Posted inଖେଳ

ଓ୍ବିଲିୟମସନଙ୍କ ଶତକ: ଶୀର୍ଷକୁ ଫେରିଲା ନ୍ୟୁଜିଲାଣ୍ଡ

ବର୍ମିଂହାମ,୨୦।୬(ପି.ଟି.)- ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଅପରାଜିତ ଶତକ (୧୦୬ ରନ, ୧୩୮ ବଲ, ୯ ଚୌକା, ୧ ଛକା) ସହାୟତାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୫ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩ଟି ବଲ ବାକି ରଖି ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହଟାଇ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷାଜନିତ ଓଦା ଗ୍ରାଉଣ୍ଡ କାରଣରୁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୯ ଓଭରରେ ସୀମିତ ରଖାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯ ଓଭରରେ ୬ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮. ୩ ଓଭରରେ ୬ଉଇକେଟ ହରାଇ ୨୪୫ ରନ କରି ବିଜୟ ହାସଲ କରିଛି। ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ପାଇଁ ଓ୍ବିଲିୟମସନ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୪୨ ରନ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୮୦ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଓ୍ବିଲିୟମସନ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଦୃଢ଼ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ଜିତାଇଥିଲେ। ଓ୍ବିଲିୟମସନଙ୍କ ଶତକକୁ ବାଦ୍‌ ଦେଲେ ଗ୍ରାଣ୍ଡହୋମ ୪୭ ବଲରୁ ୫ ଚୌକା ଓ ୨ ଛକା ସହ ୬୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୩୫, ଜମ୍ମି ନିଶାମ ୨୩, ରସ ଟେଲର ୧, ଟମ୍‌ ଲାଥମ ୧, କଲିନ ମୁନରୋ ୯ ରନ କରି ଆଉଟ ହୋଇଥିବା ବେଳେ ମିଚେଲ ସାଣ୍ଟନର ୨ ରନ କରି ଅପରାଜିତ ରହିଥିଲେ। ଷଷ୍ଠ ଉଇକେଟରେ ଗ୍ରାଣ୍ଡହୋମ ଓ ଓ୍ବିଲିୟମସନ ୯୧ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ କ୍ରିସ୍‌ ମୋରିସ ୩, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି ଓ ଆଣ୍ଡିଲ ଫେଲୁକ୍ୱାୟୋ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଦଳ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବର୍ଷାଜନିତ ଓଦା ଗ୍ରାଉଣ୍ଡ କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୯ ଓଭରବିଶିଷ୍ଟ କରାଯାଇଥିଲା। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅଭିଜ୍ଞ ହାସିମ ଅମଲା ଓ ରାସି ଭାନେ ଡେର ଡୁସେନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ଇନ୍‌ଫର୍ମ ଯୁବ ଓପନର କ୍ୱିଣ୍ଟନ ଡି କକ୍‌ଙ୍କୁ ହରାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୫ ରନ କରିଥିବା ବେଳେ ଡିକକ୍‌ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ। ଅମଲା ୮୩ଟି ବଲ୍‌ ଖେଳି ୪ ଚୌକା ସହ ୫୫ ରନ ସଂଗ୍ରହ କରିଥିଲେ। ସେହିପରି ଡୁସେନ ୬୪ଟି ବଲ୍‌ ଖେଳି ୨ ଚୌକା ଓ ୩ ଛକା ସହ ୬୭ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫାଫ୍‌ ଡୁପ୍ଲେସି ୨୩, ଏଡେନ ମାରାକ୍ରାମ ୩୮, ଡେଭିଡ ମିଶର ୩୬ ରନ କରି ଆଉଟ ହୋଇଥିଲେ। ଆଣ୍ଡିଲ ଫେଲୁକ୍ୱାୟୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବାବେଳେ କ୍ରିସ୍‌ ମୋରିସ ୬ ରନ କରି ଅପରାଜିତ ରହିଥିଲେ। ଶେଷ ୯ ଓଭରରେ ଦକ୍ଷିଣ ଆଫ୍ରିକା ୭୨ ରନ ସଂଗ୍ରହ କରିଥିଲା। ଡୁପ୍ଲେସି ୨୩ ରନ କରି ଆଉଟ ହେବା ପୂର୍ବରୁ ଦିନିକିଆରେ ୮,୦୦୦ ରନ ପୂରଣ କରିଥିଲେ। ସେ ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଦ୍ରୁତ ବୋଲର ଲୋକି ଫର୍ଗୁସନ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୪୯ ଓଭରରେ ୨୪୧/୬
(ଡୁସେନ- ୬୭, ଅମଲା- ୫୫, ମାରକ୍ରାମ- ୩୮, ମିଲର- ୩୬, ଫର୍ଗୁସନ- ୩/୫୯, ବୋଲ୍ଟ- ୧/ ୬୩, ଗ୍ରାଣ୍ଡହୋମ- ୧/୩୩, ସାଣ୍ଟନର- ୧/୪୫)।
ନ୍ୟୁଜିଲାଣ୍ଡ ୪୮.୩ ଓଭରରେ ୨୪୫/୬
(ଓ୍ବିଲିୟମସନ- ୧୦6*, ଗ୍ରାଣ୍ଡହୋମ- ୬୦, ଗୁପ୍ଟିଲ- ୩୫, ମୋରିସ- ୩/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri