ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଦୀପା ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ। ୯୦ ଦଶକର ଶେଷ ଭାଗରେ ନିର୍ମିତ ‘ତୋର କୃଷ୍ଣ ଚୁଡା ରଙ୍ଗର ନାଲି ଓଢ଼ଣି’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’ ଏବଂ ‘ଏକଡା ଏକଡା ରା’ ଭଳି ହିଟ ଆଲବମ ଯୋଗୁ ସେ ଖ୍ୟାତି ଅର୍ଜନ କରିଥିଲେ। ଏହାଛଡ଼ା ଦୀପା ଅନେକ ସମ୍ବଲପୁରୀ ଭିଡିଓରେ କାମ କରିଛନ୍ତି। ଆଲବମ୍‌ରୁ ଲୋକପ୍ରିୟ ହେବା ପରେ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’ ଜରିଆରେ ସେ ଓଲିଉଡ୍‌ରେ ନିଜର ଡେବ୍ୟୁ କରିଥିଲେ। ତେବେ ସେ ଏକ ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ : ୨୦୪୮୩୫ ଜଣ ଉପକୃତ

ଭୁବନେଶ୍ୱର , ୪ା୪(ବ୍ୟୁରୋ)- କରୋନା ଯୋଗୁଁ ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ୨୭ ତାରିଖରୁ ପୌରାଞ୍ଚଳମାନଙ୍କରେ ଏହି ମାଗଣା ରନ୍ଧା...

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

ମରଣଯନ୍ତା ପାଲଟିଛି ସର୍ଭିସ ରୋଡ

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ସର୍ଭିସ୍‌ ରୋଡ ମାସ ମାସ ଧରି ମରଣଯନ୍ତା ପାଲଟିଛି। ବିଶେଷକରି ବହୁ ଗୁରୁତ୍ୱପୂର୍ଣ୍ଣ...

ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ...

ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲାପାଳ

ଭୁବନେଶ୍ବର, ୧୩ା୮(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଶୁକ୍ରବାର ବଡ଼ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସ୍‌ ଅଧିକାରୀ ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲାପାଳ ଭାବେ ବଦଳି...

ଅନିଶ୍ଚିତତାରେ ଓଡ଼ିଶାର ପ୍ରସ୍ତାବିତ ବନ୍ଦର: ଅଣ-ବୃହତ୍‌ ବନ୍ଦର ଉପରେ କେନ୍ଦ୍ରର ଆଖି

ଭୁବନେଶ୍ୱର,୨୭।୯(ବ୍ୟୁରୋ): କେନ୍ଦ୍ର ସରକାର ନୂତନ ବନ୍ଦର ଆଇନ-୨୦୨୦ ପ୍ରଣୟନ କରି ଅଣ ବୃହତ୍‌ ବନ୍ଦରଗୁଡ଼ିକ ଉପରୁ ରାଜ୍ୟର ଅଧିକାର ଛଡ଼ାଇ ନେବାକୁ ଯୋଜନା ଆରମ୍ଭ କରିଛନ୍ତି।...

ବିରୋଧୀ ଦଳ, ଗଣମାଧ୍ୟମ ଚାପରେ ଫେରିଲା ଜଗନ୍ନାଥଙ୍କ ଟଙ୍କା: ସୁର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଫେରିଛି ଘରୋଇ ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା। ଏହି ଉପଲକ୍ଷେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ।...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାରିପଦା ଅଫିସ,୬ା୧୧-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ଅବକାରୀ ବିଭାଗ ଚଢ଼ାଉ କରି ୩୬ କେ.ଜି ଗଞ୍ଜେଇ...

Advertisement
Archives

Model This Week