ଔଷଧ ବିତରକଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ହସ୍ପିଟାଲଗୁଡିକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଔଷଧ ଯୋଗାଇଲେ ବିତରକ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ସରକାର ଘୋଷଣା କରିଥିବା ବୁଧବାର କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି, ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ଦିଆଯିବ। ସେହିପରି ୧୫ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ଉପକରଣ ବାବଦରେ ସମସ୍ତ ପରିବହନ ଖର୍ଚ୍ଚ ଓ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। କରୋନା ମୁକାବିଲା ପାଇଁ ବିଭିନ୍ନ ମେଡିକାଲରେ ଔଷଧ ମହଜୁଦ ଉପରେ ଗୁରୁତ୍ୱ ଦିଆଯାଉଛି। ଡାକ୍ତରମାନେ ଅହରହ ମେଡିକାଲରେ ସେବା ଯୋଗାଇ ଆସୁଛନ୍ତି। ଆଉ ଏଭଳି ସ୍ଥିତିରେ ମେଡିକାଲରେ ଔଷଧ ଯୋଗାଣ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବିତରକମାନଙ୍କୁ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବାଗ୍‌ଚୀ କହିଛନ୍ତି। ଓଡ଼ିଶାର ଶିଳ୍ପୋଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ ଉପକରଣ ଯଥା ପୋର୍ଟେବୁଲ୍‌ ଭେଣ୍ଟିଲେଟର, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ଫାର୍ମର୍ସ ଫଟିଲାଇଜର କୋପରେଟିଭ୍‌ (ଇଫ୍‌କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକ ମେଡିକାଲ ଉପକରଣ ଯୋଗାଇଛନ୍ତି ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଜିଟିଭ ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ-ଗମ୍ଭୀର

ଚଣ୍ଡିଗଡ଼,୬।୧୧:କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅନ୍ୟପଟେ ଦିଲ୍ଲୀର ଭାଜପା...

ସଂକ୍ରମଣ ହେଲେ ବଞ୍ଚାଇବା କଷ୍ଟକର, କରୋନା କାଳରେ ବୟସ୍କଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କରୋନା ସଂକ୍ରମଣ ତାଲିକାରେ ଭାରତ ୪ର୍ଥ ସଂକ୍ରମିତ ରାଷ୍ଟ୍ର ପାଲଟିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରତ ୩ୟ...

ମୂର୍ତ୍ତି ଚୋରି ରାକେଟ ସକ୍ରିୟ, ଅଚିନ୍ତାରେ ପୋଲିସ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ଓଡ଼ିଶାର ବିଭିନ୍ନ ପୁରାତନ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି। ଲୋକମାନେ ତାଙ୍କ ଆରାଧ୍ୟ ଦେବଦେବୀଙ୍କୁ ପୂଜା କରୁଥିବା ବେଳେ...

ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର...

ଖୁବଶୀଘ୍ର ରାଜ୍ୟରୁ ହଟିବ ବିପଦ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୫।୨(ବ୍ୟୁରୋ) : କୋଭିଡ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ହସ୍ପିଟାଲ ରେଟ ଦେଖିଲେ ଆମେ ଭଲ ସ୍ଥିତିରେ ରହିଛେ।...

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ...

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌...

ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ୍‌

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ପରେ ଏବେ ଡରାଇଲାଣି ‘ମ୍ୟୁକୋରମାଇକୋସିସ୍‌’(ବ୍ଲାକ୍‌ ଫଙ୍ଗସ୍‌)। ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ଏହି ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ...

Advertisement
Archives

Model This Week