Posted inଖେଳ

ଓସିଏ: ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ

କଟକ ଅଫିସ, ୩ା୮- ଖେଳାଳି ଚୟନରେ ପୁଣି ହୋଇଛି ଅନିୟମିତତା। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଲୋଧା କମିଟିର ସୁପାରିସକୁ ଉଲ୍ଲଙ୍ଘନ କରିଛି। ବିନା ଟ୍ରାଏଲ ମ୍ୟାଚ୍‌ କିମ୍ବା ମନୋନୟନ କମିଟିର ପରାମର୍ଶରେ ଗତ ୧୭ ତାରିଖରେ ରାଜ୍ୟ ସିନିୟର ସମ୍ଭାବ୍ୟ ଦଳ ଚୟନ କରାଯାଇଛି। ଏହି ଅଭିଯୋଗ ଆଣିଛି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ। ସଂଗଠନର ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ), କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ)କୁ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ଜୁଲାଇ ୧୭ ତାରିଖରେ ଓସିଏର ୩୦ ଜଣିଆ ସିନିୟର ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଥିଲା । ଯେଉଁଥିରେ ପାଞ୍ଚ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଦଳ ଚୟନ କରିବାକୁ ନିର୍ଦ୍ଦେଶ ଥିଲା। ୨୬(କ)୧ ଧାରାକୁ ଉଲ୍ଲଙ୍ଘନ କରାଯାଇ ଓସିଏ ପକ୍ଷରୁ ଖେଳାଳି ଚୟନ କରାଯାଇଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହାଛଡ଼ା ଓସିଏର ଜଣେ ବରିଷ୍ଠ ଅଧିକାରୀଙ୍କ ଦୁଇ ସମ୍ପର୍କୀୟ ୩୦ଜଣିଆ ଦଳରେ ସ୍ଥାନ ପାଇଛନ୍ତି, ଯାହା ବିସିସିଆଇର ସମ୍ବିଧାନ ୩୮(ଭି) ଅନୁଯାୟୀ, ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓସିଏର ନିର୍ବାଚନ ଥିବା ବେଳେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି। କୌଣସି ଖେଳାଳି ଟ୍ରାଏଲକୁ ଓହ୍ଲାଇ ନାହାନ୍ତି। ତଥାପି କିପରି ଖେଳାଳି ବଛାଗଲା ବୋଲି ସଂଗଠନ ଆବାହକ ସୁବ୍ରତ ପ୍ରଶ୍ନ କରିଛନ୍ତି। ଲୋଧା କମିଟିର ସୁପାରିଶକୁ ଅଣଦେଖା କରାଯାଉଥିବାରୁ ଆଗାମୀ ଦିନରେ ଏହା ଭାରି ପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଓସିଏ ସିନିୟର ଦଳ ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ରଣଜୀ ଦଳ ଚୟନ କରାଯାଇଛି ବୋଲି ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ। କେବଳ ସିନିୟର ଖେଳାଳି ନୁହଁନ୍ତି ୩୦ଜଣରେ ୨୩ବର୍ଷରୁ ଓ ୧୯ବର୍ଷରୁ କମ ଖେଳାଳି ମଧ୍ୟ ଅଛନ୍ତି। ଗତ ସିଜନରେ ବିଭିନ୍ନ ବୟସ ବର୍ଗରେ ଯେଉଁମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ସେମାନେ ଏହି ୩୦ଜଣିଆ ଦଳରେ ଅଛନ୍ତି। ରାଜ୍ୟରେ କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଆଗାମୀ ସିଜନରେ ମଧ୍ୟ ବାଦ ଦିଆଯାଇ ପାରିବ ନାହିଁ। କେବଳ ଫିଟନେସ୍‌ ବଜାୟ ରଖିବାକୁ ଏହି ତାଲିକା ଘୋଷଣା ହୋଇଛି ବୋଲି ବିଷ୍ଣୁଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପକ୍ଷୀର ଜୀବନ ବଞ୍ଚାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଧୋନୀଙ୍କ ଏକ ଭିଡିଓ...

ଫାଇନାଲରେ ମଞ୍ଜୁ ବାଲା

ବର୍ମିଂହାମ୍‌,୪ା୮: ମହିଳା ହାମର ଥ୍ରୋ ଇଭେଣ୍ଟର ଫାଇନାଲରେ ଭାରତର ମଞ୍ଜୁ ବାଲା ପ୍ରବେଶ କରିଛନ୍ତି। ହେଲେ ସରିତା ସିଂ ଆଗକୁ ଯିବାରେ ବିଫଳ ହୋଇଛନ୍ତି। ୩୩...

ରାଗିଗଲେ ହରଭଜନ ସିଂ, କହିଲେ ଲଜ୍ଜା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଭେଟେରାନ ଅଫ ସ୍ପିନର ହରଭଜନ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବରେ ସମଗ୍ର ବିଶ୍ୱ ସାମ୍ନାରେ ନିଜର ମତ...

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା...

ରଣଜୀ ଟ୍ରଫି: ରୋମାଞ୍ଚକ ମୋଡରେ ଫାଇନାଲ ମ୍ୟାଚ୍‌

ରାଜକୋଟ୍‌,୧୨।୩ (ପି.ଟି.)- ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ...

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌..

ନୂଆଦିଲ୍ଲୀ,୨୩।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାରଠାରୁ ନିଜର ମିଶନ୍‌ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଭାରତ ପାକିସ୍ତାନ ସହ ସୁପର-୧୨ ମୁକାବିଲାର ପ୍ରଥମ ମ୍ୟାଚ୍‌...

ଫେଡ୍‌ କପ୍‌ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୩ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସୋମବାର ବିଧିବଦ୍ଧଭାବେ ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌କୁ ସ୍ଥଗିତ ଘୋଷଣା...

କୁରାନଙ୍କ ଉପରେ ରାଗ ସୁଜାଇଲେ ସିରାଜ

ଟ୍ରେଣ୍ଟ ବ୍ରିଜ୍‌, ୮।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନ ତଥା ଶନିବାର ମୁହଁାମୁହିଁ ସ୍ଥିତିକୁ ଆସିଥିଲେ ଭାରତୀୟ ପେସର ମହମ୍ମଦ ସିରାଜ ଓ ଇଂଲଣ୍ଡ...

Advertisement
Archives

Model This Week