Posted inଖେଳ

ଓ୍ବିମ୍ବେଲଡନ ଟେନିସ୍‌: ଫେଡରର- ଜୋକୋଭିଚ୍‌ ଟାଇଟଲ ମୁକାବିଲା

ଲଣ୍ଡନ,୧୪।୭(ଏଏଫପି)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଟାଇଟଲ ପାଇଁ ଏହି ଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସୁଇଜରଲାଣ୍ଡର ରୋଜର ଫେଡରର ଓ ସର୍ବିୟାର ନୋଭାକ ଜୋକୋଭିଚ୍‌ ପରସ୍ପରକୁ ଭେଟିବେ। ପୂର୍ବରୁ ୮ଥର ଓ୍ବିମ୍ବେଲଡନ ଟାଇଟଲ ଜିତିଥିବା ଫେଡରର ଏଥର ସଫଳ ହେଲେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବେ। ୩୭ ବର୍ଷୀୟ ଫେଡରର ଏଥିସହିତ ମୋଟ ଉପରେ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ଅନ୍ୟପଟେ ୪ଥର ଓ୍ବିମ୍ବେଲଡନ ଚାମ୍ପିୟନ ଜୋକୋଭିଚ୍‌ ଏଥର ମଧ୍ୟ ବାଜି ମାରି ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। କ୍ୟାରିୟରରେ ଗତ ୧୩ ବର୍ଷ ମଧ୍ୟରେ ଉଭୟ ଖେଳାଳି ୪୭ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ଜୋକୋଭିଚ୍‌ ୨୫ଥର ଓ ଫେଡରର ୨୨ଥର ବିଜୟୀ ହୋଇଛନ୍ତି। ଗତ ୨୦ଟି ମ୍ୟାଚ୍‌ରେ ଜୋକୋଭିଚ୍‌ ୧୪ଥର, ସେହିପରି ଗତ ୧୦ଟି ମୁକାବିଲାରେ ୮ଥର ବିଜୟୀ ହୋଇଛନ୍ତି। ଫଳରେ ରେକର୍ଡ ଦୃଷ୍ଟିକୋଣରୁ ଜୋକୋଭିଚ୍‌ ଆଗରେ ରହିଛନ୍ତି। ଗ୍ରାଣ୍ଡସ୍ଲାମ୍‌ରେ ଗତ ୪ଟି ମୁକାବିଲାରେ ଫେଡରର ସବୁଥିରେ ପରାସ୍ତ ହୋଇଛନ୍ତି। ତେବେ ୨୦୧୨ ଓ୍ବିମ୍ବେଲଡ଼ନ ଫାଇନାଲରେ ଫେଡରର ୪ ସେଟ୍‌ରେ ଜୋକୋଭିଚ୍‌ଙ୍କୁ ହରାଇଥିଲେ। ଆସନ୍ତା ମାସରେ ୩୮ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଫେଡରର ଫାଇନାଲରେ ବିଜୟୀ ହେବେ ବୋଲି ଆଶାପ୍ରକାଶ କରିଛନ୍ତି। ଦ୍ୱାଦଶଥର ପାଇଁ ଓ୍ବିମ୍ବେଲଡନ ଫାଇନାଲ ଖେଳିବାକୁ ଯାଉଥିବା ଫେଡରର ଜୋକୋଭିଚଙ୍କୁ ଜଣେ ଚମତ୍କାର ଟେନିସ ଖେଳାଳି ବୋଲି କହିଛନ୍ତି। ଜୋକୋଭିଚ୍‌ ମଧ୍ୟ ୧୫ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଫାଇନାଲରେ ବିଜୟୀ ହୋଇ ଯିଏବି ଚାମ୍ପିୟନ ହୁଅନ୍ତୁ ନା କାହିଁକି ବିଶ୍ୱ ଟେନିସ୍‌ରେ ଏବେ ‘ବିଗ୍‌ ଥ୍ରୀ’ ଅର୍ଥାତ ଫେଡରର, ଜୋଭୋଭିଚ୍‌ ଓ ନାଡାଲଙ୍କ ପ୍ରଭାବ ଜାରି ରହିଛି ବୋଲି ଧରି ନେବାକୁ ହେବ। ଏହି ୩ ଖେଳାଳି ଗତ ୧୧ଟି, ଗତ ୧୭ଟିରୁ ୧୫ଟି ଓ ୬୫ଟିରୁ ୫୪ଟି ମେଜର ଟାଇଟଲ ଜିତିଛନ୍ତି। ଉଲ୍ଲେଖଥାଉକି, ଶୁକ୍ରବାର ସେମିଫାଇନାଲରେ ଟପ୍‌ ସିଡ୍‌ ଜୋକୋଭିଚ୍‌ ୨୩ତମ ସିଡ ସ୍ପେନର ରୋବେର୍ଟୋ ବାତିସ୍ତା ଅଗୁଟଙ୍କୁ ୬-୨, ୪-୬, ୬-୩, ୬-୨ ସେଟରେ, ଫେଡରର ୭-୬, ୧-୬, ୬-୩, ୬-୪ ସେଟରେ ସ୍ପେନର ତୃତୀୟ ସିଡ ଖେଳାଳି ରାଫାଲ ନାଡ଼ାଲଙ୍କୁ ହରାଇ ଫାଇନାଲକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ବିପକ୍ଷରେ କେରଳର ପ୍ରଥମ ବିଜୟ

କୋଚି, ୧୬।୨ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମୁକାବିଲାରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି।...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର...

ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ହେବାକୁ ଚାହାନ୍ତି ଅଖତାର

ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍‌ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ...

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଜୋକ୍‌ ଭାବିଥିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨।୭- ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ୧୭ ଦିନ ବିତିସାରିଛି। ମୁମ୍ବାଇର ବାନ୍ଦ୍ରସ୍ଥିତ ବାସଭବନରେ ଏହି ଉଦୀୟମାନ...

ଅଜିତ ଅଗରକରଙ୍କ ଏହି ରେକର୍ଡ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ବୋଲର ଭାଙ୍ଗିପାରିନାହାନ୍ତି

ଭାରତୀୟ ଦଳର ପୂର୍ବତନ ବୋଲର୍‌ ଅଜିତ ଅଗରକର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି...

ପ୍ରଥମ ଟେଷ୍ଟ: ଲିଚ୍‌ଙ୍କୁ ୫ ଉଇକେଟ, ବିଜୟ ଦ୍ୱାରରେ ଇଂଲଣ୍ଡ

ଗାଲେ,୧୮।୧(ଏପି): ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ବିଜୟ ଦ୍ୱାରରେ ପହଞ୍ଚିଛି। ଶ୍ରୀଲଙ୍କା ପ୍ରଥମ ଇିନିଂସରେ ୪୬.୧ ଓଭରରେ ୧୩୫ ରନ କରି...

ସୁଇମିଂ କୁଇନ୍‌ ଦାମିନୀ

ମାତ୍ର ୧୭ ବର୍ଷରେ ସାଉଥ୍‌ ଏସିଆନ ଗେମ୍ସରେ ୪ ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା କର୍ନାଟକର ଦାମିନୀ ଗୌଡ଼ା ଏବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ...

Advertisement
Archives

Model This Week