ଔଷଧ ପ୍ରସ୍ତୁତିରେ ବିତୁଛି ବେଳ

କେନ୍ଦୁଝର, ୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ସଦର ବ୍ଲକ ଅଧୀନ ବେଲପଶି ଗ୍ରାମର କବିରାଜ ହରେକୃଷ୍ଣ ମହାନ୍ତ ବେଶ ଜଣାଶୁଣା। ତାଙ୍କ ଜଡିବୁଟି ଔଷଧରେ ଅନେକ ରୋଗ ଭଲ ହେଉଥିବାରୁ ତାଙ୍କ ପାଖକୁ ଲୋକ ଛୁଟି ଆସିଥାନ୍ତି। ଏବେ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷାଣ ପରେ ସଙ୍ଗରୋଧ ଓ ସାମାଜିକ ଦୂରତ୍ୱ ରକ୍ଷା କରି ସେ ଏବେ ଘରେ ରହୁଛନ୍ତି। ଏହି ସମୟରେ ସେ ବିଶ୍ରାମ ନେବା ପରିବର୍ତ୍ତେ ଔଷଧ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅନେକ ସମୟରେ ସେ ରୋଗୀଙ୍କୁ ଚିକିତ୍ସା କରିବାରେ ବ୍ୟସ୍ତ ରହୁଥିବାରୁ ଜଡିବୁଟିରୁ ଔଷଧ ପ୍ରସ୍ତୁତ କରିବା ପାଇଁ ସମୟ ପାଉ ନ ଥିଲେ। ଏବେ ସେ ଔଷଧ ପ୍ରସ୍ତୁତିରେ ଲାଗି ପଡିଥିବା କହିଛନ୍ତି। ଆଉ ବେଳ ମିଳିଲେ ନାତିନାତୁଣୀଙ୍କ ସହ ମଜାଗପ କରିବା ସହ ଟିଭିରେ ନ୍ୟୁଜ, ରାମାୟଣ/ମହାଭାରତ ଭଳି ସିରିଏଲ ଦେଖି ଦିନ କାଟୁଥିବା ସେ କହିଛନ୍ତି ା
ବୈଦ, କବିରାଜମାନେ ପାରମ୍ପରିକ ଚିକିତ୍ସା ବଜାୟ ରଖିବା ପାଇଁ ଏକପ୍ରକାର ଆନ୍ଦୋଳନ କରିଆସୁଛନ୍ତି। ସେମାନେ ବହୁ କଷ୍ଟରେ ପ୍ରକୃତିଦତ୍ତ ବୃକ୍ଷଲତାରୁ ଔଷଧ ପ୍ରସ୍ତୁତ କରି ଗାଁ ଗଣ୍ଡା ଓ ସହରରେ ଲୋକଙ୍କ ଚିକିତ୍ସା କରି ଆସ୍ଥାଭାଜନ ହୋଇପାରିଛନ୍ତି। ଅଦ୍ୟାବଧି ସେମାନଙ୍କୁ ସରକାର ମାନ୍ୟତା ଦିଆଯାଉ ନ ଥିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଶ୍ୱାସରୋଗ, ଡାଇବେଟିସ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ଔଷଧ ନିଜେ ପ୍ରସ୍ତୁତ କରୁଥିବା କହିଛନ୍ତି ା ପ୍ରଥମେ ଜଡିବୁଟିକୁ ସଂଗ୍ରହ କରି ରଖାଯାଇଛି ା ଏହାକୁ ଗୁଣ୍ଡକରି ଠିକ ଭାଗମାପ ମିଶାଇ ଔଷଧ (ବଟିକା), ମୋଦକ ଆଦି ପ୍ରସ୍ତୁତ କରି ଖରାରେ ଶୁଖାଯାଉଛି। ଏହା ସମୟସାପେକ୍ଷ। ଏଣୁ ଏବେ ସମୟ ମିଳିଯାଇଥିବାରୁ ଏହି କାମ କରୁଥିବା ବୈଦ୍ୟବିଷାରଦ କହିଛନ୍ତି ା ଜୀବନ ହେଉଛି ମୂଲ୍ୟବାନ ା କରୋନା ପାଇଁ ଲୋକମାନେ ନିଜେ ଯତ୍ନବାନ ହେବା ଉଚିତ ା ଭାରତୀୟ ଲୋକଙ୍କ ସହନଶୀଳତା ଅଧିକ ଓ ଏଠାକାର ଜଳବାୟୁ ଅଲଗା ା ଏଣୁ ଏହା ଅନ୍ୟ ଦେଶ ଭଳି ବ୍ୟାପିବ ନାହିଁ ବୋଲି ମୋର ଆଶା ବୋଲି କୁହନ୍ତି କବିରାଜ ହରେକୃଷ୍ଣ। ତଥାପି ସତର୍କତା ରହିବା ଓ ନିଜର ଓ ପରିବାରର ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ା ଏଣୁ ଘରେ ରୁହନ୍ତୁ ଓ ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri