ଔଷଧ ପ୍ରସ୍ତୁତିରେ ବିତୁଛି ବେଳ

କେନ୍ଦୁଝର, ୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ସଦର ବ୍ଲକ ଅଧୀନ ବେଲପଶି ଗ୍ରାମର କବିରାଜ ହରେକୃଷ୍ଣ ମହାନ୍ତ ବେଶ ଜଣାଶୁଣା। ତାଙ୍କ ଜଡିବୁଟି ଔଷଧରେ ଅନେକ ରୋଗ ଭଲ ହେଉଥିବାରୁ ତାଙ୍କ ପାଖକୁ ଲୋକ ଛୁଟି ଆସିଥାନ୍ତି। ଏବେ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷାଣ ପରେ ସଙ୍ଗରୋଧ ଓ ସାମାଜିକ ଦୂରତ୍ୱ ରକ୍ଷା କରି ସେ ଏବେ ଘରେ ରହୁଛନ୍ତି। ଏହି ସମୟରେ ସେ ବିଶ୍ରାମ ନେବା ପରିବର୍ତ୍ତେ ଔଷଧ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅନେକ ସମୟରେ ସେ ରୋଗୀଙ୍କୁ ଚିକିତ୍ସା କରିବାରେ ବ୍ୟସ୍ତ ରହୁଥିବାରୁ ଜଡିବୁଟିରୁ ଔଷଧ ପ୍ରସ୍ତୁତ କରିବା ପାଇଁ ସମୟ ପାଉ ନ ଥିଲେ। ଏବେ ସେ ଔଷଧ ପ୍ରସ୍ତୁତିରେ ଲାଗି ପଡିଥିବା କହିଛନ୍ତି। ଆଉ ବେଳ ମିଳିଲେ ନାତିନାତୁଣୀଙ୍କ ସହ ମଜାଗପ କରିବା ସହ ଟିଭିରେ ନ୍ୟୁଜ, ରାମାୟଣ/ମହାଭାରତ ଭଳି ସିରିଏଲ ଦେଖି ଦିନ କାଟୁଥିବା ସେ କହିଛନ୍ତି ା
ବୈଦ, କବିରାଜମାନେ ପାରମ୍ପରିକ ଚିକିତ୍ସା ବଜାୟ ରଖିବା ପାଇଁ ଏକପ୍ରକାର ଆନ୍ଦୋଳନ କରିଆସୁଛନ୍ତି। ସେମାନେ ବହୁ କଷ୍ଟରେ ପ୍ରକୃତିଦତ୍ତ ବୃକ୍ଷଲତାରୁ ଔଷଧ ପ୍ରସ୍ତୁତ କରି ଗାଁ ଗଣ୍ଡା ଓ ସହରରେ ଲୋକଙ୍କ ଚିକିତ୍ସା କରି ଆସ୍ଥାଭାଜନ ହୋଇପାରିଛନ୍ତି। ଅଦ୍ୟାବଧି ସେମାନଙ୍କୁ ସରକାର ମାନ୍ୟତା ଦିଆଯାଉ ନ ଥିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଶ୍ୱାସରୋଗ, ଡାଇବେଟିସ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ଔଷଧ ନିଜେ ପ୍ରସ୍ତୁତ କରୁଥିବା କହିଛନ୍ତି ା ପ୍ରଥମେ ଜଡିବୁଟିକୁ ସଂଗ୍ରହ କରି ରଖାଯାଇଛି ା ଏହାକୁ ଗୁଣ୍ଡକରି ଠିକ ଭାଗମାପ ମିଶାଇ ଔଷଧ (ବଟିକା), ମୋଦକ ଆଦି ପ୍ରସ୍ତୁତ କରି ଖରାରେ ଶୁଖାଯାଉଛି। ଏହା ସମୟସାପେକ୍ଷ। ଏଣୁ ଏବେ ସମୟ ମିଳିଯାଇଥିବାରୁ ଏହି କାମ କରୁଥିବା ବୈଦ୍ୟବିଷାରଦ କହିଛନ୍ତି ା ଜୀବନ ହେଉଛି ମୂଲ୍ୟବାନ ା କରୋନା ପାଇଁ ଲୋକମାନେ ନିଜେ ଯତ୍ନବାନ ହେବା ଉଚିତ ା ଭାରତୀୟ ଲୋକଙ୍କ ସହନଶୀଳତା ଅଧିକ ଓ ଏଠାକାର ଜଳବାୟୁ ଅଲଗା ା ଏଣୁ ଏହା ଅନ୍ୟ ଦେଶ ଭଳି ବ୍ୟାପିବ ନାହିଁ ବୋଲି ମୋର ଆଶା ବୋଲି କୁହନ୍ତି କବିରାଜ ହରେକୃଷ୍ଣ। ତଥାପି ସତର୍କତା ରହିବା ଓ ନିଜର ଓ ପରିବାରର ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ା ଏଣୁ ଘରେ ରୁହନ୍ତୁ ଓ ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?