Posted inଖେଳ

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ବିଶ୍ୱର ୧୭ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି କାନାଡ଼ାର ମିଲୋସ ରାଓନିକ୍‌ଙ୍କୁ ଭେଟିବେ। ବିଶ୍ୱର ୯୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବାମହାତୀ ପ୍ରଜନେଶ ପ୍ରଥମ ଥର ଓ୍ବିମ୍ବେଲଡନ ଗ୍ରାସକୋର୍ଟରେ ଖେଳିବେ। ଭାରତୀୟ ଖେଳାଳିଙ୍କ କିନ୍ତୁ ହାର୍ଡକୋର୍ଟରେ ଭଲ ଖେଳିଥାନ୍ତି। ଚଳିତ ସିଜନରେ ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ପଦାର୍ପଣ ହେବ। ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ଏବଂ ଫ୍ରେଞ୍ଚ ଓପନ୍‌ରେ ଭାଗନେଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ପ୍ରଜନେଶ ଏକମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ରାମକୁମାର ରମାନାଥନ ଏବଂ ଅଙ୍କିତା ରାଇନା ସେମାନଙ୍କ ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚତ୍ତ ହୋଇଛନ୍ତି। ପୁରୁଷ ଡବଲ୍ସରେ ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲାଇନର ୧୩ତମ ସିଡ୍‌ ଜର୍ମାନୀର କେଭିନ କ୍ରାଓ୍ବିଜ୍‌ ଏବଂ ଆନ୍ଦ୍ରିଆସ ମିିଜ୍‌ଙ୍କୁ ଭେଟି ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ସେହିପରି ରୋହନ ବୋପାନ୍ନା ଓ ପାବ୍‌ଲୋ କ୍ୟୁଭାସ ପ୍ରଥମେ ନ୍ୟୁଜିଲାଣ୍ଡର ମାର୍କସ ଡାନିଏଲ୍‌ ଏବଂ ନେଦରଲାଣ୍ଡ୍ସର ଓ୍ବେସ୍‌ଲି କୁଲ୍‌ହେଫ୍‌ଙ୍କୁ ଭେଟିବେ।
ଭାରତୀୟ ଯୋଡ଼ି ଜୀବନ ନେଦୁଚେଝିଆନ ଓ ପୂରବ ରାଜା ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ଅଷ୍ଟ୍ରେଲିଆର ଭେଟେରାନ ଲେଟନ ହଓ୍ବେିଟ୍‌ ଓ ଜୋର୍ଡାନ ଥମ୍ପସନ ଯୋଡ଼ିଙ୍କ ବିପକ୍ଷରେ ଖେଳିବେ। ସେହିପରି ଭେଟେରାନ ଲିଆଣ୍ଡର ପେସ୍‌ ଓ ବେନଏଟ୍‌ ପାଇରେ ସେମାନଙ୍କ ଓପନିଂ ମ୍ୟାଚ କାଜାଖସ୍ତାନ ଯୋଡ଼ି ଆଲକ୍‌ଜାଣ୍ଡର ବବ୍‌ଲିକ୍‌ ଏବଂ ମିଖାଇଲ କୁକୁସ୍କିନଙ୍କ ବିପକ୍ଷରେ ଖେଳିବେ। ମିକ୍ସଡ ଡବଲ୍ସ ଡ୍ର’ ଆସନ୍ତା ସପ୍ତାହରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଗାମୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ: ଆଇଓସି

ମଣ୍ଟ୍ରିଲ,୨୪।୩(ଏଏଫ୍‌ପି)- କୋଭିଡ-୧୯ ଏବେ ବିଶ୍ୱ ମହାମାରୀରେ ପରିଣତ ହୋଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରୁ କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ଓହରିଯାଇଛନ୍ତି। ଫଳରେ...

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ...

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୨୦।୨ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ...

ଆର୍ସେନାଲର ସବୁଠୁ ମୂଲ୍ୟବାନ ଖେଳାଳି ହୋଇପାରନ୍ତି ପେପେ

ଲଣ୍ଡନ,୨।୮(ଏଏଫ୍‌ପି)- ପ୍ରିମିୟର ଲିଗ୍‌ ଦଳ ଆର୍ସେନାଲ ଫ୍ରେଞ୍ଚ କ୍ଲବ ଲିଲେର ଫରଓ୍ବାର୍ଡ ନିକୋଲାସ ପେପେଙ୍କ ସହ ଚୁକ୍ତି କରିଛି। ତେବେ ପେପେଙ୍କୁ ବାର୍ଷିକ କେତେ ପାଉଣା...

ସହିଦ ନଗର ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ୨୩ତମ ସଂସ୍କରଣରେ ସହିଦ ନଗର ଏକାଦଶ ଚାମ୍ପିୟନ ହୋଇଛି।...

ଦିନେ ଭାରତୀୟ ଦଳକୁ କରୁଥିଲେ ହଇରାଣ: ଏବେ ଦେଶ ଛାଡି ଭାରତ ପାଇଁ ଖେଳିବେ କ୍ରିକେଟ୍‌

ନୂଆଦିଲ୍ଲୀ,୩୦।୮: ଏସିଆ କପ ୨୦୧୮ର ଏକ ମ୍ୟାଚ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ପାଇଁ ସ୍ମରଣୀୟ। କ୍ରିକେଟ୍‌ର ଶିଶୁ କୁହାଯାଉଥିବା ହଂକଂ ଭଳି ଦଳ ଗ୍ରୁପ ମ୍ୟାଚରେ...

ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ...

ଅଲିମ୍ପିକ୍‌ ରିଙ୍ଗରେ ଅନଶନ

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସରେ ରବିବାର ଆୟୋଜିତ ଏକ ସୁପର ହେବିଓ୍ବେଟ ବକ୍ସିଂ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଣିଶୁଣି ମୁଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଆଘାତ...

Advertisement
Archives

Model This Week