୋଲି ସମସ୍ତେ ଚାହୁଁଥିବାବେଳେ କଂଗ୍ରେସ ଏହି ମାମଲାକୁ ଅଟକାଇ ଦେଇଥିଲା। କଂଗ୍ରେସ ଯୋଗୁ ବହୁ ବର୍ଷ ଧରି ଅଯୋଧ୍ୟା ରାୟ ଆସି ନ ଥିଲା। ସାମ୍ବିଧାନିକ ଢାଞ୍ଚା ଅନୁସାରେ ଆମେ ଏହାର ସମାଧାନ ଚାହୁଁଥିଲୁ। ଏବେ ଭଗବାନ ରାମଙ୍କ ଆଶୀର୍ବାଦରେ ସୁପ୍ରିମକୋର୍ଟ ଭବ୍ୟ ରାମମନ୍ଦିର ନିର୍ମାଣ ରାସ୍ତା ପରିଷ୍କାର କରିଥିବା ଶାହ କହିଛନ୍ତି। ସେହିପରି କଶ୍ମୀର ପ୍ରସଙ୍ଗର ସମାଧାନରେ ବିଳମ୍ବ ପାଇଁ ମଧ୍ୟ ସେ କଂଗ୍ରେସକୁ ଦାୟୀ କରିଛନ୍ତି। କଂଗ୍ରେସ ଦଳ ଭୋଟବ୍ୟାଙ୍କ୍‌ ଲୋଭରେ କଶ୍ମୀର ପ୍ରସଙ୍ଗକୁ ଦୀର୍ଘ ୭୦ ବର୍ଷ ଧରି ଝୁଲାଇ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ର କଳଙ୍କକୁ ଭାରତ ମାତାଙ୍କ ମୁକୁଟମଣିରୁ ହଟାଇଦେଇ କଶ୍ମୀରରେ ବିକାଶର ପଥ ଉନ୍ମୁକ୍ତ କରିଛନ୍ତି ବୋଲି ଶାହ କହିଛନ୍ତି। କଂଗ୍ରେସ-ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମେଣ୍ଟ ଭ୍ରଷ୍ଟାଚାରରେ ଲିପ୍ତ ରହି ଆଦିବାସୀ ଓ ଗରିବଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ ସମାଲୋଚନା କରିବା ସହ ରଘୁବର ଦାସ ସରକାରଙ୍କୁ ପୁନର୍ବାର କ୍ଷମତାସୀନ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୨ ଜୈଶ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ବଘାମା ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ...

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ...

୩୦ରୁ ୩୫ ଟଙ୍କା କମ୍‌ ଦରରେ ମିଳିପାରିବ ପେଟ୍ରୋଲ

ନୂଆଦିଲ୍ଲୀ,୨୦।୯: ପେଟ୍ରୋଲ ଏବଂ ଡିଜେଲ ସାମଗ୍ରୀ ଓ ସେବା ଟିକସ୍‌(ଜିଏସ୍‌ଟି) ପରିସରଭୁକ୍ତ ହେଲେ ତେଲ ଦର ୩୦ରୁ ୩୫ ଟଙ୍କା ହ୍ରାସ ହେବ ବୋଲି ଭାଜପା...

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ମମତାଙ୍କୁ କରାଯିବନି ଆକ୍ଷେପ

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସ୍ଥିତିି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼...

କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ

ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨.୧୬ ଲକ୍ଷରୁ ଅଧିକ ସଂକ୍ରମିତ,୧୧୮୩ ମୃତ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଲକ୍ଷେ ଏବଂ ୨ ଲକ୍ଷରୁ...

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮...

Advertisement
Archives

Model This Week