Posted inଜାତୀୟ

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ଓ କିଛି ତଥ୍ୟ ହସ୍ତଗତ ହୋଇଛି ବୋଲି ସିଦ୍ଦିପେଟ ପୋଲିସ କମିଶନର ଡି. ଜୋଏଲ ଡାଭିସ୍‌ ପ୍ରକାଶ କରିଛନ୍ତି। ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଶନିବାର ସକାଳେ ତାଙ୍କ ବାସଭବନ ଖାନ୍‌ତଲାସ୍‌ କରାଯାଇଛି। ସେଠାରୁ କେତେକ ଆପତ୍ତିଜନକ କାଗଜପତ୍ର ସହ ଇଲେକ୍ଟ୍ରୋନିକ୍ସ ତଥ୍ୟ ସଂଗ୍ରହ କରାଯାଇଥିବା ପ୍ରକାଶ। ତେଲଙ୍ଗାନାରେ ମାଓବାଦୀଙ୍କ ସଙ୍ଗଠକ ଭାବେ ସେ କାର୍ଯ୍ୟକରିବା ସହ ଅର୍ଥ ଯୋଗାଣ କ୍ଷେତ୍ରରେ ସହଯୋଗ କରିଆସୁଥିବା ଘଟଣା ଲୋକଲୋଚନକୁ ଆସିଛି। କାସିମ୍‌ଙ୍କୁ ଖୁବ୍‌ଶୀଘ୍ର ଗଜ୍‌ଓ୍ବେଲସ୍ଥିତ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ସେପଟେ ଅଯଥାରେ ବୁଦ୍ଧିଜୀବୀଙ୍କୁ ଗିରଫ କରାଯାଇ ହଇରାଣ କରାଯାଉଥିବା ସିପିଆଇର ବରିଷ୍ଠ ନେତା ନାରାୟଣ ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗତବର୍ଷ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର କେ. ଜଗନ୍‌ ଓ ବିପ୍ଳବ ରଚୟିତାଲା ସଙ୍ଗମ୍‌ର ଜଣେ ସଦସ୍ୟଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା। ଭୀମା କୋରେଗାଓଁ ମାମଲାରେ ପୋଲିସ ୨୦୧୮ରେ ତେଲୁଗୁ କବି ପି. ବର୍‌ବରା ରାଓ ଓ ବିପ୍ଲବ ରଚୟିତାଲା ସଙ୍ଗମ୍‌ର ନେତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଶ୍ରୁତ ଥିଲେ ବିଶ୍ୱର ପ୍ରଥମ ସର୍ଜନ: ପୋଖରୀୟାଲ

ମୁମ୍ବାଇ,୧୧।୮: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ଶନିବାର ଦାବି କରିଛନ୍ତି କି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଯଦି ଭବିଷ୍ୟତରେ...

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର...

ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା...

୧୯୪୭ରେ ମୁସଲମାନଙ୍କୁ ପାକ୍‌ ପଠାଇଦେବା ଉଚିତ ଥିଲା

ପାଟନା, ୨୨ା୨: ଦେଶ ସ୍ବାଧୀନତା ବେଳେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଫାୟାର୍‌ବ୍ରାଣ୍ଡ ନେତା ଗିରିରାଜ ସିଂ...

ଜାଣନ୍ତୁ କେଉଁମାନେ ନେଇପାରିବେ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୨ା୧୨: ଦେଶରେ କରୋନାର ନୂଆ ଭାଇରସ୍‌ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତ ଡ୍ରଗ୍ସ କଣ୍ଟ୍ରୋଲରକୁ...

ମନିଷ ସିସୋଡିଆଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ...

କାନପୁର ହିଂସାର ଅପରାଧିଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଆକ୍ରମଣ

କାନପୁର,୭ ।୬: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର କାନପୁର ଗସ୍ତ କରିଥିବା ସମୟରେ ସେଠାରେ ହୋଇଥିବା ହିଂସାରେ ପଥରମାଡ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ...

ଡବ୍ଲୁଏଚ୍‌ଓର ଚେତାବନୀ: ଆଗକୁ ଆସୁଛି ଆହୁରି ଖରାପ ସମୟ

ନୂଆଦିଲ୍ଲୀ,୬।୭: ଆମେରିକାକୁ ପୁଣିଥରେ ଫେରୁଛି କରୋନା ସଂକ୍ରମଣ। ଅନ୍ୟପଟେ ଭାରତ ଓ ବ୍ରାଜିଲରେ ଦିନକୁ ହଜାର ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ରବିବାର ସାରା ବିଶ୍ୱରେ...

Advertisement
Archives

Model This Week